ବିଶ୍ୱର ସର୍ବବୃହତ ସାମୁଦ୍ରିକ ପୋଲ କାର୍ଯ୍ୟକ୍ଷମ ହେବ

ଦେଶ ବିଦେଶ ନ୍ୟୁଜ୍

ବିଶ୍ୱର ସର୍ବବୃହତ ସାମୁଦ୍ରିକ ପୋଲ କାର୍ଯ୍ୟକ୍ଷମ ହେବ
ବେଜିଂ,୨୧।୧୦: ବିଶ୍ୱର ସର୍ବବୃହତ୍ତ ସାମୁଦ୍ରିକ ପୋଲ ହଂକଂ-ଜୁହାଇ-ମକାଓ(ଚାଇନା-ହଂକଂକୁ ଯୋଡୁଥିବା)କୁ ସାଧାରଣ ଯାତ୍ରୀଙ୍କ ପାଇଁ ଆସନ୍ତା ବୁଧବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି। ବିଶ୍ୱ ଐତିହ୍ୟର ସ୍ମାରକୀ ଭାବରେ ଏହି ସେତୁ ପରିଚିତ ହେବ , ସମୁଦ୍ର ଉପରେ ନିର୍ମିତ ଏହି ପୋଲର ଲମ୍ବ ରହିଛି ୫୫ କିଲୋମିଟର। ପର୍ଲ ରିଭର ଇଷ୍ଟୁରିଠାରେ ନିର୍ମାଣ କରାଯାଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ୨୦୦୯ରେ ଆରମ୍ଭ କରାଯାଇଥିଲା। ପୋଲରେ ଯାତାୟାତ ଆରମ୍ଭ ହେବା ପରେ ହଂକଂ ଓ ଚାଇନାର ଜୁହାଇ ସହର ମଧ୍ୟରେ ୩ ଘଣ୍ଟାର ଦୂରତା ୩୦ ମିନିଟ୍‌ରେ ଅତିକ୍ରମ କରିହେବ। ଏହା ହଂକଂର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ସିଧାସଳଖ ଯୋଗ କରିବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

Loading...
Loading...
Share It
  • 23
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.