ଭିନ୍ନ ଏକ ମଣିଷ ତଥା ନିରଳସ ସଂସ୍କୃତିର ସ୍ରଷ୍ଠା ନିରଂଜନ ମହାପାତ୍ର ଆଉ ନାହାଁନ୍ତି

ଓଡିଶା ନ୍ୟୁଜ୍

                          ନିରବଚ୍ଛିନ୍ନ ସଂସ୍କୃତିର ଦୀପ ଲିଭିଗଲା
ଯାଜପୁର- ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସେବୀ ନିରଂଜନ (ଜେନା)ମହାପାତ୍ରଙ୍କର ୧୩.୧୦.୧୯ରିଖ ରବିବାର ରାତ୍ର ୯ଘଟିକା ସମୟରେ ହୃଦ୍ ଘାତ ଦ୍ୱାରା ବିୟୋଗ ହୋଇଯାଇଛି । ଯଦିଓ ସେ ଦୀର୍ଘ ବର୍ଷହେବ ଉଚ୍ଚ ରକ୍ତ ଚାପ ସହିତ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ତଥାପି ଶାରିରିକ ଭାବେ ସଂପୂର୍ଣ୍ଣ ସୁସ୍ଥଥିଲେ । ଶିକ୍ଷକତା ଜୀବନ ସହିତ ଶିକ୍ଷାଉ ବିଭାଗୀୟ ଇନିସ୍ପେକ୍ଟର ଭାବେ କାର୍ଯ୍ୟକରି ଅବସର ନେଇଥିଲେ ମଧ୍ୟ ଦୀର୍ଘ ୪୦ ବର୍ଷରୁ ଉଦ୍ଧ୍ୱର୍ କାଳଧରି ସାରସ୍ୱତ ସାଧନାସହିତ ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରି ସମଗ୍ର ଯାଜପୁର ଜିଲ୍ଲାରେ ଖ୍ୟାତ ଥିଲେ । ନିରଂଜନା ନାମକ ଏକ ଅନୁଷ୍ଠାନ ତିଆରି କରି ବର୍ଷକୁ ୨ଥର ନିରଂଜନା ନାମକ ଏକ ପରିବେଶ, ସଂସ୍କିତି ତଥା ସମ୍ବାଦ ଭିତ୍ତିକ ପତ୍ରିକା ପ୍ରକାଶ କରି ଆସ ୁଥିଲେ । ଏହା ସହିତ ବସନ୍ତରାୟ ସେବା ସମିତି ର ପ୍ରତିଷ୍ଠାତା ଭାବେ ବସଂତରା ନାମକ ଏକ ପରିବେଶ ଭିତ୍ତିକ ପତ୍ରିକା ପ୍ରକାଶ ନ କରୁଥିଲେ । ଜଣେ ବାସ୍ତବ ଧର୍ମୀ କବି ଭାବେ ନିହକୁ ପ୍ରତିଷ୍ଠା କରି ନିଜର ଦୁଇଟି ପଦ୍ୟ ଓ ଗଦ୍ୟ ସଂକଳନ ପ୍ରକାଶ କରିଥିଲେ । କୈାଣସି ସ୍ୱାର୍ଥ ଭିତିକ କାର୍ଯ୍ୟକ୍ରମ ଜୀବନରେ ସେ କରିନାହାଁନ୍ତି । ଆଜୀବନ ଅବିବାହିତ ରହି ଦୀର୍ଘ ୭୨ ବର୍ଷ ବୟସରେ ଅକସ୍ମାକ ବିୟୋଗ ଜନମାନସରେ ଅତ୍ୟନ୍ତ ଆଘାତ ଦେଇଥିବା ବେଳେ , କେବଳ ନିରଂଜନା ନୁହଁ କିମ୍ବା ବସଂତରା ଅନୁଷ୍ଠାନ ନୁହଁ , ଯାଜପୁର ଜିଲ୍ଲାରେ ସାରସ୍ୱତ ସୃଷ୍ଟିର ଅନନ୍ୟ ସମ୍ଭାର ବହନ କରିଥିବା , ବିଦଗ୍ଧ କବିଙ୍କ ସ୍ମୃତିର ଅନୁଷ୍ଠାନ ବିଦଗ୍ଧା ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ଏକ ସୁନାମ ସୃଷ୍ଟି କରିଥିବା ଜଗା ଶିଶୁ ସାହିତ୍ୟ ସଂସଦ ଏହି ଦ୍ୱୟ ଅନୁଷ୍ଠାନର ଜନକ ଭାବେ ଖ୍ୟାତ ଥିଲେ । ତାଙ୍କର ବିୟୋଗରେ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ଜଗା ଶିଶୁ ସାହିତ୍ୟ ସଂସଦର ସଂପାଦକ ଅଜୟ କୁମାର ଜେନା, ନୂଆ ଆଲୋକ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି, ଅଭିମନ୍ୟୁ ସାହିତ୍ୟ ପରିଷଦର ସଭାପତି ଦେବପ୍ରସାଦ ସାମଲ, ଜିଲ୍ଲାପରିଷଦ ସଦସ୍ୟ ଆଶୋକ କୁମାର ସାମଲ,ଅଧ୍ୟାପକ ମନୋରଂଜନ ଜେନା , ବିଦଗ୍ଧ କବି ଅଭିମନ୍ୟୁଙ୍କ ଆତ୍ମଜ ରାଜା ପାର୍ଥ ସାରଥି ସାମନ୍ତ ସିଂହାର ମହାପାତ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟ ଜାତୀୟ କଂଗ୍ରେସର ନେତା ମନୋଜ କୁମାର ମହାପାତ୍ର ସ୍ୱର୍ଗତ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତୁରା । ତେବେ ସ୍ୱର୍ଗତ ମହାପାତ୍ରଙ୍କର କେଉଁଠାରେ ସଂସ୍କାର କାର୍ଯ୍ୟକ୍ରମ ହେବ ସେନେଇ ସେ ପୂର୍ବରୁ ଲିଖିତାକାରରେ ରଖିବା ସହିତ ସଂସ୍କାରରୁ ଏକାଦଶାହ ପର୍ଯ୍ୟନ୍ତ କେଉଁ କେଉଁ କାର୍ଯ୍ୟକ୍ରମ ହେବ ତାହା ସେ ପୂର୍ବରୁ ନିର୍ଘଣ୍ଟ କରି ଯାଇଛନ୍ତି ସେହି ଅନୁସାରେ ତାଙ୍କର କ୍ରିୟା କର୍ମ ସମାହିତ ହେବାକୁ ଜ୍ୟେଷ୍ଟ ପୁତୁରା ମନୋଜ ମହାପାତ୍ର ଜଣାଇଛନ୍ତି ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.