ଦାମଙ୍କ ବହିଷ୍କାରରେ ବିଜେଡି ବାଲାଏ ବି ଖୁସି ନୁହଁନ୍ତି, ଦଳରୁ ଦିନକୁ ଦିନ ଗଣତନ୍ତ୍ର ହଟୁଛି, ମୁଷ୍ଟିମେୟତା ବଢୁଛି

Uncategorized ଓଡିଶା ନ୍ୟୁଜ୍

Image result for dama routଭୁବନେଶ୍ୱର-ଦଳର ନିଷ୍ପତ୍ତିକୁ ସଭିଏଁ ମାନି ପାରନ୍ତି କିନ୍ତୁ ସାରା ରାଜ୍ୟରେ କେବଳ ବିଷ୍ଣୁଙ୍କ ସମର୍ଥକଙ୍କୁ ଛାଡିଲେ ପ୍ରାୟ କେହି ମାନସିକ ସ୍ତରରେ ଖୁସି ନୁହନ୍ତି ବୋଲି ସର୍ବେକ୍ଷଣରୁ ଜଣା ପଡିଛି । ସମଗ୍ର ରାଜ୍ୟରେ ଲୋକମାନେ ଜାଣନ୍ତି ଯେ ଦାମଙ୍କ ପେଟରେ କିଛି କପଟତା ନଥାଏ ଯାହା କହନ୍ତି ସତ କହନ୍ତି ଆଉ ମୁହେଁ ମୁହେଁ କହନ୍ତି । ପୂର୍ବରୁ ଅଙ୍ଗନ ବାଡି କଥା କୁହ କି ବ୍ରାହ୍ମଣ ସମାଜ କଥା କୁହ ସବୁ ଓଡିଶାର ଲୋକ କଥା ଭଳି ରୂପ ନେଇଛି । ଯାହାକୁ ଦାମବାବୁ ମଧ୍ୟ କହି ଦେଇଛନ୍ତି ଯଦିଓ ତାହା ବ୍ୟକ୍ତିଗତ ଉଦ୍ଦ୍ୟଶ୍ୟରେ ଥିଲା ବୋଲି ଆଲୋଚନା ହୁଏ । ତଥାପି ତାକୁ ରାଜନୈତିକ ରୂପ ଦିଅଗଲା । ଆଜିକାଲି ଯୁଗରେ ସତ କହିଲେ ମଲ । ରାଜନୀତିଆ ଲୋକ ଟିକେ ବେଶି ମାତ୍ରାରେ ମରିବେ । କାରଣ ସେ ପ୍ରାୟ ସତ କହନ୍ତି ନାହିଁ । ଗୀତା ଛୁଇଁ ଶପଥ କଲାପରି , ଯାହା କହିବି ସତ କହିବି କିନ୍ତୁ ସେ ଅନ୍ତରରେ କୁହନ୍ତି ଯାହା କହିବି ମିଛ କହିବି , ମିଛ ଛଡା ସତ କହିବି ନାହିଁ , ଯେଉଁଦିନ ସତ କହିବି ସେହି ଦିନ ମୋ ଛାତି ଫାଟିଯିବ , ବା ଦାମଙ୍କ ପରି ଦଳରୁ ବିତାଡିତ ହେବ ।ବିଜୁ ଜନତା ଦଳରେ ଜଣେ ମାତ୍ର ବ୍ୟକ୍ତିତ୍ୱ ଦାମୋଦର ରାଉତ । ଆଉ ସାଧାରଣରେ ଦାମବାବୁଙ୍କୁ ବିଜୁ ଜନତା ଦଳର ମୁରବୀ ବାଲି ରାଜ୍ୟ ବାସୀଙ୍କର ମାନସିକତା ଭିତରେ ଥିଲା । କିନ୍ତୁ ଦୀର୍ଘଦୀନ ହେବ ତାଙ୍କୁ ମନ୍ତ୍ରୀ ପଦରୁ କାଢିଦିଆଯିବା ପରେ ସାଧାରଣରେ ଅସନ୍ତୋଷ ରହିଥିଲା । ନବୀନ ପଟ୍ଟନାୟକ ଦଳର ସଭାପତି ସତ , କିନ୍ତୁ ଦାମବାବୁଙ୍କ ଉପସ୍ତିତି ବିଜୁବାବୁଙ୍କର କେହିଜଣେ ସନ୍ତକ ଥିବାପରି ସାଧାରଣ ଲୋକ ଭରଷା କରୁଥିଲେ । ସବୁ ବ୍ୟତିକ୍ରମ ଘଟିଛି । ରାଜ୍ୟରେ ସରକାରଙ୍କର ମନମାନି ନିତୀକୁ ଦିନକୁ ଦିନ ଲୋକେ ନାପସନ୍ଦ କଲେଣି । ୭୦ ହଜାର ଶିକ୍ଷକ ଆଜି ରାଜରାସ୍ଥାରେ ଭିକାରୀ ପରି ବସିଛନ୍ତି । ସମସ୍ୟାର ତ ସମାଧାନ ନାହିଁ , ବରଂ ଛଟେଇର ଧମକ ଦିଆ ଯାଉଛି । ଏହା ହିଁ ସମାଜବାଦୀ ଚିନ୍ତାଧାରାରୁ ବିଚ୍ୟୁତର କଥା ବୋଲି ଗ୍ରହଣ କରି ସାମ୍ରାଜ୍ୟଦାଦୀ ବିସ୍ଥାରିତ ଚିନ୍ତାଧାରା ବୋଲି ଗ୍ରହଣ କରିବାକୁ ହେବ । ଦିର୍ଘ ଦିନ ହେବ ଦେଖା ଯାଉଛି , କୈାଣସି ଶିକ୍ଷାନୁଷ୍ଠାନର ବିଜେଡି ଦଳ ଚେତନାରେ ବ୍ରତୀଥିବା ଶିକ୍ଷକ ହେଉ ବା କର୍ମଚାରୀ ହେଉ ସେ ଛକରେ ବାକରେ ଯେଉଁଠି ଛିଡା ହେଉଛି ନବୀନ ସରକାର ବିରୁଦ୍ଧରେ ଲୋକକୁ ହିଁ କହୁଛି । ଏହାର କୁପ୍ରଭାବ ଦିନକୁ ଦିନ ବଢୁଛି । ବରଂ କମିବା ପରି ଲକ୍ଷ କରାଯାଉ ନାହିଁ । ଶିକ୍ଷା ମନ୍ତ୍ରୀ କହିଲେ ଶିକ୍ଷକ ମାନେ ରାସ୍ଥାରୁ ଉଠି ଯାଆନ୍ତୁ , ତୁମର ସ୍ଥାନ ଶ୍ରେଣୀ ଗୃହରେ ରାଜରାସ୍ଥାରେ ନୁହଁ । ଏହା ବାସ୍ତବ କଥା ବହୁତ ମନକୁ ଗଲା ଏହି କଥା ପଦକ , କିନ୍ତୁ ପ୍ରଶ୍ନ ଆସେ ଶିକ୍ଷକଙ୍କୁ ରାସ୍ଥାକୁ ପଠାଇଛି କିଏ ? ତୁମେ ନବୀନ୍ ସରକାରତ ? ଶିକ୍ଷା ବ୍ୟବସ୍ଥାଲାଗି କେବଳ ଦେଶରେ ଏକମାତ୍ର ରାଜ୍ୟ ଓଡିଶା ଯାହାର ସାମାନ୍ୟତମ କିଛି ବି ବ୍ୟବସ୍ଥା ନାହିଁ । ଏହାର ଚରମ ଫଳାଫଳ ସରକାରଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି ଅନୁଭବ ଆସେ । ଦୀର୍ଘ ଦିନର ସରକାରର ଅବସ୍ଥିତି ମୁଷ୍ଟିମେୟତାକୁ ଜନ୍ମ ଦେଇଛି । ଗଣତନ୍ତ୍ର ରାଜ୍ୟରୁ ହତ୍ୟା ହେବାପରି ଅନୁଭବ ହେଉଛି । ବିରୋଧିଦଳ ସଂଖ୍ୟା ନଗଣ୍ୟ ହୋଇଥିବାରୁ ଅରାଜକତା ଦିନକୁ ଦିନ ବଢିବଢି ଚାଲିଛି । ମୁଷ୍ଠିମେୟତାର ଅବିବୃଦ୍ଧି ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବାର ସଂଭାବନାକୁ ଏଡାଇ ଦେଇହେବ ନାହିଁ । ଦାମଙ୍କ ପାଇଁ ଏହିପରି ଅବିଚାରରେ ତାଙ୍କର କିଛି ଅସୁବିଧା ହେବ ନାହିଁ ତାଙ୍କରତ ବୟସ ଗଲାଣି । ବରଂ ତୁମେ ଦିନକୁ ଦିନ ବିପର୍ଯ୍ୟୟମୁଖି ହେବା ସହିତ ରାଜ୍ୟବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହେବ । ଗାଁ ଗାଁରେ ବିଜୁ ବାହିନୀ ଗଢିଦେଲେ ଭୋଟ ବଢିଯିବ ନାହିଁ କେବଳ ସରକାରୀ ଅର୍ଥକୁ କର୍ମୀ ମାନଙ୍କ ସ୍ୱାର୍ଥରେ ଠିକାଦାରୀ ଦେଇ ଦେଲେ ଭୋଟ ବଢିଯିବ ନାହିଁ , କଥାରେ ଅଛି କାହା ସହିତ ଶତୃତା କରିବାର ଅଛିତ ତାକୁ ଟଙ୍କା ପଇସା ଖର୍ଚ୍ଚକରି ଥରଟିଏ ସରପଂଚ କରିଦିଅ । ତୁମେ ତାହାର ଶତୃନୁହଁ ପଂଚାୟତ ସାରା ଶତୃ ହୋଇଯିବେ । ପ୍ରତି ଗ୍ରାମର ସରପଂଚ ମାନଙ୍କର ଅବସ୍ଥା ସେହି ପରି ହୋଇଛି । ଠିକାଦାରୀ ସଂଖ୍ୟ ବୃଦ୍ଧି ପାଉଛନ୍ତି , ସେହି ମାନଙ୍କର ସନ୍ତୁଷ୍ଟି କରଣ ପାଇଁ ଯେତେ ବ୍ୟବସ୍ଥା କରୁଛ , ଏହା ସାଧାରଣ ଲୋକଙ୍କ ଠାରୁ ସେତେ ଶତୃତା ଆପଣାଇବାର ପଥକୁ ଉନ୍ମୁକ୍ତ କରୁଛି । ତୁମେ ଯେତେ ଅନୁଦାନ ଛାଡିବ ସେତେ ଭାଗବଣ୍ଟା ଅଛିଣ୍ଡା ରହିବ , ସେତେ ଦ୍ୱନ୍ଦ ବଢିବ ଆଉ ସରକାରୀ ଦଳର ବଦନାମ ସେତେ ବଢିବଢିଯିବ । ବିଜୁ ଜନତା ଦଳର ଲୋକଙ୍କୁ ଏହିକଥା ଖରାପ ଲାଗିବ ନିଶ୍ଚିତ କିନ୍ତୁ ଏହା ଅପ୍ରିୟ ସତ୍ୟ । ଏହି ସତ୍ୟକୁ ଗ୍ରହଣ କରିନେଇ ସଂଶୋଧିହ ହୁଅ ମିଛି ଦିନ ଆଉ ତିଷ୍ଟିଯିବ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.