
ଆଜି ଭଗବାନ ବିଷ୍ଣୁଙ୍କ ଉପାସନାର ଦିବସ ,ଋତୁ ଚକ୍ରର ନିୟମାନୁସାରେ ବିଭିନ୍ନ ରାଶିର ବିଭିନ୍ନ କ୍ରିୟା ସମାପନ ହୋଇଥାଏ , ସମସ୍ତ ବିଘ୍ନକୁ ଅତିକ୍ରମ କରିବାକୁ ଆପଣ ସେହି ମଙ୍ଗଳମୟ ନାରାୟଣ ଙ୍କ ଉଦ୍ୟେଶ୍ୟ ରେ ସୂର୍ଯ୍ୟଙ୍କୁ ଜଳଦାନ କରିବା ସହ , ନାରାୟଣ ଙ୍କ ଶ୍ରୀ ବିଗ୍ରହ ରେ ୨୪ ଟି ତୁଳସୀ ମଞ୍ଜରୀ ସମର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟପରିବର୍ତନ ର ଆଭାସ ଖୁବ ଶୀଘ୍ର ମିଳିଯିବ .
ମେଷ:

ବୃଷ:
ବଳବାନ୍ ମଙ୍ଗଳ ପ୍ରଭାବରୁ ନିଜର ଶକ୍ତି ଓ ସାମର୍ଥ୍ୟ ଉପରେ ଭରସା କରି କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।

ମିଥୁନ:
ନୂତନ କର୍ମାରମ୍ଭ, ଯାନ୍ତ୍ରିକ ଜିନିଷ କ୍ରୟ,ଗୃହ ଓ ଯାନବାହନ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତି କରିବେ। ବିଗତ ଦିନର କଳହକୁ କେନ୍ଦ୍ରକରି ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ନୂତନ ଯୋଜନା କିମ୍ବା ଜମିଜମା ସମସ୍ୟାକୁ ନେଇ ମାନସିକ ସ୍ଥିରତା ରହି ନ ପାରେ । ବ୍ୟବସାୟ ଓ ପରିବହନରେ ମଧ୍ୟ ସାମୟିକ ବାଧାପ୍ରାପ୍ତ ହୋଇପାରେ।

କର୍କଟ:
କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାର୍ଯ୍ୟ ହାସଲ ଦିଗରେ ସହାୟକ ହେବ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ । ଅଫିସରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ପରିବାର ସଦସ୍ୟମାନଙ୍କ ନିକଟରୁ ସ୍ନେହ ଶ୍ରଦ୍ଧା ପାଇପାରନ୍ତି।

ସିଂହ:
ଆର୍ଥିକ ଉନ୍ନତି କାରଣରୁ ନୂଆ ନୂଆ କାମ ଓ ଯୋଜନା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିବେ । ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ। ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।

କନ୍ୟା:
ନିଜ ରାଶିରେ ବୁଧଙ୍କ ସ୍ଥିତି ଶାରୀରିକ ସୁସ୍ଥତା ଓ ବିଶିଷ୍ଟବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପ୍ରଦାନ କରିବ। କର୍ମକ୍ଷେତ୍ରରେ ତରବର ନ ହୋଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପରେ।

ତୁଳା:
ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ଆଶା କରୁଥିବା କାମଟି ସମ୍ପନ୍ନ ନେଇ ଅନୁକୂଳ ସୁବିଧା ମନକୁ ଆହ୍ଲାଦିତ କରିବ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ । କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ବୃଦ୍ଧି ପାଇବ । ଜମିଜମା, ଆରକ୍ଷୀ ମାମଲା ପ୍ରଭୃତିର ସମାଧାନ ହୋଇଯିବ।

ବିଛା:
ଆଜିର ଚନ୍ଦ୍ର ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିଦାୟକ ରହିବା ସହ ସାଧାରଣ ବ୍ୟତିକ୍ରମ ମଧ୍ୟରେ ସ୍ବାସ୍ଥ୍ୟୋନ୍ନତି କାରଣରୁ ମନ ହାଲୁକା ରହିପାରେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହେବ।

ଧନୁ:
ଉଚ୍ଚାରୋହୀ ଶନି ରାଶିରେ ରହି ଆର୍ଥିକ, ଆଇନଗତ, ସାଂଗଠନିକ ତଥା ରାଜନୈତିକ କ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିପାରେ । କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ରରେ ସମସ୍ୟା ସମାଧାନପୂର୍ବକ ସାମାନ୍ୟ ଅଗ୍ରଗତି ଘଟିବ।

ମକର:
ଚନ୍ଦ୍ରଙ୍କ ସ୍ଥିତି କାରଣରୁ ପରିବାରର ନିର୍ଦ୍ଦେଶରେ ଆପଣ କାମ କରିବାକୁ ବାଧ୍ୟ ହେବେ। ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ। ସନ୍ଧ୍ୟା ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନସନ ଲାଗି ରହିବ।

କୁମ୍ଭ:
ତୃତୀୟ ଚନ୍ଦ୍ର ନବମ ଭାବକୁ ଦେଖୁଥିବାରୁ ଧାର୍ମିକ କାର୍ଯ୍ୟ ପାଇଁ ପୂବର୍ର୍ ପ୍ରସ୍ତୁତି କରିପାରନ୍ତି। ନିଜ ଲୋକମାନେ ଯେତେ ପ୍ରକାର ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ।

ମୀନ:
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ବୃହସ୍ପତି ଆପଣଙ୍କୁ ଅର୍ଥ ଓ ସମ୍ମାନ ଦେବାର ପରିବେଶ ସୃଷ୍ଟି କରିପାରେ। କିନ୍ତୁ ପରିବାରରେ ଆନ୍ତରିକତାର ଅଭାବ ଜନିତ କେତେକ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ବହୁତ ଦିନରୁ ଲାଗି ରହିଥିବା ରୋଗ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଅଟକି ରହିଥିବା କାମଟି ଅପରାହ୍ନେ ସମ୍ପନ୍ନ କରିବେ।
- 5Shares