ଛାତ୍ରନେତାରୁ ହିଁ ରାଜନେତା

ଓଡିଶା ବିଶେଷ

 

ସୁଶାନ୍ତ କୁମାର ଦାସ

ଋାଜନୀତିକହିଲେ ଆଗକାଳରେ ରାଜାଙ୍କ ନୀତିକୁ ବୁଝାଏ । କିନ୍ତୁ ବର୍ତମାନ ଯୁଗରେ ରାଜନୀତି ଜିତିଥିବା ଶାସକଦଳଙ୍କର ବିଧାୟକ ଓ ସାଂସଦ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ରାଜନୀତି ଆରମ୍ଭ ହୁଏ ଛାତ୍ରନେତାରୁ ଏବଂ ପରିସମାପ୍ତି ଘଟେ ଜନସାଧାରଣଙ୍କ ସେବାରେ, କିଏ, କେମିତି ଓ କେଉଁ ଉପାୟରେ ଜନସାଧାରଣଙ୍କ ସମସ୍ୟାକୁ ବୁଝି କାମରେ ଲଗାଇ ସମାଜର ଉନ୍ନତି କରେ , ତାକୁ ହିଁ ଅସଲି ରାଜନୀତି ର ପଶାଖେଳ କୁହାଯାଏ । ଏବେ ଦୁନିଆରେ ଯେମିତି ଚାକିରି ପାଇଁ ପ୍ରତିଯୋଗିତା ଚାଲିଛି , ଠିକ୍ ସେମିତି ନୂଆ ନୂଆ ରାଜନୈତିକଦଳ ପ୍ରତିଷ୍ଠା ହୋଇ ପ୍ରତିଯୋଗିତା ଆରମ୍ଭ କରିସାରିଲେଣି । ଫଳରେ ଜନସାଧାରଣଙ୍କ ମନର ଆଶା, ବିଶ୍ୱାସ, ସବୁ ରାଜନେତା ଓ ଦଳ ଉପରୁ ଧିରେ ଧିରେ ବିଚ୍ୟୁତ ହେବାକୁ ଲାଗିଲାଣି ।

Loading...

ଆଜିର ଦୁନିଆରେ ଯୁବନେତା ବା ଛାତ୍ରନେତା ରାଜନିତୀକୁ ଓହ୍ଲାଇବା ନିହାତି ଦରକାର । କାରଣ ସେମାନେ ଦେଶର ଅର୍ଥନୌତିକ ବିକାଶ ଓ ସାମାଜିକ ପ୍ରଗତିର ଦାୟିତ୍ୱ ନେବେ । ସେମାନଙ୍କର ଦକ୍ଷତା ଓ ପାରଦର୍ଶିତା ରାଜ୍ୟର ବା ଦେଶର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବ । ସେମାନଙ୍କ ଦକ୍ଷତାର ପ୍ରଧାନ ମାପକାଠି ହେଉଛି ଲେଖିବା ଓ କହିବାର ଶକ୍ତି । ନିଜର ବିଚାର ଲୋକଙ୍କ ପାଖରେ ଠିକ୍ ଭାବରେ ଉପସ୍ଥାପିତ କରିବା ଓ ନିଜର ମତାମତକୁ ଲୋକଙ୍କ ପାଇଁ ଗ୍ରହଣୀୟ କରିବା ହେଉଛି ସଫଳ ନେତୃତ୍ୱର ଚାବିକାଠି । ଯୁବନେତା ବା ଛାତ୍ରନେତାଙ୍କ ମଧ୍ୟରେ ଲେଖିବାର ଓ କହିବାର ପ୍ରତେିଯାଗିତା ଯୁବ ନେତୃତ୍ୱ ବିକାଶକୁ ପ୍ରୋତ୍ସାହନ ଦେବ ।

ଏକବିଂଶ ଶତାବ୍ଦୀ ହେଉଛି ଯୁବଗୋଷ୍ଠୀର, ଆମ ଦେଶରେ ଏବେ ଶତକଡ଼ା ୫୪ଭାଗ ଲୋକ ୨୫ ବା ତା ଠାରୁ କମ୍ ବୟସର । ଏ ବିରାଟ ଛାତ୍ରଶକ୍ତି ହେଉଛି ଏକ ଅଦ୍ୱିତୀୟ ମାନବ ସମ୍ବଳ । ଏ ସମ୍ବଳକୁ ଠିକ୍ ଭାବରେ ଉପଯୋଗ କଲେ, ଏହାର ଅପଚୟ ନ ହେଲେ ଆମ ଦେଶ ଓ ସମାଜ ବିଶେଷ ଭାବରେ ସମୃଦ୍ଧ ହେବ । ଏ ଅଦ୍ଭୁତପୂର୍ବଶକ୍ତି ଓ ସମ୍ବଳକୁ ଉପଯୁକ୍ତ ଭାବରେ ଗଢ଼ିବା, ଦିଗଦର୍ଶନ ଦେବା ଓ ଦେଶ, ରାଜ୍ୟ ସମାଜର ଉନ୍ନତି ପାଇଁ ଏକ ବଡ଼ ଆହ୍ୱାନ । ଏଥିପାଇଁ ଉପଯୁକ୍ତ ଛାତ୍ର ନେତୃତ୍ୱ ଅପରିହାର୍ଯ୍ୟ । ତୁଳସୀ ଦୁଇ ପତ୍ରରୁ ବାସେ, ଠିକ୍ ସେହିପରି ନେତା ହେବାର ଦକ୍ଷତା ଜନ୍ମରୁ ଥାଏ , ତିଆରି କରାଯାଇପାରେ ନାହିଁ । ହଜାର ହଜାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ କେଇଜଣଙ୍କ ନେତୃତ୍ୱ ନେବାର ରୁଚି ବା ମନୋଭାବ ଥାଏ । ସାମାଜିକ ପରିସ୍ଥିତି, ଘାତପ୍ରତିଘାତ ମଧ୍ୟରେ ନିଜର ପ୍ରତିବଦ୍ଧତା, ଉଦ୍ୟମ ଓ ଅଧ୍ୟବସାୟ ସାଧାରଣ ମଣିଷକୁ ଜନନେତାରେ ପରିଣତ କରିଥାଏ । ଅନେକ ସମୟରେ ବିଜ୍ଞ, ଅନୁଭବୀ ନେତୃତ୍ୱର ସଂସ୍ପର୍ଶରେ ଆସି ଯୁବପ୍ରତିଭା ନେତୃତ୍ୱରେ ପରିଣତ ହୋଇଥାଏ । ନେତୃତ୍ୱ କହିବାକୁ ଗଲେ ସାଧାରଣତଃ ଦୁଇ ପ୍ରକାର । ସାମାଜିକ ନେତୃତ୍ୱ ଓ ରାଜନୌତିକ ନେତୃତ୍ୱ । ସମାଜର ନିମ୍ନ ଶ୍ରେଣୀର ଲୋକଙ୍କର ଉନ୍ନତି ପାଇଁ ନେଉଥିବା ନେତୃତ୍ୱକୁ ସାମାଜିକ ନେତୃତ୍ୱ ତତ୍ ସହିତ କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଦାୟିତ୍ୱ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଜନସାଧାରଣଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଦୁଇ ପାଦ ଆଗକୁ ଚାଲିଆସନ୍ତି । ଠିକ୍ ସେହିଭଳି ରାଜନୌତିକ ନେତୃତ୍ୱ ହେଉଛି, ରାଜନୀତିର ବିଭିନ୍ନ ସ୍ତରରେ ଲୋକଙ୍କ ପାଇଁ କାମକରି, ନିର୍ବାଚନରେ ଭାଗ ନେଇ ରାଜନେତା ମାନେ ଜନପ୍ରତିନିଧି ଭାବରେ ସମାଜର ମଙ୍ଗଳ ପାଇଁ ପ୍ରୟାସ କରିବା ଉଚିତ୍ ।

ଆଜିକାଲି ଦୁନିଆରେ ମେଧାବୀ ଛାତ୍ରଛାତ୍ରୀ ରାଜନୀତିକୁ ଆସିବାକୁ ଭୟ କରୁଛନ୍ତି । ପିତାମାତା ପୁଅଝିଅଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି । ରାଜନୀତିରେ ଅନୌତିକତା, ଦୁର୍ନୀତି ଓ ଅପରାଧର ପ୍ରାବଲ୍ୟ ହେତୁ ରାଜନୀତି ଓ ରାଜନେତାଙ୍କଠାରୁ ଦୂରରେ ରହିବା ଅଧିକାଂଶ ଶିକ୍ଷିତ ଲୋକଙ୍କ ପ୍ରବୃତି ହେଲାଣି । ଅନଗ୍ରସର ଦେଶ ଓ ସମାଜର ପରିବର୍ତନ ପାଇଁ ରାଜନୀତି ହିଁ ସବୁଠାରୁ ବଳିଷ୍ଠ ମାଧ୍ୟମ । ଲୋକମାନଙ୍କ ମତରେ ରାଜନୌତିକ ସଂସ୍ଥା ସବୁଠାରୁ ବେଶୀ ଶକ୍ତିଶାଳୀ । ପ୍ରଶାସନର ଚାବିକାଠି ରାଜନେତାଙ୍କ ହାତରେ । କିନ୍ତୁ ଜଣେ ରାଜନେତାର ମୂଳଦୁଆ ହେଉଛି ସମାଜସେବୀ କିମ୍ବା ସ୍ୱଚ୍ଛାସେବୀ ଅଟେ । ରାଜନେତା ଚାହିଁଲେ ବହୁ ଭାବରେ ବହୁ ଲୋକଙ୍କ ଜୀବନରେ ମାନ ଉନ୍ନତ କରିପାରିବେ । ତେଣୁ ଉଚ୍ଚମାନର ରାଜନୌତିକ ନେତୃତ୍ୱ ଆମ ପାଇଁ ଏକାନ୍ତ ଆବଶ୍ୟକ ।

ଉଚ୍ଚଶିକ୍ଷିତ, ମେଧାବୀ, ପ୍ରତିଭାବନା ଯୁବକଯୁବତୀ ମାନଙ୍କର ରାଜନୀତି ପ୍ରତି ଅନିଚ୍ଛା ହେତୁ ଉଚ୍ଚମାନର ରାଜନୌତିକ ନେତୃତ୍ୱର ଅଭାବ ପରିଲକ୍ଷିତ ହେଉଛି । ଅବଶ୍ୟ ରାଜନୀତିରେ ଅନେକ ବିଜ୍ଞ ଓ ଅନୁଭବୀ ନେତୃତ୍ୱ ରହିଛି । ଉନ୍ନତ ରାଜ୍ୟରେ ପ୍ରଗତି ହୁଏତ ଆପଣାଛାଏଁ ଆସିବ, ଅନୁନ୍ନତ ରାଜ୍ୟରେ ବିକାଶ ଅଣିବାକୁ ପଡ଼ିବ । ତେଣୁ ମେଧାବୀ, ଦକ୍ଷ, ଚରିତ୍ରବାନ ଓ କର୍ମଠ ଲୋକ ରାଜନୀତିରେ ପ୍ରବେଶ କରିବା ଓ ସକ୍ରିୟ ଅଂଶ ଗ୍ରହଣ କରିବା ଉଚିତ୍ । ଯଦି ରାଜନୀତି ପଙ୍କିଳ ତେବେ ଏମାନଙ୍କର ପ୍ରଚେଷ୍ଟାରେ କିଛିଟା ପଙ୍କିିଳତା ଦୂର ହୋଇପାରିବ ।

ବହୁ ଲୋକଙ୍କର ଭଲଧାରଣା ରହିଛି ଯେ ଜନସାଧାରଣଙ୍କ ପାଖରେ ଭଲ ନେତୃତ୍ୱ, ସାଧୁ ନେତୃତ୍ୱ, ନୀତିବାନ ନେତୃତ୍ୱର ଆଦର ନାହିଁ । ତା ନହେଲେ ଜଣାଶୁଣା ର୍ଦୁନୀତିଗ୍ରସ୍ତ ପ୍ରାର୍ଥୀ ନିର୍ବାଚନରେ ବିଜୟ ଲାଭ କରୁଛି କିପରି ? ଜେଲ୍ରେ ରହି ଅପରାଧୀ ନିର୍ବାଚିତ ହେଉଛି କିପରି? ସାଧୁ ରାଜନେତା ଦକ୍ଷତା ସହ ନିଷ୍ଠାପର ଭାବରେ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କଲେ ଅସାଧୁ ଲୋକ ଅପେକ୍ଷା ଅଧିକ ଆଦର ପାଇବେ । କେବଳ ଶିକ୍ଷିତ ବୁଦ୍ଧିଜୀବୀ ଲୋକେ ଯେ ସାମାଜିକ ପରିବର୍ତନ ଚାହାନ୍ତି ଏବଂ ସାଧାରଣ ଲୋକ ଏଥି ପାଇଁ ଆଗ୍ରହୀ ନୁହନ୍ତି – ଏକଥା ଭାବିବା ଠିକ୍ ନୁହେଁ । ସାଧାରଣ ଲୋକେ ମଧ୍ୟ ରାଜନୀତିରେ ଅର୍ଥବଳ, ବାହୁବଳ ଓ ଅପରାଧ ଦେଖି ଦେଖି ଅଣନିଶ୍ୱାସୀ ହେଲେଣି ।

ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ରାଜନୀତି ଅବାନ୍ଛନୀୟ ପେସା ନୁହେଁ । ବରଂ ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିଭାବନା ଲୋକଙ୍କ ପାଇଁ ଆକାଂକ୍ଷିତ ରୁଚିି । ଉନ୍ନତ ସମାଜ ଗଠନ ପାଇଁ ସାମାଜିକ ପରିବର୍ତନ ପାଇଁ ଉଚ୍ଚମାନର ରାଜନୌତିକ ନେତୃତ୍ୱ ଆବଶ୍ୟକ । ସାସଧାରଣ ଲୋକେ ମଧ୍ୟ ନୀତିବାନ ରାଜନୌତିକ ବ୍ୟବସ୍ଥା ଉଚ୍ଚମାନର ରାଜନୌତିକ ନେତୃତ୍ୱ ଚାହାନ୍ତି । ତେଣୁ ଆଜିର ଶିକ୍ଷିତ ମେଧାବୀ ଯୁବନେତା ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରନେତା ରାଜନୀତିରେ ପ୍ରବେଶ କରିବା ପାଇଁ ଦ୍ୱିଧାବୋଧ କରିବାର ବାରଣ ନାହିଁ । ମହାବିଦ୍ୟାଳୟର ଛାତ୍ରନେତାଙ୍କ ପାଖରେ ବାହୁବଳ, ମନବଳ ଓ ଲଢ଼ିବାର ଶକ୍ତିଥାଏ । କିନ୍ତୁ ଅର୍ଥବଳ ନଥିବାରୁ ସେମାନେ ରାଜନୌତିକ ଦଳର ଆଶ୍ରୟ ନେଇଥାନ୍ତି । ଫଳରେ ଛାତ୍ରନେତାଙ୍କ ମଧ୍ୟରେ ଝଗଡ଼ା, ମାରପିଟ୍, ତିକ୍ତତା ପ୍ରଭୃତି ସୃଷ୍ଟି ହୋଇଥାଏ । ଼ସେମାନଙ୍କ ସାଙ୍ଗସାଥିଙ୍କର ସମ୍ପର୍କ ଧୀରେ ଧୀରେ ଘୂର୍ଣ୍ଣ ହେବାକୁ ବସେ । ଏହାର ଲାଭ ରାଜନୌତିକ ଦଳ ହିଁ ଉଠାଇଥାନ୍ତି । ଫଳରେ ଏକ ସ୍ୱଚ୍ଛ ମହାବିଦ୍ୟାଳୟ ଦୁର୍ନୀତି ମୁକ୍ତ ମହାବିଦ୍ୟାଳୟ ସହିତ , ରାଷ୍ଟ୍ର ନିର୍ମାଣରେ ମୂଳଦୁଆ ପକେଇ ପାରିବ । ଛାତ୍ରନେତାମାନେ କଲେଜ୍ ଇଲେକସନ୍ ପୂର୍ବରୁ ମହାବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚାର କରିଥାନ୍ତି । କିନ୍ତୁ ଇଲେକସନ୍ ପରେ ଏହା ମିଥ୍ୟାର ପରିଣତ ହୋଇଥାଏ । କାରଣ ସେମାନେ ରାଜନୌତିକ ଦଳ ସହ ଜଡ଼ିତ ହୋଇଥାନ୍ତି । ଶେଷରେ ଛାତ୍ରନେତାଙ୍କ ଉନ୍ନତି କାର୍ଯ୍ୟକ୍ରମ କଲେଜର ବିଭିନ୍ନ ସଂସଦରେ ସେମାନଙ୍କର ପାଇଥିବା ପଦ ଅନୁସାରେ ହୋଇଥାଏ । ଯେପରି ସେମାନଙ୍କ ପାଦକୁ କିଏ ଶିକୁଳି ଦ୍ୱାରା ବାନ୍ଧି ଦେଇଥାଏ । ତେବେ ଛାତ୍ରନେତା ମାନେ ରାଜନୀତିରେ ଭାଗନେବା ପୂର୍ବରୁ ପ୍ରଥମେ ଅନ୍ୟ ପେସାରେ ଆର୍ଥିକ ସ୍ୱଚ୍ଛଳତା ହାସଲ କରିବା ଉଚିତ୍ । ନିଜେ ଓ ନିଜର ପରିବାର ଚଳିବା ପାଇଁ , ବନଚିବା ପାଇଁ, ରାକନୀତିରେ ପଶିଲେ ପଦେ ପଦେ ଅନୌତିକତା ଓ ଦୁର୍ନୀତର ଆଶ୍ରୟ ନେବାକୁ ପଡ଼ିବ । ଆଗେ ସ୍ୱଚ୍ଛଳ ଭାବରେ ଚଳିବା ପାଇଁ ଆୟ, ତା ପରେ ଯାଇ ନେତୃତ୍ୱ । ବହୁ ରାଜନେତା ଖବରକାଗଜ ବ୍ୟତିତ ଆଉ କିଛି ପଢ଼ନ୍ତି ନାହ,ିଁ କାରଣ ଗପସପରେ ସବୁ ସମୟ କଟିଯାଏ । ଜ୍ଞାନର ଗଭୀରତା ବିନା ପ୍ରଥମ ଶ୍ରେଣୀର ନେତୃତ୍ୱ ସୃଷ୍ଟି ହୋଇପାରିବ ନାହିଁ । ତେଣୁ ସବୁ ପ୍ରକାର ବହି ପଢ଼ିବା ଦରକାର । ଛାତ୍ରନେତା ମାନେ ଦୁଇଟି ଉପାଦାନ ସବୁବେଳେ ବ୍ୟବହାର କରିବା ଉଚିତ୍ । ସେଗୁଡ଼ିକ ଆତ୍ମବିଶ୍ୱାସ ଓ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତି ।

ଛୋଟବଡ଼ ବିଫଳତା ବା ନୌରାଶ୍ୟ ପ୍ରକୃତ ଜନନେତାକୁ ବିଚଳିତ କରିପାରେନା । ଗୋଟିଏ ସୁଯୋଗ ହାତଛଡ଼ା ହେଲେ ପରବର୍ତୀ ସୁଯୋଗର ସଦବ୍ୟବହାର କରିବା ପାଇଁ ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ନେଇ ସେ ଆଗେଇଥାନ୍ତି । ସେଇଭଳି ପରୋପକାର । ଖୋଲାମନରେ ଅନ୍ୟକୁ ଏପରିକି ଅଚିହ୍ନା ଲୋକଙ୍କୁ ବିପଦ ଆପଦରେ ସାହାଯ୍ୟ କରିବା ସଫଳ ନେତୃତ୍ୱ ଚରିତ୍ର । ସାହାଯ୍ୟ କଲେ ସଦିଚ୍ଛା ଓ ସମ୍ମାନ ମିଳିବା ଏବଂ ଏହା ରାଜନେତାର ପ୍ରତିଷ୍ଠା ଓ ଲୋକପ୍ରିୟତାକୁ ସୃଦୁଢ଼ କରିବ । ବର୍ତମାନ ବିଭିନ୍ନ ମହାବିଦ୍ୟାଳୟରେ ଇଲେକସନ୍ ର ବିଗୁଲ ବାଜିସାରିଲାଣି । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ପ୍ରଚାର କରିବା ଆରମ୍ଭ କରିସାରିଲେଣି । ଛାତ୍ରନେତାଙ୍କୁ ମନେ ରଖିବା ଉଚିତ କି ସେମାନେ ଆଗାମୀ ଭବିଷ୍ୟତର ରାଜନେତା ହେବେ । ସେଥିପାଇଁ ଛାତ୍ର ନେତାମାନେ ରାଜନୀତିରେ ସେମାନଙ୍କର ଦକ୍ଷ, ଚରିତ୍ରବାନ, କର୍ମଠ, ସ୍ୱଚ୍ଛତା ଦେଖାଇ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଶପଥ ନେବା ଉଚିତ୍ ।

(ଛାତ୍ରନେତା)
ନାଲୋକନଗର, ଅନୁଗୁଳ

ଦୂରଭାଷା-୭୮୭୩୫୬୨୨୮୧

Loading...
Share It
  • 227
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.