ଭାତକୁ ନେଇ ଭ୍ରାନ୍ତ ଧାରଣା

ଜୀବନଚର୍ଯ୍ୟା

Image result for rice wallpaperଅନେକଙ୍କର ଧାରଣା ଅଛି ଯେ ଭାତ ଖାଇଲେ ମେଦ ବହୁତଳା ବଢ଼ିଥାଏ। କିନ୍ତୁ ବାସ୍ତବରେ ସେପରି କିଛି ଘଟି ନ ଥାଏ। ଭାତରେ  ଫ୍ୟାଟ୍‌ ଅଂଶ କମ ଥାଏ। ଯେହେତୁ ଏଥିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଡ ଏବଂ ଫାଇବର ରହିଛି ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଭାତ ମଧ୍ୟ କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ।

ଧାରଣା ଅଛି ଯେ, ଭାତରେ ‘ଗ୍ଲୁଟୋନ୍‌’ ନାମକ ତତ୍ତ୍ୱ ରହିଛି, ଯାହା ଶରୀରରେ ଆଲର୍ଜି ସୃଷ୍ଟି କରିଥାଏ। ହେଲେ ଏଭଳି ଭାବନା ଭୁଲ। ଏହି ତତ୍ତ୍ୱ ଭାତରେ ଆଦୌ ନାହିଁ। ଯେଉଁଥିପାଇଁ ଅବସ୍ଥା ଦେଖି ଡାଇବେଟିସ୍‌ ରୋଗୀଙ୍କୁ ଅଳ୍ପ ଭାତ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

କେତେକ ଭାବନ୍ତି ଯେ ଭାତରେ ଆଦୌ ପ୍ରୋଟିନ୍‌ ନାହିଁ। ହେଲେ ଏଭଳି ଧାରଣା ଅମୂଳକ। ଏକ କପ୍‌ ଭାତରେ ୧୬୫ କ୍ୟାଲୋରି ଏବଂ ୩-୪ ଗ୍ରାମ ପ୍ରୋଟିନ୍‌ ଅଛି।

ଅନେକଙ୍କ ମନରେ ଧାରଣା ରହିଛି ଯେ, ରାତିରେ ଭାତ ଖାଇବା ଠିକ୍‌ ନୁହେଁ। ଭାତ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ରାତିରେ ଯଦି ଅଳ୍ପ ଭାତ ଖାଆନ୍ତି ତେବେ ଭଲ ନିଦ ହୋଇଥାଏ। ଏହାର ପରିମାଣ ଅଳ୍ପ ରହିଲେ ତାହା ମଧ୍ୟ ସହଜରେ ହଜମ ହୋଇଥାଏ।

ଭାତରେ ସୋଡିୟମ ପରିମାଣ ଅଧିକ ଅଛି, ତେଣୁ ଏହାକୁ ବ୍ଲଡ ପ୍ରେସର ରୋଗୀ ଖାଇବା ଠିକ୍‌ ନୁହେଁ। କିନ୍ତୁ ଏଭଳି ଧାରଣା ଠିକ୍‌ ନୁହେଁ। ଭାତରେ ଅଳ୍ପ ପରିମାଣରେ ସୋଡିୟମ ରହିଛି, ଯାହାର କୌଣସି କୁପ୍ରଭାବ ଶରୀର ଉପରେ ପଡି ନ ଥାଏ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.