ଦଳିତ ବର୍ଗ(sc /st )ଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ଜରୁରୀ ନୁହଁ :- ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୨୬।୯: ହରିଜନ ଆଦିବାସୀଙ୍କର ଚାକିରୀ କ୍ଷେତ୍ରରେ ପଦୋନ୍ନତିରେ ସଂରକ୍ଷଣ ଜରୁରୀ ନୁହେଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଲାଗି ଏହି ନିୟମ ବାଧ୍ୟତାମୂଳକ ନୁହଁ ସେ ଚାହିଁଲେ ଏନେଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ୭ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ୨୦୦୬ରେ ଏମ୍. ନାଗରାଜ ଏବଂ ଭାରତ ସରକାରଙ୍କ ରାୟକୁ କାଏମ୍ ରଖି ଏହାର ପୁଣିଥରେ ବିଚାର କରିବାକୁ ମନା କରିଦେଇଛନ୍ତି। ଉଚ୍ଚ ଅଦାଲତଙ୍କ ଏହି ରାୟ ଦ୍ୱାରା ଏସ୍/ଏସ୍ଟି ପଦୋନ୍ନତିରେ ଜାତି ଭିତ୍ତିକ ସଂରକ୍ଷଣ ବନ୍ଦ ହୋଇଛି। ସୂଚନାଯୋଗ୍ୟ,ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଯୁକ୍ତିରେ ଏସ୍ସି କର୍ମଚାରୀଙ୍କ ସଂଖ୍ୟା ୧୭.୫୫ ପ୍ରତିଶତ ଥିବାବେଳେ ଏସ୍ଟି ସଂଖ୍ୟା ୮.୩୭ ପ୍ରତିଶତ ରହିଛି। ଅବଶ୍ୟ ସାରା ଦେଶରେ ଏହି ନିୟମ ସମାନ ଭାବରେ ଲାଗୁହେବ ଦରକାର ବୋଲି ବହୁ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି , କିନ୍ତୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିଷ୍ପତି କୁ ଦେଶ ସମ୍ମାନ ଦେବା ସହିତ ବିଭିନ୍ନ ମହଲରେ ଏତାଦୃଶ ନିର୍ଦେଶ କୁ ସ୍ୱାଗତ କରାଯାଇଛି .