ମୁମ୍ବାଇ: ବେଶ୍ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଲଭ୍ ବାର୍ଡ ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁର। ଆସନ୍ତା ମାସରେ ଏମାନେ ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଛି। ଡେକାନ୍ କ୍ରନିକାଲର ରିପୋର୍ଟ ମୁତାବକ ବଲିଉଡ୍ ସେଲିବ୍ରିଟିଙ୍କ ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲରେ ମଲାଇକା-ଅର୍ଜୁନ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏଥିରେ ଉଭୟ ପରିବାରର ସଦସ୍ୟଙ୍କ ସହ ଅତି ନିଜର ଲୋକ ଓ କେତେଜଣ ବଲିଉଡ୍ ସେଲିବ୍ରିଟି ସାମିଲ ହେବେ ବୋଲି ଜଣାପଡିଛି। ଏହା ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଚର୍ଚ୍ଚରେ ଅନୁଷ୍ଠିତ ହେବ ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଏହା ପୂର୍ବରୁ ଯେତେବେଳେ ମଲାଇକା ଅରବାଜ ଖାଁଙ୍କୁ ବିବାହ କରିଥିଲେ ସେତେବେଳେ ମଧ୍ୟ ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ରୀତିରେ ବିବାହ ହୋଇଥିଲା। ପ୍ରାୟ ୨ ବର୍ଷ ହେବ ଅରବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କୁ ଡେଟ୍ କରୁଥିବା କୁହାଯାଏ। ହେଲେ ଏମାନେ ଏହାକୁ ଆଜି ପର୍ଯ୍ୟନ୍ତ ସ୍ବୀକାର କରି ନାହାଁନ୍ତି। ଏମିତିକି ବିବାହ ସମ୍ପର୍କରେ ମଧ୍ୟ ଏମାନେ ଅଫିସିୟାଲି କୌଣସି ଘୋଷଣା କରି ନାହାଁନ୍ତି।
