ଛତିଶଗଡ ପାଇଁ ହୀରାକୁଦ ଜଳଭଣ୍ଡାର ଜଳଶୂନ୍ୟ ହେବ , ମହାନଦୀରେ ଆଉ ପାଣି ଆସିବ ନାହିଁ

ଓଡିଶା ନ୍ୟୁଜ୍

ସରକାର କେବଳ ନୁହଁ ରାଜ୍ୟବାସୀ ମହାନଦୀ କଥା ଚିନ୍ତା କରିଲାବେଳେ ଆଖିରୁ ନିଦେହଜି ଯାଉଛି , ଛତିଶ ଗଡର ମନାମାନୀ ଫଳରେ ଏବେ ମହାନଦୀରେ ଆଉ ଜଳ ପ୍ରବାହିତ ହେଉନାହିଁ , ଜଳ ଭଣ୍ଡାରକୁ ଯେତିକି ଜଳ ଆସିବାକଥା ତାହା ଆସୁନାହିଁ ଏ ଆଗକୁ ପ୍ରଚଣ୍ଡ ଖରାଦିନ ଆସିବ , ଜଳଭଣ୍ଡାର କୁ ଆଉ ଜଳ ପ୍ରବେଶ କରିବା ନାହିଁ , ବ୍ରାହ୍ମଣୀ ନଦୀ ମୁହାଣ ପର୍ତ୍ତିହେବାଠାରୁ ଆହୁରି ସଙ୍କଟ ଭିତରେ ଗତି କରିବ ମହାନଦୀ , ଓଡିଶାର ଗଙ୍ଗା କୁହାଯାଉଥିବା ମହାନଦୀର ଅବସ୍ଥା ଛତିଶ ଗଡପାଇଁ ଏପରି ଅବସ୍ଥା ହେବ ତାହା ଚିନ୍ତା କରିବ କଷ୍ଟ , ବିଜେପି ଦଳ କହୁଛି ତୁମେ ବର୍ଷ ଦିନରେ ମହାନଦୀ ପାଣିକୁ ଅଟକାଇ ରଖ ଆଉ କିଛି ଚିନ୍ତା ରହିବ ନାହିଁ , ବିନା କୌଣସି ବିଚାର ବିମର୍ଷ ରେ ଛତିଶ ଗଡ଼ ପୋଲା ଭରମ ପରି ଯୋଜନା କରି ମହାନଦୀକୁ ସମ୍ପୂର୍ଣ ମୃତ କରିଦେଇଛି ସେଥିଲାଗି ତାହାର ଭୁଲ କଥା ବିଜେପି ସରକାରର ନେତା କଥା ଛାଡ କର୍ମୀ ଜଣେ ବି କହୁ ନାହିଁ , ବିଜେଡି ସରକାର ତୁମର ଶତ୍ରୁ ହୋଇପାରନ୍ତି ରାଜ୍ୟ ବାସୀଙ୍କୁ ନେଇ ତୁମେ ଶାସନକୁ ଆସିବାକୁ ଚାହୁଁଛ ଯଦି ରାଜ୍ୟ ବାସୀଙ୍କ ଲାଗି ପଡେ କଥା ବି କହୁନାହଁ , ତୁମ ଦଳ ରାଜ୍ୟ ଶାସନକୁ ନଆସୁଣୁ ରାଜ୍ୟକୁ ଅପାଣିଆ କିରି ମାରି ସାରିଲଣି, ଆହୁରି ଦିନକାଳ ଅଛି , ମୋଟାମୋଟି ଭାବେ ସମ୍ବାଦ ଏହିପରି ଯେ ହୀରାକୁଦ ଜଳଭଣ୍ଡାର ପାଇଁ ଛତିଶଗଡ କାଳ ହୋଇଛି ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ ୬ଟି ବୃହତ୍‌ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ହୀରାକୁଦ ଗଭୀର ଭାବେ ପ୍ରଭାବିତ ହୋଇଛି। ଜଳ ଭଣ୍ଡାରରେ ଆବଶ୍ୟକତାଠାରୁ ଜଳ ତଳକୁ ଖସିବାରେ ଲାଗିଛି। ଫେବୃୟାରୀ ଓ ମାର୍ଚ୍ଚ ମାସ ବେଳକୁ ପରିସ୍ଥିତି ଅସମ୍ଭାଳ ହେବ। ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବା ସହିତ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ଯୋଗାଇ ଦେବା ସମ୍ଭବ ହେବ ନାହିଁ। ଛତିଶଗଡ ମହାନଦୀ ଉପରେ ନିର୍ମାଣ କରିଥିବା ୬ଟି ବ୍ୟାରେଜର ଗେଟ୍‌ ବନ୍ଦ କରିବାରୁ ଓଡିଶାକୁ ଏଭଳି ଦଶା ଭୋଗିବାକୁ ପଡିଲାଣି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିିର୍ମୟ ରଥ ମଧ୍ୟ ଏକଥାକୁ ମାନିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ସେପ୍ଟେମ୍ବର ୩୦ ତାରିଖରେ ଜଳ ସମ୍ପଦ ବିଭାଗର ଏକ ଟିମ୍‌ ଛତିଶଗଡ ଯାଇଥିଲା। ମହାନଦୀ ଉପରମୁଣ୍ଡରେ ଥିବା ୬ଟି ବ୍ୟାରେଜ ବୁଲି ଦେଖିଥିଲେ। ସେତେବେଳେ ସମସ୍ତ ବ୍ୟାରେଜର ଗେଟ୍‌ଗୁଡିକ ଖୋଲା ରହିଥିଲା। କିନ୍ତୁ ୪ ଦିନ ପରେ ଅର୍ଥାତ ଅକ୍ଟୋବର ୫ ତାରିଖରେ ବ୍ୟାରେଜଗୁଡିକର ଗେଟ୍‌ଗୁଡିକୁ ବନ୍ଦ କରି ଦିଆଯାଇଛି। କଲମା ବ୍ୟାରେଜର ୧୮ଟି ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ମିରୋଲି ବ୍ୟାରେଜର ୮୧ଟି ଗେଟରୁ ମାତ୍ର ୬ଟି ଖୋଲା ରହିଛି। ସେହିପରି ସିମୋଦା ବ୍ୟାରେଜର ୪୫ଟି ଗେଟକୁ ବନ୍ଦ କରିଦିଆଯାଇଛି। ହୀରାକୁଦ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ମାତ୍ର ୧୨ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ୧୮ ହଜାର କ୍ୟୁସେକ ଛଡାଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ୨୦୧୭ ଅକ୍ଟୋବର ୫ ତାରିଖ ବେଳକୁ ଜଳସ୍ତର ୬୩୦.୩୬ ଫୁଟ ଥିବା ବେଳେ ଶୁକ୍ରବାର ଜଳସ୍ତର ୬୨୯.୩୯ ଫୁଟ ରହିଛି। ଏଭଳି ପରିସ୍ଥିତି ଯଦି ଜାରି ରହିବ ତେବେ ଅଣମୌସୁମୀ କାଳରେ ଜଳଭଣ୍ଡାରରେ ଜଳ ସଙ୍କଟ ଦେଖା ଦେବ ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଓଡିଶା ସରକାରଙ୍କୁ କୌଣସି ସୂଚନା ନ ଦେଇ ଅଗଷ୍ଟ ମାସରେ ଛତିଶଗଡ ସମସ୍ତ ବ୍ୟାରେଜ ଖୋଲି ଦେବାରୁ ମହାନଦୀର ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Loading...

ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବିବାଦ ଦେଖାଦେଇଛି। ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡିଶା ସରକାର କେନ୍ଦ୍ରର ସହଯୋଗ ଲୋଡିଥିଲେ। କେନ୍ଦ୍ର ସରକାର ଏହାର ସମାଧାନ କରି ନ ପାରିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦର ଶୁଣାଣି କରୁଛନ୍ତି। ବିବାଦ ଏବେ ଟ୍ରିବ୍ୟୁନାଲରେ ରହିଥିବା ବେଳେ ଛତିଶଗଡର ମନମୁଖି କାର୍ଯ୍ୟ ରାଜ୍ୟ ପାଇଁ ଜଳ ସଙ୍କଟ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି।

Loading...
Share It
  • 111
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.