ଖ୍ରୀଷ୍ଟମାସକୁ ନେଇ କିଛି ଅଜବ ପ୍ରଥା

ବିଶେଷ

Related imageଖ୍ରାଷ୍ଟମାସ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବା ନଜରକୁ ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି। ଭେନେଜୁଏଲାର ରାଜଧାନୀ କାରାକାସ୍‌ର ଜନସାଧାରଣ ଏହି ଅବସରରେ ସ୍କେଟିଙ୍ଗ କରି ଚର୍ଚ୍ଚ ଯିବାର ପ୍ରଥା ରହିଛି। ଆୟର୍ଲାଣ୍ଡରେ ଖ୍ରୀଷ୍ଟମାସ ଅବସରରେ ଏକ ବିରାଟ ବିଲେଇ ବୁଲିଥିବାର ଲୋକବିଶ୍ୱାସ ରହିଛି। ଏହି ବିରାଡି ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ପୋଷାକ ଭେଟିଦେଉଥିବାର ବିଶ୍ୱାସ ରହିଥିବା ବେଳେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗିଳି ଦେଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି। ୟୁକ୍ରେନ୍‌ରେ ଏହି ଅବସରରେ ଖ୍ରୀଷ୍ଟମାସ ଟ୍ରିରେ  ବୁଢୀଆଣି ଜାଲ ଭଳି ଦିଶୁଥିବା ଡେକୋରେଟିଭ ଜିନିଷ ଝୁଲେଇବାର ପ୍ରଥା ରହିଛି। ଏଠାରେ ବୁଢୀଆଣି ଜାଲକୁ ଶୁଭ ବୋଲି ଗ୍ରହଣ କରାଯାଏ। ଖ୍ରୀଷ୍ଟମାସ ଅବସରରେ ଜର୍ମାନୀରେ ଖ୍ରୀଷ୍ଟମାସ ଟ୍ରିରେ ଆଚାର ଲୁଚେଇବାର ପ୍ରଥା ରହିଛି। ଯେଉଁ ଛୋଟପିଲା ଏହି ଆଚାରଟିକୁ ଖୋଜି ବାହାର କରିବ ତାକୁ କିଛି ଉପହାର ଦେବାର ଏକ ନିଆରା ପ୍ରଥା ରହିଛି। ଏହି ଅବସରରେ ନେଦରଲାଣ୍ଡ୍ସରେ ଛୋଟପିଲାମାନେ ନିଜ ଜୋତାକୁ ରାତିରେ ନିଆଁ ପାଖରେ ରଖି ଶୋଇଯାନ୍ତି ବିଶ୍ୱାସ ଥାଏ ଯେ, ସକାଳେ ସେଥିରେ ଉପହାର ମିଳିବ।

Loading...
Share It
  • 103
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.