ବିରାଟ ରୋଡ ସୋ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଛୋଟି ନେଲେ କର୍ମୀ

ଓଡିଶା ନ୍ୟୁଜ୍

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା।ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ପରିସରରେ ବ୍ୟାପକ ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ ପ୍ରଥମ ଓଡିଆ ଭାବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ବିମାନବନ୍ଦର ଠାରେ ରାଜ୍ୟ ବିଜେପି ତରଫରୁ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଛି । ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହାକୁ ନେଇ ଉତ୍ସାହିତ ବିଜେପିର ରାଜ୍ୟ ଶିବିର।

Loading...

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.