ଆସନ୍ତା ରବିବାର ଦିନ ନାଏବ ତହସିଲଦାର ପଦବୀ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରାର୍ଥୀ ଚୟନ ପରୀକ୍ଷା ପାଇଁ ‘ଜମ୍ମୁ ଆଣ୍ଡ୍ କଶ୍ମୀର ସର୍ଭିସ୍ ସିଲେକ୍ସନ୍ ବୋର୍ଡ’ ଗୋଟାଏ ଗଧ ପାଇଁ ଆଡ୍ମିଟ୍ କାର୍ଡ ପ୍ରସ୍ତୁତ କରିଥିବା କଥା କୁହାଯାଉଛି। ଏହି ଆଡ୍ମିଟ୍ କାର୍ଡଟି ‘କଚୁର୍ ଖର୍’ ଅର୍ଥାତ୍ ବାଦାମୀ ଗଧ ନାଁ’ରେ ଜାରି ହୋଇଛି। ପ୍ରାର୍ଥୀଙ୍କ ଜନ୍ମ ତାରିଖ ଜାନୁଆରି ୧, ୧୯୯୦ ବୋଲି ଉଲ୍ଲେଖ ରହିଛି।
ଏ ଭଳି ଜଣେ ଅସ୍ୱାଭାବିକ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ଫଟୋ ଦେଖି କେହି ଜଣେ ସେ ଆଡ୍ମିଟ୍ କାର୍ଡକୁ ସାମାଜିକ ଗଣମାଧ୍ୟମରେ ଅପ୍ ଲୋଡ୍ କରିଦେବାରୁ ତାହା ନିମିଷକରେ ଭାଇରାଲ୍ ହୋଇଗଲା। ଅନେକ ଏ ଭଳି ତ୍ରୁଟି ପାଇଁ ‘ଜମ୍ମୁ ଆଣ୍ଡ୍ କଶ୍ମୀର ସର୍ଭିସ୍ ସିଲେକ୍ସନ୍ ବୋର୍ଡ’କୁ ସମାଲୋଚନା କଲେ।
ଯୋଗକୁ ଏଇଟା ଜମ୍ମୁ ଓ କଶ୍ମୀରରେ ପ୍ରଥମ ଘଟନା ନୁହେଁ। ୨୦୧୫ରେ ଜମ୍ମୁ ଆଣ୍ଡ୍ କଶ୍ମୀର ବୋର୍ଡ ଅଫ୍ ପ୍ରଫେସ୍ନାଲ୍ ଏଣ୍ଟ୍ରାନ୍ସ୍ ଏକ୍ଜାମିନେସନ୍ ଜଣକ ଆଡ୍ମିଟ୍ କାର୍ଡରେ ଗାଈର ଫଟୋ ଛାପି ଦେଇଥିଲେ।
ଏ ଘଟନା ଉପରେ ଦୁଃଖ ବ୍ୟକ୍ତ କରି ଜଣେ ଟୁଇଟର୍ରେ ଲେଖିଛନ୍ତି: ଗଧ ନାଅାଁରେ କମ୍ପ୍ୟୁଟର୍ରୁ ଆଡ୍ମିଟ୍ କାର୍ଡ କାଢ଼ି ତାକୁ ଗଣମାଧ୍ୟମରେ ଦେବା ହାସ୍ୟାସ୍ପଦ କଥା। ଏଥିରୁ ଜାଣନ୍ତୁ ନଷ୍ଟ କରିବା ପାଇଁ ଆମ ପାଖରେ କେତେ ସମୟ ରହିଛି।
ଅନ୍ୟ ଜଣେ ଲେଖିଛନ୍ତି: ୨୦୧୫ରେ ଏ ଭଳି ଏକ ଘଟଣା ଆଲୋଚ୍ୟ ବିଷୟ ହୋଇ ସାରିଥିବାରୁ ଏବକାର ତ୍ରୁଟିକୁ ତୁରନ୍ତ କମ୍ପ୍ୟୁଟର୍ରୁ ଡିଲିଟ୍ କରି ଦେବା କଥା।
‘ଜମ୍ମୁ ଆଣ୍ଡ୍ କଶ୍ମୀର ସର୍ଭିସ୍ ସିଲେକ୍ସନ୍ ବୋର୍ଡ’ର ଚେୟାର୍ମ୍ୟାନ୍ ସିମରଣଦୀପ ସିଂହ କହନ୍ତି ଯେ ଏହି ଆଡ୍ମିଟ୍ କାର୍ଡଟି କମ୍ପ୍ୟୁଟର୍ ଯୋଗେ ତିଆରି କରାଯାଇଛି। ଏହା ବିଭାଗୀୟ ତ୍ରୁଟି ନାହିଁ। ଏଇଟି କମ୍ପ୍ୟୁଟର୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। କୌତୁକ ପାଇଁ କେତେକ ଲୋକ ଚଗଲାମି କରି ଥାଆନ୍ତି। ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ପ୍ରତି ଆଡ୍ମିଟ୍ କାର୍ଡକୁ ଯାଞ୍ଚ କରାଯାଇଥାଏ। ତେଣୁ କୌଣସି ଅଡୁଆ ହେବ ନାହିଁ।
- 24Shares