blog

ଟିଭିର ବିକଳ୍ପ ବନିପାରିବ କି ପ୍ରୋଜେକ୍ଟର୍‌?

ମୁମ୍ବାଇ: ପ୍ରୋଜେକ୍ଟରର ଚାହିଦା ଆଜିକାଲି ଖୁବ୍‌ ଅଧିକ ବଢ଼ିଯାଇଛି। ‌ଲୋକେ ପପ୍ରଜେକ୍ଟରକୁ ଫିଲ୍ମ ଦେଖିବାରୁ ଆରମ୍ଭ କରି ଅନ୍‌ଲାଇନ୍‌ କ୍ଲାସ୍‌ ଓ ଆହୁରି ଅନେକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏବେ ବଜାରରେ ଲଞ୍ଚ୍‌ ହୋଇଛି ଭିୟୁ ସୋନିକ୍‌ ଏଲ୍‌ଏସ୍‌୫୦୦ଡବ୍ଲୁଏଚ୍‌ପି ପ୍ରୋଜେକ୍ଟର୍‌। ଯଦି ଆପଣ ବଡ଼ ପରଦାରେ ଇଣ୍ଟର୍‌ନେଟ୍‌ ବ୍ୟବହାର କରିବାକୁ ଚାହାନ୍ତି ଓ ଟିଭି କିଣିବାକୁ ଚାହାନ୍ତି ନାହଁ ତେବେ ଏହି ପ୍ରୋଜେକ୍ଟର ଆପଣଙ୍କ ପ‌ାଇଁ ଉପଯୁକ୍ତ ସାବ୍ୟସ୍ତ ହେବ। ଭିୟୁ ସୋନିକର ଏହି ପ୍ରୋଜେକ୍ଟରର ଦର ରହିଛି […]

Continue Reading

ଆପଣ ପୃଥିବୀର ପିମ୍ପୁଡ଼ି ସଂଖ୍ୟା ଜାଣିଛନ୍ତି କି ?

ନୂଆଦିଲ୍ଲୀ: ବିଶ୍ବରେ ଘୂରି ବୁଲୁଥିବା ପିମ୍ପୁଡ଼ିଙ୍କ ସଂଖ୍ୟା ୨୦ ‘କ୍ବାଡ୍ରିଲିୟନ୍‌’ (୨୦ରେ ୧୫ଟି ଶୂନ୍‌ ଦେଲେ ଯେତେ ହେବ) ବୋଲି ହଙ୍ଗ୍‌କଙ୍ଗ୍‌ର ଗବେଷକମାନେ ଆକଳନ କରିଛନ୍ତି। ଗବେଷକ ଦଳ କହିଛନ୍ତି, ପିମ୍ପୁଡ଼ିମାନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟାବଳି ଅନେକ ପ୍ରକୃତିବିତ୍‌ଙ୍କୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜାଣିବାକୁ ପ୍ରେରିତ କରିଥିଲା। କିନ୍ତୁ, ସେଥିରେ ସୁବ୍ୟବସ୍ଥିତ ଏବଂ ପର୍ଯ୍ୟବେକ୍ଷଣ ଆଧାରିତ ହିସାବ ନ ଥିଲା। ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ପିମ୍ପୁଡ଼ିଙ୍କ ସାନ୍ଦ୍ରତା (ଗହଳି) ମାପ କରାଯାଇ ୪୮୯ ଅଧ୍ୟୟନରୁ ପ୍ରାପ୍ତ […]

Continue Reading

କାହିଁକି ହୃଦ୍‌ଘାତ ସକାଳ ସମୟରେ ଅଧିକ ହୋଇଥାଏ ?

ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ସମସ୍ୟା ଏକ ସାଧାରଣ ଘଟଣା । ଆଗରୁ ଆମେ ବୟସ୍କ ଲୋକଙ୍କୁ ହୃଦ୍‌ଘାତ ହେଉଥିବାର ଜାଣିଥିଲୁ କିନ୍ତୁ ଏବେ ଯୁବ ପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସକାଳ ସମୟରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ଓ ଏଥିରୁ କେମିତି ରକ୍ଷା ପାଇ ପାରିବେ । ଗତ କିଛି ବର୍ଷ ହେବ ହୃଦଘାତର ସମସ୍ୟା ବହୁଳ […]

Continue Reading

ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ନୂଆଦିଲ୍ଲୀ: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଏଭଳି ଅକାଳରେ ତାଙ୍କର ପରଲୋକ ହେବା ପରେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ

ବେଙ୍ଗାଲୁରୁ : ଦେଶର ପ୍ରମୁଖ ଆଇଟି କମ୍ପାନି ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଦିଆଯାଇଛି । ସେମାନେ ଗୋପନରେ ଆଉ ଏକ ପ୍ରତିଦ୍ବନ୍ଦୀ କମ୍ପାନି ପାଇଁ କାମ କରୁଥିବା ଧରା ପଡ଼ିବା ପରେ କମ୍ପାନି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ସଂପର୍କରେ ସୂଚନା ଦେଇ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରିଷଦ୍ ପ୍ରେମଜୀ କହିଛନ୍ତି ଯେ କମ୍ପାନିର କେତେକ କର୍ମଚାରୀ ଗୋପନରେ ଅନ୍ୟ କମ୍ପାନିମାନଙ୍କ ପାଇଁ କାମ କରୁଛନ୍ତି । […]

Continue Reading