ନୂଆଦିଲ୍ଲୀ ,୨୬।୨: ଭାରତର ବୀର ଯବାନ ମାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଙ୍କ ଆକ୍ରମଣ ଓ ବିସ୍ପୋରକ ଦ୍ୱାରା ହତ୍ୟା କରିବାର ପ୍ରତିଶୋଧ ନେଇଛି ଭାରତ । ଗତକାଲି ସୋମବାର ରାତ୍ର ଭୋର୍ ୩ଟା ୩୦ରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କରିଛି। ତେବେ ୧୨ ଗୋଟି ମୀରାଜ-୨୦୦୦ ବିମାନ ଆକ୍ରମଣ ଫଳରେ ୩୦୦ ରୁ ଉର୍ଧ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି i ୧୦୦୦ କି ଗ୍ରା ଓଜନ ର ବିସ୍ପୋରକ ଦ୍ୱାରା ଯାହା କିଛି ବି କ୍ଷତି ହୋଇଥିବା ତାହା ଅନୁମାନ କରି ହେଉଛି ,ତେବେ ଆକଳନ ଯାହାକରଯାଉଛି ତାହା ୩୦୦ ରୁ ଅଧିକ ହୋଇପାରେ i ତେବେ ସଠିକ ସମ୍ବାଦ ନପହଞ୍ଚିବା ଯାଏ ତାହାକୁ ଆକଳନ କରିବା ସମ୍ଭବ ନୁହଁ .ତେବେ ଯାହାବି ହେଉ ବାର ଦିନପରେ ଭାରତୀୟ ସେନା ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ୍ ଦେଇଛି। ଭାରତର ବାରଟି ବାୟୁଯାନ ଜରିଆରେ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ସଂଗଠନ ଜୈସର ୧୨ଟି ଶିବିରକୁ ଧ୍ୱଂସ କରାଯାଇଥିବା ଜଣାଯାଇଛି।ଏଥିରେ ଜୈସ୍ ଏ ମହମ୍ମଦର କଣ୍ଟ୍ରୋଲ୍ ରୁମ୍ ବି ଧ୍ୱଂସ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ବାଲାକୋଟ ଏବଂ ମୁଜଫରାବାଦରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣରେ ୩୦୦ ରୁ ଉର୍ଦ୍ଧ ଆତଙ୍କବାଦୀ ମରିଥିବାର ସୂଚନା ମିଳିଛି। ଖୁବ୍ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ।

ଭାରତ ଯୁଦ୍ଧ ଚଳଚିତ୍ରର ଟ୍ରେଲର :-ଆତଙ୍କବାଦୀ ଓ ପାକିସ୍ଥାନର ୧୦ଗୁଣ କ୍ଷତି , ୩୦୦ରୁ ଉର୍ଦ୍ଧ ଆତଙ୍କୀ ମୃତ
Share It