କେଉଁ ଦିଗରେ ଅଖଣ୍ଡ ଦୀପ ଜଳିଲେ ଘରେ ସୁଖ ଓ ସମୃଦ୍ଧି ଆସେ ?

ଚଳିତ ବର୍ଷ ଶାରଦୀୟ ମାଆ ଦୁର୍ଗା ପୂଜା ବା ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବର ୫ ତାରିଖରେ ଶେଷ ହେବ। ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ମାଆଙ୍କୁ ଆରଧନା ଓ ପୂଜା କଲେ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଥାଏ। ନବରାତ୍ରିରେ ଅଖଣ୍ଡ ଦୀପ ଜାଳିବାର ଏକ ପ୍ରଥା ରହିଛି। କୁହାଯାଏ, ଏହି ଦିବ୍ୟ ଜ୍ୟୋତି ପ୍ରଜ୍ୱଳିତ ହେବା ଦ୍ୱାରା ଦେବୀ ଦୁର୍ଗା […]

Continue Reading

ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ରୀତିନୀତି ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍ଜନନୀ ମାଆ ସମଲେଶ୍ବରୀଙ୍କଠାରେ ୧ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ତୁଳା ଲଗ୍ନେ ମିଥୁନ ନବାଂଶେ ନବାନ୍ନ ଭୋଗ ଲାଗି ହୋଇଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର। ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ […]

Continue Reading

ଦୂର ବାଟ
କଥାଟିଏ – ଯାଯାବର

ଜଣେ ରୋଗଗ୍ରସ୍ତ ପିତା ତାଙ୍କ ପୁତ୍ରକୁ କହିଲେ- ବାବୁରେ, ମୋ ପାଖରେ ‌ଗୋଟିଏ ଅତି ପୁରୁଣା ଘଡ଼ି ଅଛି। ଏହି ଘଡ଼ିଟିକୁ ତୋ ଜେଜେବାପାଙ୍କୁ ତାଙ୍କ ବାପା ଦେଇଥିଲେ। ଏହା ଏବେ ବି ଚାବି ଦେଲେ ଚାଲିବ। ଏହାକୁ ନେଇ ବଜାରକୁ ଯାଆ। ବିକ୍ରି କରି ଯାହା ଟଙ୍କା ମିଳିବ ଆଣ। ଆମ ଲାଗି ତାହା ସହାୟକ ହେବ। ପୁଅ ଘଡ଼ିଟିକୁ ନେଇ ଦେଖିଲା। ତାକୁ ଚାବି ଦେଲା ଏବଂ ଘଡ଼ିଟି ଚାଲିବାକୁ ଲାଗିଲା। ସେ ତାକୁ […]

Continue Reading

‘ଗୁରୁପୂର୍ଣ୍ଣିମା’ ଶ୍ରଦ୍ଧା ଜ୍ଞାପନର ଅନନ୍ୟ ଦିବସ

ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଅନ୍ୟାନ୍ୟ ସଭ୍ୟତା ପାଇଁ ଅପରିଚିତ। ଏହା ଆମ ଐତିହ୍ୟର ଗଭୀରତାକୁ ସୂଚିତ କରିଥାଏ। ଗୁରୁ-ଶିଷ୍ୟ ସମ୍ପର୍କ ଆମ ଜୀବନର ଏକ ଅଂଶ। ପ୍ରାଚୀନ କାଳରୁ ଗୁରୁଙ୍କୁ ଭାରତୀୟ ସମାଜ ଦ୍ୱାରା ସର୍ବୋଚ୍ଚ ସ୍ଥାନ ଦିଆଯାଇଛି କାରଣ ଗୁରୁଙ୍କର ମହାନତାର ତୁଳନା ନାହିଁ। ସନ୍ଥ କବୀରଙ୍କ ଭାଷାରେ ‘ଗୁରୁଙ୍କର ମହାନତା ଶବ୍ଦାତୀତ, କିନ୍ତୁ ଶିଷ୍ୟ ମହା ଭାଗ୍ୟଶାଳୀ’। ଶ୍ରୀଶ୍ରୀପରମହଂସ ଯୋଗାନନ୍ଦଙ୍କ ଶିଷ୍ୟା ତଥା ଯୋଗଦା ସତ୍‌ସଙ୍ଗର ପୂର୍ବତନ ସଭାପତି ଶ୍ରୀଶ୍ରୀମୃଣାଳିନୀ ମାତା ତାଙ୍କ […]

Continue Reading

ଯୁଗାନ୍ତର ସାଂସୃତିକ ପରିଷଦ ର ୪୩ ତମ ବାର୍ଷିକୋତ୍ସବ ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପବିତ୍ର ଜୟନ୍ତୀ ସମାରୋହ

ପ୍ରତିବର୍ଷ ପରି ଚଳିତ ବର୍ଷ ‘ଯୁଗାନ୍ତର ସାଂସୃତିକ ପରିଷଦ ’ର ୪୩ ତମ ବାର୍ଷିକୋତ୍ସବ ସହିତ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପବିତ୍ର ଜୟନ୍ତୀ ସମାରୋହ ଆଜି ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସଭାପତି କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ରଇପୁର ଘାଟକୂଳ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବର ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମୟ ଖବର କାଗଜର ପୂର୍ବତନ ସଂପାଦକ , ସମ୍ଭକାର, ସମାଲୋଚକ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱ […]

Continue Reading