ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୂର୍ବାହ୍ନ ୧୦ଟା ୨୮ ମିନିଟ୍ରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। କୋବିନ୍ଦଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଏସ୍.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ବିମାନବନ୍ଦରରେ ପହଞ୍ଚିଥିଲେ। ଆଜି ନବୀନ ପଟ୍ଟନାୟକ ତାଙ୍କ ପିତାଙ୍କ ବାସଭବନ କୁ ଆନନ୍ଦ ଭବନ ଓ ଜ୍ଞାନ କେନ୍ଦ୍ର ନାମରେ ନାମିତ ସଂଗ୍ରହାଳୟକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତି ଉଦେଶ୍ୟରେ ସମର୍ପିତ କରାଇଛନ୍ତି |
ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଦଶରେ ଦୁଇଟି ଆନନ୍ଦ ଭବନ ଥିଲା। ଗୋଟିଏ ଆହ୍ଲାବାଦନରେ ଓ ଅନ୍ୟଟି କଟକରେ। ଉଭୟ ଆନନ୍ଦଭବନରେ ଦେଶର ସ୍ୱାଧିନତା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା। ତେଣୁ ଏ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ଜାଣିବା ପାଇଁ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’ ସୁଯୋଗ ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ବିଜୁ ବାବୁଙ୍କୁ ନେଇ ରାଷ୍ଟ୍ରପତି ଜୀ କହିଲେ ଯେ ଆନନ୍ଦ ଭବନରେ ଦେଶ ସ୍ୱାଧୀନ ନେଇ ଷ୍ଟ୍ରାଟେଜୀ ହେଉଥିଲା। ନାରୀ ସ୍ୱାଧୀନତା ନେଇ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ। ନିଜ ମାଟି କଳିଙ୍ଗ ପାଇଁ ବିଜୁ ବାବୁଙ୍କ ଜୀବନ ସମର୍ପିତ ଥିଲା। ସେ ଯାହା ବି କରିଥିଲେ ସବୁ କଳିଙ୍ଗ ନାଁରେ ନାମିତ ଥିଲା। ମୋରାରଜୀ ଦେଶାଇଙ୍କ ସରକାରରେ ବିଜୁ ଇସ୍ପାତ ମନ୍ତ୍ରୀ ଥିଲେ। ଲୋକେ ତାଙ୍କୁ ଇସ୍ପାତ ମନ୍ତ୍ରୀ ନୁହେଁ, ଇସ୍ପାତ ମଣିଷ କହୁଥିଲେ।

ବିଜୁ ପଟ୍ଟନାୟକଙ୍କ କଟକ ସ୍ଥିତ ଜନ୍ମସ୍ଥାନକୁ ରାଷ୍ଟ୍ରପତିଙ୍କଦ୍ୱାରା ଜାତି ଉଦ୍ୟେଶ୍ୟରେ ସମର୍ପିତ କରାଗଲା
Loading...
Share It