ଭାରତ ସାହିତ୍ୟାକାଶର ଅନିନ୍ଦ୍ୟ ଚନ୍ଦ୍ରମା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର

ଓଡିଶା ପ୍ରବନ୍ଧ ବିବିଧ ବିଶେଷ ସାହିତ୍ୟ ସଂସ୍କୃତି

ବିଦଗ୍ଧ ମହା ମାଟିର ମହାକବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୀବନ ଦର୍ଶନ ସ୍ୱୟଂ ସ୍ୱତନ୍ତ୍ର । ଭାରତୀୟ ସାରସ୍ୱତ ଆକାଶର ଅନିନ୍ଦ୍ୟ ଚନ୍ଦ୍ରମା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୀବନ ଦର୍ଶନ , ସାହିତ୍ୟର ବିଭିନ୍ନ ଦିଗ ବିଷୟ ରେ ଆଜି ବିଷଦ ଭାବେ ଆଲୋଚନା ହୋଇପାରିନାହିଁ । ତେବେ ୧୭୬୦ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଦିର୍ଘ ୨୫୮ ବର୍ଷ ବ୍ୟବଧାନର ଯେଉଁ କବିଙ୍କର ସାରସ୍ୱତ ସୃଷ୍ଟିକୁ ପୁର୍ଣ୍ଣାଙ୍ଗ ଭାବେ ଆଲୋଚନା ହୋଇ ପାରିଲା ନାହିଁ । ସେଥିନିମନ୍ତେ ଆମେ ଆଜି କି ପ୍ରକାର ନଜସ୍ୱ ସଂସ୍କୃତି କୁ ଭଲ ପାଉଛେ ତାହା ଅନୁମେୟ । କବିଙ୍କ କାବ୍ୟ ସଂଭାରକୁ ବିଶ୍ଳେଶଣ କଲେ ସମଗ୍ର ଭାରତ ବର୍ଷରେ ଅଭିମନ୍ୟୁଙ୍କ ସମକକ୍ଷ କବି କେହି ଥିବା ପରି ଦୃଷ୍ଟି ଗୋଚର ହୁଅନ୍ତି ନାହିଁ । କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟକୁ ବିଦଗ୍ଧ କବି ବହୁ ବିଭାବରେ ଅତିକ୍ରମ କରିଛନ୍ତି । ଏପରିକି ଅଭିମନ୍ୟୁ ସାହିତ୍ୟକୁ ସପଂଳ ବାଖ୍ୟା ନିମନ୍ତେ ଅବଧି କେହି ସୃଷ୍ଟି ହୋଇଥିବା ପରି ଦୃଷ୍ଟି ପଥାରୁଢ ହୁଅନ୍ତି ନାହିଁ । କବିଙ୍କ ସାହିତ୍ୟକୁ ଏକ ବିଶ୍ଳେଷଣାତ୍ମକ ଦିଗରୁ ବିଚାର କରି କୁହାଯାଇ ପାରେ –
ଉପମା ଭଞ୍ଜ ଅନୁପମ
କଲ୍ଲୋଳ ପଦଛନ୍ଦ ରମ୍ୟ
ରାଘବେ ରସ ଚନ୍ଦ୍ରୋଦୟ
ଅମ୍ବିକେ ସାହିତ୍ୟ ନିର୍ଣ୍ଣୟ
ଏ ସର୍ବ ତତ୍ତ୍ୱ ଯେହ୍ନେ ଛାଣି
ହେଲା ବିଦଗ୍ଧ ଚିନ୍ତାମଣି
(ଅର୍ଥାତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତାରେ ଉପମା ଭରପୁର ହୋଇ ରହିଚି , ଦିନକୃଷ୍ଣଙ୍କ ରସ କଲ୍ଲାଳରେ ପଦର ଛନ୍ଦ ରମ୍ୟତା ର ଅବର୍ଣ୍ଣନୀୟ ଭାବ ରହିଛି , ବ୍ରଜନାଥଙ୍କ ସାହିତ୍ୟରେ ରସର ଚନ୍ଦ୍ର ଉଦୟ ହୋଇଛି , ଯଦୁନାଥଙ୍କ କବିତାରେ ସାହିତ୍ୟ ଭରପୁର ହୋଇ ରହିଛି , କିନ୍ତୁ ଅଭିମନ୍ୟୁ ଙ୍କ ସାହିତ୍ୟରେ ଏ ସର୍ବ ତତ୍ତ୍ୱ କୁ ଛାଣି ତାହାର ସାର ଲବଣି ପୁରି ରହିଛି ଯାହା ବି÷÷ଶଷ କରି ବିଦଗ୍ଧ ଚିନ୍ତାମଣି କାବ୍ୟ )
ଅଥବା

ଶ୍ରୀ ବିଦଗ୍ଧ ଚିନ୍ତାମଣି ମହା ଆହ୍ଲାଦର ଖଣି
ରାସେଶ୍ୱର ରାସେଶ୍ୱରୀ ଗୁଣ ଗାୟନେ
ରିତୀ ଯୁଗ କାବ୍ୟ ଟିକା ବୈଦୁର୍ଯ୍ୟ ମଣି ସଂଯୁକ୍ତା
ସମକକ୍ଷ କାବ୍ୟ ନାହିଁ ବିଶ୍ୱ ଭୂବନେ
ବିଶ୍ୱ ନିୟନ୍ତା ଯା ନାୟକ
ବର୍ଣ୍ଣନା ଗୁଣେ ରଖିଲେ ଉତ୍କଳ ଟେକ ।ା
ସେହି ମହାକବିଙ୍କ ଜନ୍ମ ସାଧନା ଓ ସମାଧୀ ପୀଠ,ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକର ବାଲିଆ ଗ୍ରାମ ।ଯାହା ଆଜି ଅଭିମନ୍ୟୁ ବାଲିଆ ନାମରେ ଖ୍ୟାତ ।କବି ତାଙ୍କ ଜନ୍ମ ଭୂମୀକୁ ବୃନ୍ଦାବନର ଅବିକଳ ନକଲ କରି ଗଢି ତୋଳିଥିଲେ । କବି ତାଙ୍କର ଆରାଧ୍ୟ ଶ୍ରୀ ରାଧାମୋହନ ମନ୍ଦିର ପ୍ରତିଷ୍ଠା କରି ନିଜେ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇ ଅପ୍ରାକୃତ ପ୍ରେମ ରସ ଆସ୍ୱାଦନ କରୁଥିଲେ । ଗୋପ ବୃନ୍ଦାବନ ୮୪ କୋଶ ବ୍ୟାପ୍ତ । ତେଣୁ କବି ତାର ପ୍ରତି ବଦଳ ରେ ୮୪ ଏକର ସଂପତି ଖଞ୍ଜି ଯାଇଛନ୍ତି ।ସେହି ପରି ୮୪ କୋଶ ମଧ୍ୟରୁ ୧୬ କୋଶ କୁ ଦିବ୍ୟ ସ୍ଥାନ କୁହାଯାଏ ।ଏଠାରେ ଶ୍ରୀ ରାଧା ମୋହନ ୧୬ ଏକର ସଂପତି ମଧ୍ୟରେ ଉପବେଶନ କରିଛନ୍ତି । କବି ଗାଇ ଉଠିଛନ୍ତି —
ତହିଁ ମଧ୍ୟେଷୋଡଶ କୋଶ
ନିତ୍ୟ ଗୋଲକ ନାମରେ ଧାମ ପ୍ରକାଶ
ତହିଁ ମଧ୍ୟେ ବୃନ୍ଦାବନ ଚାରିକୋଶ ଆୟତନ
ପଦ୍ମାକୃତିରେ ଯତନ ତୁରୀୟାତୀତ
ଶକ୍ତି ପୁରୁଷର ପ୍ରକାଶ
ବ୍ୟାପକ ଯେଉଁ ସ୍ଥାନରେ ସେ ଅଂଶା ଅଂଶ ।
କବି ତାଙ୍କ ଜନ୍ମଭୂମୀକୁ ବୃନ୍ଦାବନ ଭାବରେ ରୁପାନ୍ତରିତ କଲା ପୂର୍ବରୁ ବହୁସ୍ମୃତି ବିଧି ନିର୍ଦ୍ଦେଶରେ ପୂର୍ବରୁ ସେଠାରେ ନିଜର ରୂପ ପ୍ରକାଶ କରି ବୃନ୍ଦାବନ ଧାମ ପ୍ରତୀକ୍ଷାରେ ଥିଲେ । ବର୍ଦ୍ଧନୀ ପାହାଡ ଯାହା ଲୋକ ମୁଖ ରେ ବହଡି ପାହାଡର ନାମ ନେଇ ବିଦ୍ୟମାନ । କବିଙ୍କ ବୃନ୍ଦାବନରେ ତାହା ଗିରିରାଜ ଗୋବର୍ଦ୍ଧନ ସଦୃଶ ।ରାଧା କୁଣ୍ଡ ,ଶ୍ୟାମ କୁଣ୍ଡ,ଚନ୍ଦନ ପୋଖରୀ,କାଳିୟ ଗଣ୍ଡ,ଗୋପ ବାଳକ ମାନଙ୍କ ଲାଗି ଆଖଡାଶାଳ,ମଲ୍ଲ ଯୁଦ୍ଧ ଶିକ୍ଷା ଲାଗି ମହାବୀର ଠାକୁର,ବୃଷଭାନୁ ରାଜ ଉଆସ ,ତଥା ଯାବଟ,ବ୍ରାହ୍ମଣୀ ସଦୃଶ ଯମୁନା ନଦୀ,ତା କୂଳରେ ରାଧିକା ଛନ୍ଦା ,ବୃନ୍ଦାବନର ପୂର୍ବ ଉତର କୋଣରେ ବା ଐଶାନ୍ୟ କୋଣ ରେ ଐଶାନ ପୁର ବା ଅପଭ୍ରଂଶ ନାମ ଇଶାଣପୁର ସେଠାକାର ଅଧିଷ୍ଠାତ୍ରୀ ଦେବୀ ଐଶାନ୍ୟେଶ୍ୱରୀ । ବୃନ୍ଦାବନର ସୀମାନ୍ତରେ ସୀମାନ୍ତ ମୁଣ୍ଡ,ତାହାର ଧାର ବା ଶୀର୍ଷଭାଗ ରେ ଧାରେରଶ୍ୱର ମହାଦେବ । ଏହା ବ୍ୟତୀତ କବିଙ୍କ ପ୍ରତିଷ୍ଠିତ ଶ୍ରୀ ରାଧା ମୋହନ ଦେବତା ଓ ତାଙ୍କର ନିତ୍ୟ ରାସ ମଣ୍ଡଳର ଦ୍ୱାରୀ ହେଲେ , ଯୋଗମାୟା ,ସେ ଏବେ ବାଲଆ ଯାଗୁଳାଇ,ବା ପୈାର୍ଣ୍ଣମାସୀ ନାମ ରେ ସାରା ଅଂଚଳ ରେ ଖ୍ୟାତ । ଏହିପରି ସର୍ବ ସମ୍ଭାରରେ ପରିପୂର୍ଣ୍ଣ ହୋଇଛି କବିଙ୍କ ମାନସ ପ୍ରସ୍ତୁତ ଶ୍ରୀ ମାନସ ବୃନ୍ଦାବନ । କବିଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାର , ମାତା ତୁଳସୀ ଦେବୀଙ୍କ କୋଳ ମଣ୍ଡନ କଲେ ୧୭୬୦ ମସିହା ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ,ପିତା ଇନ୍ଦ୍ରଜିତଙ୍କର ୭ ଗୋଟି ପତ୍ନୀ ଥିଲେବି କୈାଣସୀ ରାଣୀଙ୍କ ଗର୍ଭରୁ ସଂତାନ ସଂତତି ଜନ୍ମ ଗ୍ରହନ ନ କରିବାରୁ ପରମ ବୈଷ୍ଣବ କବିସୁର୍ଯ୍ୟ ବ୍ରହ୍ମା ବା ସାଧୁ ଚରଣ ଦାସଙ୍କ(ନୟାଗଡ)ନିର୍ଦ୍ଦେଶ କ୍ରମେ ଇନ୍ଦ୍ରଜିତ ଅଷ୍ଟମ ପତ୍ନୀ ଲାଉଖିଆ ପଟ୍ଟନାୟକ ପରିବାର ର କନ୍ୟା ତୁଳସୀ ଦେବୀଙ୍କୁ ପତ୍ନୀ ରୂପେ ଗ୍ରହଣ କରି ପୁତ୍ରେଷ୍ଠି ଯଜ୍ଞ ଆୟୋଜନ କଲାପରେ ତୁଳସୀ ଦେବୀଙ୍କୁ ଜଣେ ଦିବ୍ୟ ପୁରୁଷ ସ୍ୱପ୍ନ ଦର୍ଶନ ଦେଇ,ତାଙ୍କ ହାତରେ ଚନ୍ଦନ କାଠ ଓ ତୁଳସୀ ମାଳ ପ୍ରଦାନ କଲେ , ତନ୍ଦ୍ରା ଭଗ୍ନାନ୍ତେ ତୁଳସୀ ଦେବୀ ଦେଖିଲେ ତାଙ୍କ ହାତରେ ଚନ୍ଦନ କାଠ ଓ ତୁଳସୀ ମାଳ ରହିଛି , ସେ ସେହିଠାରେ ଯଜ୍ଞପୁରୁଷଙ୍କୁ ପ୍ରଣାମ କରିଲେ । ତା ପରେ ତୁଳସୀଙ୍କ କୋଳ ମଣ୍ଡନ କଲେ ,ଆଜିର ଆଲୋଚ୍ୟ କବି ଅଭିମନ୍ୟୁ ସାମନ୍ତ ସିଂହାର ।ଭଗବାନ କୃଷ୍ଣ ଚନ୍ଦ୍ର ଦେବକୀଙ୍କ ଅଷ୍ଟମ ଗର୍ଭ ମଣ୍ଡନ କଲାପରି ଅଭିମନ୍ୟୁ ଇନ୍ଦ୍ରଜିତଙ୍କର ଅଷ୍ଟମ ପତ୍ନୀଙ୍କ କୋଳ ମଣ୍ଡନ କଲେ ବୋଲି ବିଚାରକୁ ନେବାକୁ ହେବ ।

Loading...

ଦିବ୍ୟଦ୍ରଷ୍ଠା କବି ଅଭିମନ୍ୟୁ ମାତ୍ର ୯ ବର୍ଷ ବୟସ ରେ ଆଜି ବି ବାଲିଆ ଉଆସର ଶୋଭା ବର୍ଦ୍ଧନ କରୁଥିବା ତଥା ବିଦ୍ୟମାନ ଥିବା କରମଙ୍ଗା ଗଛ ମୂଳରେ ଲେଖିଲେ ତାଙ୍କ ଜୀବନର ପ୍ରଥମ କବିତା…….
କରଙ୍ଗା ଗଛ ଛାଇ ଗୋ ମୋର ହୁଁ ଗୋ
କରମ ଯାହାର ସପଂଳ ହୋଇବ କୃଷ୍ଣଙ୍କୁ ଲଭିବ ସେହି ଗୋ
ମୋର ହୁଁ ଗୋ …
କ୍ରମାନ୍ୱୟ ରେ କବିଙ୍କ ଲିଖନୀ ମୁନରୁ ଝରିପଡିଲା, ରସବତୀ, ସୁଲକ୍ଷଣା, ପ୍ରେମକଳା, ପ୍ରେମ ଚିନ୍ତାମଣି, ବିଦଗ୍ଧ ଚିନ୍ତାମଣି ଓ ଆହୁରି ଜୟ ଜୟ ଜଗନ୍ନାଥ ଚଢି ନନ୍ଦି ଘୋଷ ପରି ବହୁ କ୍ଷୁଦ୍ର କାବ୍ୟ କବିତା । କବିଙ୍କ ସୁଲକ୍ଷଣା କାବ୍ୟ କଳେବର ଦୃଷ୍ଟିରୁ କ୍ଷୁଦ୍ର ହୋଇଥିଲେବି ଉପେନ୍ଦ୍ରଭଞ୍ଜଙ୍କ ବୈଦେହୀଶ ବିଳାଶ ପରି ସ ଅନୁପ୍ରାସରେ ରଚିତ ।କବି ସେହି କାବ୍ୟ ବିଷୟରେ ଲେଖିଛନ୍ତି ,
ଷୋଳ ପଦ ଷୋଳ ଛାନ୍ଦ ଏଥେ ରାଗ ଷୋଳ
ସୂର୍ଯ୍ୟପରି ଅକଳଙ୍କ ତହିଁ ସେ ମଞ୍ଜୁଳ…..
କବିଙ୍କର ଗୈାରବମୟ ବଂଶପରମ୍ପରାକୁ ଅନ୍ୟ କେତେ ବେଳେ ଲୋକ ଲୋଚନକୁ ଆଣିବା । କବି ସାମନ୍ତ ସିଂହାର ପଦବୀ ସଂକ୍ରାନ୍ତ ରେ କହିଛନ୍ତି ———
ସାମନ୍ତ ସିଂହାର ପଦ ଗଜପତି ଦତ୍ତ
ସହଯେ ଏ ପରମ୍ପରା ଜଗତେ ବିଦିତ ।
ସେଦିନ ହୋଇଥାଏ ପବିତ୍ର ରଜ ସଂକ୍ରାନ୍ତୀ କବି ବୃନ୍ଦାବନ ଅଭିମୁଖେ ପ୍ରଜା ପାରିଷଦଙ୍କୁ ଧରି ଅଶ୍ୱାରୋହଣ ପୂର୍ବକ ଗଲାବେଳେ ତାଙ୍କ ପୂର୍ବ ପୁରୁଷଙ୍କ ଜମିଦାରୀ ହିରୁର ନିକଟରେ ଅଶ୍ୱ ପୃଷ୍ଠରୁ ପଡିଗଲେ , ଆଉ ସେଠାରେ ସେ ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ତାଙ୍କର ଆରାଧ୍ୟ ଶ୍ରୀ ରାଧାମୋହନଙ୍କୁ ଦର୍ଶନ କରିବାକୁ ଚାହିଁଲେ , ରାଧାମୋହନଙ୍କୁ ବାଲିଆ ଉଆସରୁ ବିମାନରେ ହରିପୁର ନିଆଗଲା । ମହାପୁରୁଷ ବିଦଗ୍ଧ କବି ଅଭିମନ୍ୟୁ ରାଧାମୋହନଙ୍କୁ ଦର୍ଶନ କରୁଥାନ୍ତି ତାଙ୍କ ନୟନ ଯୁଗଳରୁ ଧାରଧାର ହୋଇ ଲୋତକ ଝରି ପଡୁଥାଏ , ଶେଷରେ ଜୟ ରାଧାମୋହନ ବାଲି ତାଙ୍କ ବାଷ୍ପରୁଦ୍ଧ କଣ୍ଠରୁ ଝରି ପଡିଲା ଓ ତାଙ୍କର ଳୀଳାଖେଳା ସେହିଦିନ ସମାପ୍ତି ଘଟିଲା ।
ସେହି ମହାପୁରୁଷଙ୍କ ମହାପ୍ରୟାଣ ହୁଏ , ପବିତ୍ର ରଜ ସଂକ୍ରାନ୍ତୀ ତା ୧୫.୦୬.୧୮୦୬ ମସିହା । ଗୈାଡୀୟ ବୈଷ୍ଣବ ପରମ୍ପରାର ଧାରାରେ କବିଙ୍କ ଜୀବନ ଦର୍ଶନ ପୁଷ୍ପାୟିତ ହୋଇଛି ।ତାଙ୍କର ମହାକାବ୍ୟ ବିଦଗ୍ଧ ଚିନ୍ତାମଣି ବିଶ୍ୱରେ ସାହିତ୍ୟ ,ସଂସ୍କୃତି ଥିବା ଯାଏ ବଞ୍ଚିରହିବ ।

Loading...
Share It
  • 157
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.