କଂଗ୍ରେସର ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ, ଆଜି ପୁଣି ତୈଳଦର ବୃଦ୍ଧି

ଓଡିଶା ନ୍ୟୁଜ୍

ବଡଚଣା- କେନ୍ଦ୍ର ସରକାରଙ୍କ ଖାମଖିଆଲି ନିତୀ ପାଈଁ ସମଗ୍ର ଦେଶରେ ପେଟ୍ରୋଲ ଆଦି ତୈଳଦର ପ୍ରତ୍ୟେହ ହୁ ହୁ ହୋଇ ବଢୁଥିବା ବେଳେ , ଏହାକୁ ବିରୋଧ କରି ଆଜି ସମଗ୍ର ଦେଶରେ ଭାରତ ବନ୍ଦ ଆନ୍ଦୋଳନର ଡାକରା ଦିଆ ଯାଇଥିଲା , ତେବେ ଓଡିଶାରେ ଏହାର ପ୍ରଭାବ ବେଶ୍ ଭାବେ ପଡିଥିବାର ଦେଖା ଯାଇଛି । ଯାଜପୁର ଜିଲ୍ଲାର ବଡଚଣା ଓ ବରୀରେ ଏହାର ପ୍ରଭାବ ବହୁଳ ଭାବେ ପଡିଥିବାର ଜଣା ପଡିଛି । ବରୀ ବଡଚଣାର ମୁଖ୍ୟ ପଥ ଉଦୟ ଗିରି ନିକଟସ୍ଥ ବାଲିକୁଦା ସେତୁ ରତ୍ନଗିରୀ ମୁଖ୍ୟ ରାସ୍ତା କୁ ବରିଷ୍ଠ କଂଗ୍ରେସ ନେତା ଖଗେଶ୍ୱର ଜେନାଙ୍କ ନେତୃତ୍ତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ଅବରୋଧ କରିଥିବା ବେଳେ ବରୀ ଓ ବଡଚଣାର ସମସ୍ତ ମାର୍କେଟ ସ୍ୱତଃପ୍ରବୃତ ଭାବେ ବନ୍ଦ ହୋଇଯାଇଥିଲା ।୨୦ ନଂ ଜିଲ୍ଲା ପରିଷଦଜୋନ କଂଗ୍ରେସ ସଭାପତି ଗଗନ ବିହାରୀ ପରିଡା, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଖଗେଶ୍ୱର ଜେନା, ୨୦ ନଂ ଜୋନ ସଂପାଦକ ବରଦା ପ୍ରସନ୍ନ ରାୟ, ରଇପୁର ପଞ୍ଚାୟତ କଂଗ୍ରେସ ସଭାପତି ଶିବ ପ୍ରସାଦ ପଟ୍ଟନାୟକ, କୋଲଣ ଗିରୀ ପଂଚାୟତ ସଭାପତି ପ୍ରଦୀପ ମହାପାତ୍ର , ବଡବାଲିକୁଦା ପଂଚାୟତ ସଭାପତି ତୈଲୋକ୍ୟ ନାଥ ବିଶ୍ୱାଳ, ମଝିପଡା ଗ୍ରା.ପ ପୂର୍ବତନ ସରପଂଚ କରୁଣା କର ରଣା, ବରିଷ୍ଠ କଂଗ୍ରେସ ସଭ୍ୟ ଶଚ୍ଚିଦା ନନ୍ଦ ଜେନା, ଶରତ ଚନ୍ଦ୍ର ଜେନା, ଡମ୍ବରୁଧର ସାହୁ , ମତ୍ସଜିିବୀ କଂଗ୍ରେସ ସଭାପତି ସୁଦାମ ଦଳାଇ, ସାଉଡିଆ ଯୁବ କଂଗ୍ରେସ ନେତା ପ୍ରଭାତ ପ୍ରଧାନ, ପ୍ରଦିପ ସ୍ୱାଇଁ, ଅଜୟ ଜେନା, କୁଞ୍ଜ ମଲ୍ଲିକ, ଆଶିଷ କୁମାର ଧଲ, ଧନେଶ୍ୱର ସାହୁ, ବିଚିତ୍ରାନନ୍ଦ ଖଣ୍ଡାଇ ଆଦି ବହୁ କଂଗ୍ରେସ ନେତୃତ୍ୱ ଭାରତ ବନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରି କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି କରିଥିଲେ କିନ୍ତୁ ଏହି ବନ୍ଦକୁ ଚ୍ୟାଲେଞ୍ଜ କରି ଆଜି ପୁଣି ତୈଳଦର ବୃଦ୍ଧିପାଇଥିବାର ଜଣା ଯାଇଛି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.