ବ୍ରେକଫାଷ୍ଟରେ କେବଳ ଫଳ ଖାଆନ୍ତୁ ନାହିଁ

ଜୀବନଚର୍ଯ୍ୟା

ଦିନ ଥିଲା, ମଣିଷ କେବଳ ଫଳାହାରୀ ଥିଲା । ବିବର୍ତ୍ତନବାଦରେ ସବୁକିଛି ବଦଳି ଯାଇଛି । ଆଜିକାଲି କେବଳ ଫଳରେ ସବୁକିଛି ଠିକଠାକ ଚାଲୁନି । ଏଥିରେ କେହି ଦ୍ୱିମତ ନୁହନ୍ତି ଯେ ଫଳରେ ପ୍ରଚୁର ପରିମାଣରେ ଭିଟାମିନ, ଖଣିଜ, କାର୍ବୋହାଇଡ୍ରେଟସ ଅଛି । କିନ୍ତୁ ଖାଦ୍ୟ ଶରୀରକୁ ଯାହା ଯୋଗାଇପାରିବ, ଫଳ ଦେଇପାରିବନି ।ବ୍ରେକଫାଷ୍ଟରେ ପେଟ ପୁରାଇ ଭୋଜନ କରନ୍ତୁ । ପ୍ରାୟ ୭-୮ ଘଂଟା ଶୋଇବା ପରେ ଶେଯ ଛାଡ଼ୁଛନ୍ତି । ପେଟରେ କିଛି ବି ନଥିବ । ଦିନର ପ୍ରଥମ ମିଲଟି ଶରୀରକୁ ପୁରା ଫିଟ୍ ରଖିବା ଭଳି ହେବା ଉଚିତ । ସକାଳେ କେବଳ ଫଳ ଖାଇଲେ, ରକ୍ତରେ ସୁଗାର ସ୍ତର ଧୀରେ ଧୀରେ କମିଯିବ, ତା’ ସହ ଗ୍ଲୁକୋଜ ମଧ୍ୟ କମିଯିବ । କେବଳ ଫଳ ଖାଇଲେ, ଶରୀର ନିଦା ହୋଇଯିବ । ଆପଣ ଦିନକୁ ଦିନ ଓଜନିଆ ହୋଇଯିବେ । ଶରୀରକୁ ଯଥେଷ୍ଟ ପରିମାଣର ପୁଷ୍ଟିସାର ନ ମିଳିଲେ ଓଜନ ହେବା ସାର । ଫଳ ତ୍ୱଚାରେ ଔଜ୍ଜଲ୍ୟତା ଭରିଦିଏ, ହେଲେ ଖାଦ୍ୟ ବିନା ଫଳ ନିରର୍ଥକ । ସକାଳେ ପେଟପୁରା ନ ଖାଇଥିଲେ, ସେଦିନ ଆପଣ ହାଲିଆ ଅନୁଭବ କରିବା ନିଶ୍ଚିତ । କୌଣସି ସମୟରେ ଖାଲିପେଟରେ ରହିବେ ନାହିଁ । ଭୋକ ଲାଗିବା ମାତ୍ରେ କିଛି ନା କିଛି ଖାଇନେବେ । ତେଣୁ ସକାଳେ ଫଳ ଖାଆନ୍ତୁ, ତା’ ସହ ପେଟ ପୁରାଇ ଖାଦ୍ୟ ଖାଆନ୍ତୁ । ଦିନସାରା ଫୁର୍ତ୍ତି ରହିବେ ।

Loading...
Loading...
Share It
  • 24
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.