ଚାଷୀର ଅନାଗ୍ରହରେ ବିଲୁପ୍ତ ହେବାକୁ ଯାଉଛି ଦେଶୀ ଧାନ

କୃଷି

ନୟାଗଡ଼ ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଦେଶୀଧାନ ପ୍ରତି ମୁହଁ ଫେରାଇ ନେଇ ସରକାରୀ ଧାନ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେମିତି କମ୍ ପରିଶ୍ରମରେ ଅଧିକ ଫସଲ ଅମଳ ହେବ ସେହି ଉପାୟ ଏବେ ଚାଷୀଙ୍କୁ ଘାରିବାରେ ଲାଗିଛି। ନୟାଗଡ଼ ଜିଲ୍ଲାରେ ପ୍ରାୟ ୫ଦଶନ୍ଧି ପୂର୍ବେ ଦେଶୀଧାନ ଚାଷ କାରାଯାଉଥିଲା। ଏବେ ସେହି ଦେଶୀଧାନ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନାହିଁ। ଚାଷୀ ଅଧିକ ଅମଳ କରିବା ଆଶାରେ ସେହି ଦେଶୀଧାନକୁ ବୁଡ଼େଇ ଦେଇଥିବାବେଳେ ସରକାରୀ ଧାନରେ ବାଈ ହୋଇ ଆଉ ଦେଶୀଧାନ ଖୋଜିଲା ବେଳକୁ ପାଉନାହିଁ। ବାସନା ଧାନରୂପେ ସୁନାମ ଅର୍ଜନ କରିଥିବା ବାସମତୀଠାରୁ ଅଧିକ ବାସନାଯୁକ୍ତ ଧାନ ଗଙ୍ଗାବାଲି, ପଦ୍ମକେଶରୀ, କଳାଜିରି ଏବଂ ମସିହାଫୁଲ ପ୍ରଭୃତି ଧାନ ଚାଷ କରାଯାଉଥିଲା। ଏହି ବାସନାଯୁକ୍ତ ଧାନ ଭଲ ହେଉଥିଲେ ମଧ୍ୟ ଚାଷୀ ଏହାକୁ ଛାଡ଼ି ସରକାରୀ ଧାନ ପ୍ରତି ଅଧିକ ଆଶାୟୀ ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ଅଧିକ ଅମଳକ୍ଷମ ବିହନର ବହୁଳ ବ୍ୟବାହର ରାସାୟନିକ ସାର ପ୍ରୟୋଗ ପାଇଁ ଚାଷ ଜମିକୁ ବନ୍ଧ୍ୟା କରିବାରେ ସହାୟକ ହେଉଛି। ତଥାପି ଜମିର ଉର୍ବରତା ପ୍ରତି ଚାଷୀ ନଜର ନକରି କେବଳ ରାସାୟନିକ ସାର ପ୍ରୟୋଗ କରି ପ୍ରତିଯୋଗିତାମୂଳକ ମନୋବୃତ୍ତିରେ ଫସଲ ଅମଳ କରିବାରେ ଲାଗିପଡ଼ିଛି। କିନ୍ତୁ ଏହାର ଅପକାରିତା ଯେ କଣ ହେବ ସେଥିପ୍ରତି ସମ୍ପୁର୍ଣ୍ଣ ଆଖି ବୁଜିଦେଉଛି। ଜିଲ୍ଲାରେ ୧, ୩୬, ୮୪୧ ହେକ୍ଟର ଜମି ଚାଷ ଉପଯୋଗୀ ଥିଲାବେଳେ ସେଥିମଧ୍ୟରୁ ୩୬, ୭୮୩ ହେକ୍ଟର ଖାଲ, ୪୬, ୮୬୬ ହେକ୍ଟର ମଧ୍ୟମ ଓ ୫୩, ୧୯୨ ହେକ୍ଟର ଜମି ଢିପ କିସମର ରହିଛି। ଜଳସେଚନ କ୍ଷେତ୍ରରେ ପଛୁଆ ଅଂଚଳଭାବେ ବିବେଚିତ ନୟାଗଡ଼ ଜିଲ୍ଲାର ଚାଷୀମାନେ ଯେଉଁ କିସମର ଧାନ ବିହନ ଏକ ଜମିରେ ଓ ଖାଲୁଆ ଜମିରେ ଭଲ ଅମଳ ହେବ ଏବଂ ଜମିର ଉର୍ବରତା ବଜାୟ ରହିବ ତାହା ବିଚାରକୁ ନିଆଯାଉଥିଲା। ରାସାୟନିକ ସାରର ଅନୁପ୍ରବେଶ ସହ ଅଧିକ ଅମଳକ୍ଷମ ୧୨୪୨ କିମମ ଧାନ ବିହନ ଢିପ ଜମିରେ ସ୍ୱଳ୍ପ ଜଳରେ ଅତୀତରେ ଚାଷ କରାଯାଉଥିବା କର୍ପୁରକେଳୀ, କଲମକାଠି, ରତନଛଡ଼ି, କାଇଁଚଫୁଳ, ନାମିତ ଦେଶୀ ବିହନ ପ୍ରତି ବିମୁଖ ହୋଇ ପଡ଼ିଲେଣି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ସ୍ୱାଦିଷ୍ଟ ଚାଉଳ, ମୁଢି, ଲିଆ, ଚୂଡ଼ା, ହୁଡ଼ୁମ ପ୍ରସ୍ତୁତି ପାଇଁ ଉପଯୋଗୀ ବିବେଚିତ ହେଉଥିବା ମହିପାଳ, କୁସୁମକୁଣ୍ଡା, ନଣ୍ଡି ପର୍ବତକାଳିଆ, ମୟୁରକଣ୍ଠା ଭଳି ଦେଶୀ ବିହନ ବିଲୁପ୍ତ ହେବାକୁ ବସିଲାଣି। ଚାଷୀ ନିଜ ଘର ମୁଢି, ଲିଆ, ଚୂଡ଼ା ଓ ହୁଡ଼ୁମକୁ ଭୁଲି କିଣା ଜିନିଷ ଖାଇବାକୁ ପସନ୍ଦ କଲାଣି। ସେହିପରି କଦଳିଆ ଚମ୍ପା, କଣ୍ଠାମାଧିଆ, ବରପଙ୍କ, ଦୋଳଗୋବିନ୍ଦ, ପକ୍ଷିଆ, ବାଇଗଣ ମଞ୍ଜି, ତେଲିସାବେରୀ, ଟାଙ୍ଗରମାଧୁଆ, ଅନ୍ଧାରଚକି, ଅଳନ୍ଧୁକୁଟା, ବାଇଆଭଣ୍ଡା, ସରୁଚିନାମାଳି, ଚଟିଆନାଳି, ଭାରିକୋଦମ୍ବା, ନାଣ୍ଡିପର୍ବତକାଳିଆ, ଲଘୁପକ୍ଷିଆ, ଡମ୍ପର, କାଳିଆଂଶୁ, ଦହିକେରା, ମଥୁରାମହିପାଳ, ବାଇକାନି, ତାଳମୁକୁଳ, ଝିଲି, କଳାକୋଇଲି, ମାଗୁରା, କଦଳୀଚମ୍ପା, ଗେଲେଇଗୋଟି, ହଳଦୀଗଣ୍ଠି, କେରାଣ୍ଡିଆ, ଶୁଳିଆ, କନକା, ସାବେରୀ, ରୋହି ବାଙ୍କୋଇ, ସୁବର୍ଣ୍ଣ କକ୍ଷାରୁଆ, କଲମା, ବଉକୁଚି, ମହିସାଫୁଲ, ଜାଇଗଣ୍ଠି, କଟକଟି, ଭୂତିଆ, ପଶାକାଠି, ରଘୁନାଗ, ବଲ୍ଲଭ, ଅନାମ, ଲଘୁଓଷା, ବେଶା ପଞ୍ଜର, ବଡ଼ଓଷା, କାଳିଆ ମେଥିମହିପାଳ, ଆକାଶମୟୀ, ଭାରତୀ, ନାଣ୍ଡିକା, ପଥରା ଏବଂ ବଉଳପେନ୍ଥି କିସମର ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହେବାକୁ ବସିଲାଣି। ଏ ଧରଣର ବିହନ ପ୍ରତି ଅନାଗ୍ରହ ହୋଇ ପଡ଼ିଥିବା ଚାଷୀ ବହୁ ରାଷ୍ଟ୍ରୀୟ କମ୍ପାନୀର ବିହନ ଦ୍ୱାରା ଚାଷ କାର୍ଯ୍ୟ କରିଚାଲିଛି। ଯାହାଫଳରେ ସମ୍ପ୍ରତି ୧୦୦୯ ତାଇଚୁଙ୍ଗ ଏବଂ ସ୍ୱର୍ଣ୍ଣମଶୁରୀ ଧାନ ବିହନ ତଥାକଥିତ ସରକାରୀ ଧାନ ବିହନ ଗୁଡ଼ିକର ବହୁଳ ଚାଷ ପାଇଁ ପ୍ରଚାର ପ୍ରସାର କରାଯିବା ସହ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ସରକାରୀ ଭାବେ ପ୍ରାୟ ୫୦ରୁ ଅଧିକ ସରକାରୀ ଅଧିକ ଅମଳକ୍ଷମ ଧାନ ବିହନ ଯୋଗାଇ ଦିଆଯିବାର କୁହାଯାଉଥିବାବେଳେ ଏବେ ମାତ୍ର ୪ଟି ସରକାରୀ ଧାନ ପୂଜା, ଏମଟିୟୁ ସ୍ୱର୍ଣ୍ଣ ମୟୂରୀ, ୧୦୦୧ ଓ ପ୍ରତୀକ୍ଷା ଧାନ ପ୍ରତି ବେଶୀ ମନବଳାଉଛି।ଉପଲବ୍ଧ ହେଉଛି। ଚାଷୀ ଅଧିକ ଅମଳକ୍ଷମ ବିହନ ଆଶାରେ ଯେଉଁ ପାରିମ୍ପରିକ ଦେଶୀ ବିହନ ବୁଡ଼େଇଦେଲା ଏବେ ଖୋଜିଲାବେଳକୁ ନପାଇ ପ୍ରମାଦ ଗଣୁଛି। ଅତି ଢିପ ଜମିରେ ହୀରା, କଳିଙ୍ଗ-୩, ଧଳାହୀରା, ବନ୍ଦନା, ଅ୍ୟଞ୍ଜଳୀ କିସମର ଧାନ ବିହନ ଉପଯୋଗୀ ହେଉଥିବାବେଳେ ଢିପ ଜମିରେ ଖଣ୍ଡଗିରି, ଘଣ୍ଟେଶ୍ୱରୀ, ବନପ୍ରଭା, ଉଦୟଗିରୀ, ପାରିଜାତ, ପଥରା, ଲଳିତଗିରି ଉଚ୍ଚ ମଝିଆଳି ଜମିରେ ଅନ୍ନଦା, ଶତାଦ୍ଦୀ, ଏମଟିୟୁ ୧୦୦୧, ଭୋଇ, ରାଧୀ, କୋଣାର୍କ, ଲଲାଟ, ଖାରବେଳ.ସେବତୀ ମଝିଆଳୀ ଜମିରେ ପଦ୍ମିନୀ, ପ୍ରତୀଷା, ଉର୍ବଶୀ, ମୋଟି, ମସୁରୀ, ବିପିଟି ୫୨୦୪, ତତ୍ନଗିରୀ, ଖାଲଜମିରେ ଇନ୍ଦ୍ରାବତୀ, ମହାନଦୀ, ରାମଚଣ୍ଡୀ, ଗାୟତ୍ରୀ, କାଞ୍ଚନ, ଜଗବନ୍ଧୁ, ଉତ୍କଳପ୍ରଭା, ସାବିତ୍ରୀ, ସିଆର ୧୦୧୪, ପ୍ରାଚୀ, ଅତିଖାଲ ଜମିରେ ଦୁର୍ଗା, ଆରଜିଏଲ-୨୫୩୭, ସାରଳା, ତୁଳସୀ, ପାଣିଧାନ ଓ ଲୁଣି ଜମିରେ ଲୁଣିଶ୍ରୀ ଓ ସୋନାମଣୀ ଆଦି ବିହନ କିସମ ରହିଛି। ତେବେ ଦେଶୀ ଧାନ ବିହନର ସଂରକ୍ଷଣ ପ୍ରତି ସରକାରୀଭାବେ ଦେଖାଦେଇଥିବା ଅନାଗ୍ରହ ଆଉ ସ୍ୱଳ୍ପକାଳ ମଧ୍ୟରେ ବିଲୁପ୍ତ ହୋଇଯିବାର ଆଶଙ୍କା ଦେଖାଦେଇଛି।

Loading...
Loading...
Share It
  • 31
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.