ଆଇସିସିର ନୂଆ ନିୟମ : କ୍ରିକେଟ୍ ବଲରେ ଲାଳ ଘସିବା ନିଷିଦ୍ଧ

ମୁମ୍ବାଇ : ଆସନ୍ତା ମାସରୁ ଟି-୨୦ ବିଶ୍ବକପ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି । ଏସବୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନୁମୋଦନ କରାଯାଇଛି । ସବୁଠାରୁ ଚର୍ଚ୍ଚିତ ସଂଶୋଧନ ଆସିଛି କ୍ରିକେଟ ବଲରେ ଲାଳ ଘସି ସାଇନିଂ କରିବାକୁ ନେଇ । ଏଣିକି କ୍ରିକେଟ ବଲରେ ଲାଳ ଘସିବା ନିଷିଦ୍ଧ କରାଯାଇଛି । କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହି ନିୟମକୁ ଅସ୍ଥାୟୀ […]

Continue Reading

ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ। ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ […]

Continue Reading

ଶ୍ରୀଲଙ୍କାକୁ ଷଷ୍ଠ ଏସିଆ କପ୍‌: ପାକିସ୍ତାନ ୨୩ ରନ୍‌ରେ ପରାସ୍ତ

ଦୁବାଇ: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଂଘର୍ଷରତ ଶ୍ରୀଲଙ୍କା ରବିବାର ଅଲରାଉଣ୍ଡ୍ ପ୍ରଦର୍ଶନ କରି ଏସିଆ କପ୍‌ କ୍ରିକେଟ୍ ମୁକୁଟ ଜିତି ନେଇଛି। ଭାନୁକା ରାଜପକ୍ଷଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ୱାନିନ୍ଦୁ ହସରଙ୍ଗାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ସହିତ ପ୍ର ମୋଦ ମଦୁସନଙ୍କ ୪ ୱିକେଟ୍‌ ଦଖଲ ବଳରେ ଶ୍ରୀଲଙ୍କା ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଦେଇଥିଲା। ୫୮/୫ରେ ସଂଘର୍ଷ କରିବା ସତ୍ତ୍ବେ ଶ୍ରୀଲଙ୍କା ୧୭୦ ରନ୍‌ ସଂଗ୍ରହ କରିନେଇଥିଲା। ପାକିସ୍ତାନକୁ ଏହାର ବୋଲରମାନେ ୧୪୭ ରନ୍‌ରେ ଅଲଆଉଟ୍ […]

Continue Reading

୧୦୨୦ ଦିନ ପରେ ବିରାଟ ଶତକ

ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ କୋହଲି କିନ୍ତୁ ମାତ୍ର ୬୧ ବଲରୁ ୧୨୨* ରନ୍‌ (୧୨ ଚୌକା, ୬ ଛକା)ର ପାଳି ଖେଳି ଏକ ଦୀର୍ଘଶ୍ବାସ ପକାଇଛନ୍ତି। […]

Continue Reading

‘ଓଡ଼ିଶା ଜଗରନଟ୍ସ’କୁ ମିଳିଲା ୨ କୋଟିର ଆର୍ଥିକ ପୁରସ୍କାର

ଭୁବନେଶ୍ବର: ଓଡ଼ିଶାରେ ହେବ ଖୋ ଖୋ ହାଇପର୍ଫର୍ମାନ୍ସ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଖୋ ଖୋ ଷ୍ଟାଡିୟମ। ବୁଧବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ର ପ୍ରଥମ ବିଜେତା ହେବା ପରେ ‘ଓଡ଼ିଶା ଜଗରନଟ୍ସ’ ଦଳର ଖେଳାଳି, ପ୍ରଶିକ୍ଷକ ତଥା ପରିଚାଳକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଭାରୋତ୍ତୋଳନ ହଲ୍‌ରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ଖୋ ଖୋ […]

Continue Reading