
ମୁମ୍ବାଇ: ବଲିଉଡର ବାର୍ବି ଗର୍ଲ କ୍ୟାଟ୍ରିନା କେଫ୍ ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେବେ ବଲିଉଡର ୩ଖାଁ ମାନେ ଶାହାରୁଖ, ଆମିର ଓ ସଲମାନଙ୍କ ଭିତରେ ସେ ସଲମାନ ଖାଁଙ୍କୁ ସବୁଠାରୁ ଭଲ ଅଭିନେତା ବୋଲି ଭାବନ୍ତି। ଯଦିଓ କ୍ୟାଟ୍ ୩ ଖାଁଙ୍କ ସହ ଅଭିନୟ କରି ସାରିଛନ୍ତି ତଥାପି ସଲମାନଙ୍କ ଅଭିନୟ ସବୁଠାରୁ ଅଲଗା ଓ ଭଲ ବୋଲି ସେ କୁହନ୍ତି। ଏମିତିକି ବଲିଉଡ୍ରେ କ୍ୟାଟ୍ଙ୍କ ଏଣ୍ଟ୍ରି ପଛରେ ସଲମାନଙ୍କ ବଡ ଭୂମିକା ରହିଥିବାରୁ ସେ ତାଙ୍କୁ ନିଜର ମେଣ୍ଟର ବୋଲି ମଧ୍ୟ କୁହନ୍ତି। ‘କଫି ଉଇଥ୍ କରନ୍’ ଟେଲି ଶୋ’ରେ ଏମିତି କିଛି ପ୍ରଶ୍ନର ଉତ୍ତର ଦେଇ ଥିବାରୁ କ୍ୟାଟ୍ଙ୍କର ସଲମାନଙ୍କ ପ୍ରତି ଥିବା ଭାବନା ବିଷୟରେ କିଛି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିଛି।
Loading...
Share It
- 4Shares