ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ପର୍ଦାଫାସ

ଓଡିଶା ନ୍ୟୁଜ୍ ସମାଲୋଚନା


ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ପର୍ଦାଫାସ ପରେ ବିଜେଡି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ: ବିଜେପି

– ଧଳ-ଭ୍ରାତାଙ୍କ ସହ ବିଧାୟକ ସାମନ୍ତରାୟଙ୍କ ସମେତ ଅନେକ ବିଜେଡି ନେତାଙ୍କ ସମ୍ପର୍କ ସ୍ପଷ୍ଟ ହେଲାଣି
– କଟକର ଗଳିକନ୍ଦିର ଲୋକ ଜାଣିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ ମାଫିଆ ଡନ୍ ଧଳସାମନ୍ତଙ୍କ ମଟର ସାଇକେଲ ପଛରେ ବସି ଦଳୀୟ ପ୍ରଚାର କରୁଥିଲେ
– ଦେବାଶିଷ ବାବୁଙ୍କ ଡ୍ରାଇଭର ଜଣେ ମର୍ସିଡିଜ୍ ବେଂଜର ମାଲିକ
– କେଉଁ ଅପରାଧର ଲିଙ୍କ୍ ଥିବା ଲୋକଙ୍କଠାରୁ ବେନାମୀ କାରର ମାଲିକାନା ବିଧାୟକ ସାମନ୍ତରାୟ ନେଇଛନ୍ତି ତାହା ସେ ସ୍ପଷ୍ଟ କରନ୍ତୁ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନ୍ ତା ବାଟରେ ନୁହେଁ ଦଳୀୟ ନେତାଙ୍କ ସୁରକ୍ଷାରେ ନିୟୋଜିତ କରିଛନ୍ତି

ଭୁବନେଶ୍ୱର:- ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ଓ ସଙ୍ଗୀନ ହତ୍ୟା ଷଡଯନ୍ତ୍ରର ପର୍ଦ୍ଦାଫାସ୍ ପରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କଟକର ଗଳିକନ୍ଦିର ଲୋକ ଜାଣିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ ମାଫିଆ ଡନ୍ ଧଳସାମନ୍ତଙ୍କ ମଟର ସାଇକେଲ ପଛରେ ବସି ଦଳୀୟ ପ୍ରଚାର କରୁଥିଲେ।

Loading...

ଶ୍ରୀ ମହାନ୍ତି କହିଛନ୍ତି ଯେ ଦେବାଶିଷ ବାବୁଙ୍କ ଡ୍ରାଇଭର ଜଣେ ମର୍ସିଡିଜ୍ ବେଂଜର ମାଲିକ। କେଉଁ ଅପରାଧର ଲିଙ୍କ୍ ଥିବା ଲୋକଙ୍କଠାରୁ ବେନାମୀ କାରର ମାଲିକାନା ବିଧାୟକ ସାମନ୍ତରାୟ ନେଇଛନ୍ତି ତାହା ସେ ସ୍ପଷ୍ଟ କରନ୍ତୁୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଧଳ-ଭ୍ରାତାଙ୍କ ସହ ବିଧାୟକ ସାମନ୍ତରାୟଙ୍କ ସମେତ ଅନେକ ବିଜେଡି ନେତାଙ୍କ ସମ୍ପର୍କ ସ୍ପଷ୍ଟ ହେଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନ୍ ତା ବାଟରେ ନୁହେଁ ଦଳୀୟ ନେତାଙ୍କ ସୁରକ୍ଷାରେ ନିୟୋଜିତ କରିଛନ୍ତି ବୋଲି ସେ କହିଛନ୍ତି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.