ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।
ସୋଏବ ମଲିକ-ସାନିଆ ମିର୍ଜା
ପାକିସ୍ତାନ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୋଏବ ମଲିକ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ଏପ୍ରିଲ ୧୦, ୨୦୧୨ରେ ଉଭୟଙ୍କ ବିବାହ ହାଇଦ୍ରାବାଦରେ ସମ୍ପନ୍ନ ହୋଇଥିଲା।
ସାର୍ ଭିଭିଆନ୍ ରିଚାର୍ଡସ-ନୀନା ଗୁପ୍ତା
ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ସାର୍ ଭିଭିଆନ୍ ରିଚାର୍ଡସ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ଥିଲା। ଏହି ସମ୍ପର୍କର ଏକ ସୁନ୍ଦର ଦିଗ ଥିଲା ଯେ, ସେମାନେ ସେମାନଙ୍କର ସମ୍ପର୍କକୁ କେବେ ବି ଗୋପନ ରଖିବାକୁ ଚାହିଁ ନ ଥିଲେ। ନୀନା ଓ ଭିଭିଆନ ବିବାହ ବନ୍ଧନରେ ବାନ୍ଧି ହୋଇ ନ ଥିଲେ ମଧ୍ୟ ସେମାନଙ୍କଠାରୁ ଜନ୍ମ ନେଇଥିଲା ଏକ କନ୍ୟା ସନ୍ତାନ, ଯାହାର ନାଁ ମସାବା ଗୁପ୍ତା।
ଗ୍ଲେନ ଟର୍ଣ୍ଣର-ସୁଖିନ୍ଦର କୌର
ନ୍ୟୁଜିଲାଣ୍ଡ କ୍ରିକେଟର ଗ୍ଲେନ ଟର୍ଣ୍ଣର ଭାରତୀୟ ଯୁବତୀ ସୁଖିନ୍ଦର କୌରଙ୍କୁ ୧୯୭୩ରେ ବିବାହ କରିଥିଲେ। ପରେ ସୁଖିନ୍ଦର ରାଜନୀତିରେ ଯୋଗଦେଇଥିଲେ। ଏବେ ମଧ୍ୟ ସେ ନ୍ୟୁଜିଲାଣ୍ଡରେ ସକ୍ରିୟ ରାଜନୀତି କରୁଛନ୍ତି।
ମୁଥିଆ ମୂରଲିଧରନ-ମାଧିମଲାର ରାମମୂର୍ତ୍ତି
ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥିଆ ମୂରଲିଧରନ ଚେନ୍ନାଇର ମାଧିମଲାରଙ୍କୁ ବିବାହ କରିଥିଲେ। ମାଧିମଲାର ଜଣେ ବ୍ୟବସାୟୀ। ତାଙ୍କର ଚେନ୍ନାଇରେ ଏକ ହସ୍ପିଟାଲ ମଧ୍ୟ ଅଛି।
ସନ୍ ଟେଟ୍- ମାସୁମ ସିଂଘା
ଅଷ୍ଟ୍ରେଲିଆର ସୁପରଫାଷ୍ଟ ବୋଲର ସନ୍ ଟେଟ୍ ଭାରତୀୟ ମଡେଲ ମାସୁମ ସିଂଘାଙ୍କ ପ୍ରେମରେ ପଡିଥିଲେ। ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମୁମ୍ବାଇରେ ବିବାହ ପାର୍ଟି ଅନୁଷ୍ଠିତ ହୋଇଥିଲା।
ମାଇକ୍ ବ୍ରେଲି-ମାନା ସାରାବାଇ
ଇଂଲଣ୍ଡ ସଫଳ ଅଧିନାୟକ ଭାବେ ଜଣାଶୁଣା ମାଇକ୍ ବ୍ରେଲି ଗୁଜୁରାଟର ମହିଳା ବ୍ୟବସାୟୀ ଗୌତମ ସାରାଭାଇଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ଲଣ୍ଡନରେ ରହୁଛନ୍ତି।
ମହସୀନ ଖାନ୍- ରୀନା ରାୟ
ପାକିସ୍ତାନ କ୍ରିକେଟର ମହସୀନ ଖାନ୍ ବଲିଉଡ ଅଭିନେତ୍ର୍ରୀ ରୀନା ରାୟଙ୍କ ପ୍ରେମରେ ପଡିଥିଲେ। ଏହାପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ମହସୀନ କିଛି ବଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। ଉଭୟଙ୍କ ଏକ ଝିଅ ମଧ୍ୟ ଅଛି। ଦୁର୍ଭାଗ୍ୟବଶତଃ ଦୁହଁିଙ୍କ ବିିବାହ ବେଶୀଦିନ ତିଷ୍ଠି ପାରି ନ ଥିଲା। ପରେ ସେମାନେ ଛାଡପତ୍ର ନେଇଥିଲେ।