ଭଲରେ ତମେ ଭେଲରେ ଆମେ…………… ଡଃ. ଦୁର୍ବାସା……

ଗଳ୍ପ ସାହିତ୍ୟ ସଂସ୍କୃତି

Image result for flower garden

ଆଉ କୋଉଁ କାମ ହଉ କି ନହେଉ, ଦିଅଁଙ୍କୁ ଭଲରେ ସଜେଇବା ନନା ଗୋସେଇଁଙ୍କର ସବୁଦିନିଆ କାମ । ପୁଣି ଦୁଇଟି ତିନୋଟି ଫୁଲରେ ନୁହେଁମ, ଚାଙ୍ଗୁଡିଏ ଫୁଲ ନହେଲେ ସମୟ ସରେନି କି ମନବୋଧ ହୁଏନି । ଦିନଟାସାରା କେମିତି କେମିତି ଲାଗେ । ଯାହା ଉପରେ ନାହିଁ ତା’ଉପରେ ଏମିତି ଚିଡି ଚିଡି ହୁଅନ୍ତି ଯେ, ଅକଥା କଥାବି କରିଦିଅନ୍ତି । ଆ’ବାଡିରୁ, ତା’ବାଡିରୁ କେତେ, କେତେଦିନ ଆଉ ଫୁଲ ଆଣିବେ! ମୁହଁ ଉପରେ ସିନା କେହି କିଛି କହୁନାହାନ୍ତି, ମନ ଭିତରେ ଯଦି କେହି ଅସୁଖୀ ପାଉଥିବ ତେବେ କଥା ସରିଲା । ନା, କିଛି ଗୋଟିଏ ସ୍ଥାୟୀ ବନ୍ଦୋବସ୍ତ କରିବାକୁ ହବ । ବହୁତ ଚିନ୍ତାକଲେ ନନା ଗୋସେଇଁ । ନିଜେ ଗୋଟିଏ ଫୁଲ ବଗିଚା କରି ନାନା ଜାତିର, ନାନାରଙ୍ଗର ଫୁଲ ଚାରା ଲଗାଇବେ । ସବୁଦିନ ଫୁଲରେ ଠାକୁରଙ୍କୁ ଘୋରାଇ ଦେବେ ତା’ପରେ ଯଦି ଫୁଲ ବଳିବ ନିଶ୍ଚେ ହାତ ଚିକ୍କଣ ହବ! ଗାଁ’ମୁଣ୍ଡରେ ମାଣେ ଜମି କିଣିଲେ ନନା ଗୋସେଇଁ । ଜମି ଚାରିଟେ କଣ୍ଟା ବାଡ ଦେଲେ । ଗୋଟିଏ କୋଣକୁ ଦିଁଅ ଘରଟି ତିଆରି କଲେ । ତା’ପରେ ଲାଗିଲା ଭଳିକି ଭଳି ଫୁଲଗଛର ଚାରା । ଫୁଲ ଫୁଟିବା ପର୍ଯ୍ୟନ୍ତ ସକାଳେ, ସଂଜେ ଚାଲିଲା ପାଣି ଦିଆ କାମ । ବେଳେବେଳେ ଇଚ୍ଛାନଥିଲେ ବି କରିବାକୁ ପଡ଼େ । ବଇ ଡାକ୍ତର କହିଥିଲେ ସ୍ୱାସ୍ଥ୍ୟକୁ ଠିକ୍ କରିବାକୁ ହେଲେ ନିଇତି ପରିଶ୍ରମ କରି ଝାଳ ବୁହାଇବାକୁ ହବ । ସେଥିାଇଁ ତ କୂଅ ନଖୋଳି । ପାଖ ଜୋରରୁ ନିଇତି କୋଡ଼ିଏ ତିରିଶ ମାଠିଆ ପାଣି ବୋହିଲେ । ଦେହରୁ ଝାଳ ଗମଗମ ବୋହିଲା । ନନା ଗୋସେଇଁଙ୍କ ପରିଶ୍ରମ ସାର୍ଥକ ହେଲା । ବଗିଚା ସାରା ରଂଗ ବିରଂଗ ଫୁଲ ନନା ଗୋସେଇଁଙ୍କୁ ସକାଳେ ସଂଜେ ଚାହିଁ ମୁରୁକିହସା ଦେଲେ । ନନା ଗୋସେଇଁଙ୍କ ଛାତି ଖୁସିରେ ଫୁଲିଉଠିଲା । ଆସିଲା ଖରା ଦିନ । ନନା ଗୋସେଇଁଙ୍କର ବହୁତଦିନର ପୁରୁଣା ଅଭ୍ୟାସଟା ଠପ ହୋଇଗଲା । ଖରାବେଳେ ଖାଇସାରି ଘଡିଏ ଗଡପଡ ହୋଇଥିଲେ । ଗଡପଡ ହଉ ହଉ ଯଦି ଆଖି ଲାଗିଗଲା । ତେବେ ବୁଲା ଗାଇଗୁଡାକ ବଗିଚାରେ ପଶି ସତ୍ୟାନାଶ କରିଦେବେ । ଫୁଲଗଛରେ ଖତ, ପାଣିଦେବା କ’ଣ ସହଜ କଥା! ଏଇକଥା ଭାବୁ ଭାବୁ ଓଲେଇଗାଈଟା ବାଡଭାଙ୍ଗି ବଗିଚାରେ ପଶିଗଲା ହାଁ ହାଁ କରୁ କରୁ ଦି’ଚାରିଟା ଗେଣ୍ଡୁ ଗଛ ଓପାଡି ଦେଲା । ଠେଙ୍ଗାଟା ଧରି ଗୋଡେଇ ଗଲେ । ଗାଈଟା କକରାଛାନିଁଆ ହୋଇ ଦୌଡିଲା । ପଛରେ ନନା ଗୋସେଁଇ ଦୌଡି ଦୌଡି ଦିଚାରି ଥର ଆଙେଋଇ ପଡିଲେ । ତଥାପି ରାଗ ଥମିଲାନି । ଦିଚାରି ପାହାର ନଦେଲେ କ’ଣ ମନ ଶାନ୍ତି ହେବ!! ଗାଇ ଦୌଡି ଦୌଡି ହାଲିଆ । ନନା ଗୋଁସେଇ ଅବସ୍ଥା ତଦ୍ରୂ । ଗାଈଟା ଜୋର ହୁଡାରେ ଆଙେଋଇ ପଡିଗଲା । ନନା ଗୋସେଇଁ ଆଉକି ଛାଡନ୍ତି । ଦାଉଁ ଦାଉଁ କରି ନାଦି ଦେଲେ ଦଶ କୋଡିଏ ପାହର । ହାତେ ଜିଭ କାଢି ଗାଈଟା ହରିଓଁମ ତସ୍ୟତ ହୋଇଗଲା । ଟିକେ ମନ ଦୁଃଖ କଲେ ନାହିଁ ନନା ଗୋସେଇଁ । ଯମରାଜ ଦରବାରରେ ବିଚାର ହେଲା । ନନା ଗୋସେଇଁଙ୍କୁ ଗୋହତ୍ୟା ପାପ ଲାଗିଲା । ଯମରାଜା ଆଦେଶ ଦେଲେ, ଯାଅ! ମର୍ତ୍ତ୍ୟରୁ ସେଇ ବ୍ରାହ୍ମଣଙ୍କୁ ବାନ୍ଧିନେଇ ଆସ । ସଙ୍ଗେ ସଙ୍ଗେ ଯମଦୂତଗଣ ନନା ଗୋସେଇଁଙ୍କ ନିକଟରେ ହାଜର ହୋଇଗଲେ । ନନା ଗୋସେଇଁ ଯମଦୂତଙ୍କୁ ଦେଖି ଶଙ୍କିଗଲେ । ତଣ୍ଟି ଶୁଖିଗଲା । ମୁହଁ ଟାଣ ଦେଖେଇ କହିଲେ – ତମେମାନେ କିଏ? କୁଆଡେ ଆସିଚ? ତମର ମୋ ପାଖରେ କି କାମ? ଯମଦୂତମାନେ କହିଲେ- ଗୋହତ୍ୟା ପାପ ତୁମକୁ ଲାଗିଛି । କିଛି ନଜାଣିଲା ପରି ଚାହୁୁଁଚ କଣ? ଗାଇଟାକୁ ବାଡେଇ ବାଡେଇ ମାରିଦେଉନ ? ଯମରାଜ ଦରବାରକୁ ଚାଲ  । ନନା ଗୋସେଇଁ କହିଲେ ଗାଈଟାକୁ ବାଡେଇ ବାଡେଇ ମୁଁ ମାରିଛି!!!ମିଛକଥା ଏକଦମ ମିଛକଥା । ଯମଦୂତମାନେ ଚିଲ୍ଲେଇ ଚିଲ୍ଲେଇ କହିଲେ- ତମେ ହାତରେ ଠେଙ୍ଗାଧରି ବାଡ଼େଇଛ । ନନା ଗୋସେଇଁଙ୍କ ମୁଣ୍ଡରେ ଗୋଟେ ଜମାଣିଆ କଥା ସଟାଂକିନା ପଶିଗଲା । ସେ କହିଲେ ହାତରେ ପ୍ରତି ଶବ୍ଦକର । କର ବୋଇଲେ ଇନ୍ଦ୍ର । ଅତଏବ ଇନ୍ଦ୍ର ଗାଈକୁ ବାଡେଇ ମାରିଛନ୍ତି । ତାଙ୍କୁ ଗୋରୁ ହତ୍ୟାର ପାପ ଲାଗିଛି । ତାଙ୍କୁ ବାନ୍ଧି ନେଇଯିବ ଯାଅ । ଫେରିଗଲେ ଯମଦୂତଗଣ । ସବୁ ଯମଙ୍କୁ ଜଣାଇଲେ । ଚିତ୍ରଗୁପ୍ତ କହିଲେ ମହାରାଜ ବ୍ରାହ୍ମଣଙ୍କ ଯୁକ୍ତି ସତ୍ୟ । ଯମରାଜ ଦୂତଗଣଙ୍କୁ କହିଲେ-ଯାଅ, ଇନ୍ଦ୍ରଦେବଙ୍କୁ ବାନ୍ଧିଆଣ । ସତକୁ ସତ ଇନ୍ଦ୍ରଦେବ ଯମରାଜ କାରବାରରେ ବାରବର୍ଷ ବନ୍ଦୀ ଜୀବନ କାଟିଲେ । କାରାଗାରରୁ ମୁକ୍ତି ପାଇଲେ ଇନ୍ଦ୍ରଦେବ । ସନ୍ନ୍ୟାସ ରୂଧରି ମର୍ତ୍ତ୍ୟକୁ ଆସିଲେ । ନନା ଗୋସେଇଁଙ୍କ ଫୁଲ ବଗିଚାରେ ଆବିର୍ଭାବ ହେଲେ । ନନା ଗୋସେଇଁ ସନ୍ନ୍ୟାସଙ୍କୁ ଦେଖି ଘରକୁ ପାଛୋଟି ନେଲେ । ସନ୍ନ୍ୟାସରୂ ୀ ଇନ୍ଦ୍ରଦେବ ନନା ଗୋସେଇଁଙ୍କୁ ପ୍ରଶଂସା କଲେ । ନନା ଗୋସେଇଁ କହିଲେ-ବାବା! ସବୁ ଏଇ ହାତର କରାମତି । ଦେଖୁନାହାନ୍ତି, ଘାସ ଓପାଡି ଓପାଡି ନଖରୁ ଦସି ଛିଣ୍ଡିଗଲାଣି । ପରିଶ୍ରମ କଲେ ସୁଫଳ ମିଳେ ଆଜ୍ଞା । ଆଉ ଗୋଟିଏ କଥା, ସବୁ ହାତରେ ସବୁକାମ ଭଲ ଭାବରେ ଉତ୍ତୁରେନି । ଇନ୍ଦ୍ରଦେବ ନିଜ ରୂପ ଧରିଲେ । ନନା ଗୋସେଇଁଙ୍କ ହାତକୁ ଧରି କହିଲେ- ହଇଓ ବ୍ରାହ୍ମଣ! ଭଲ କାମ କରିଛି ତୁମ ହାତ, ଖରାପ କାମ କରିଛି କିରମାନି ଇନ୍ଦ୍ର? ତମରି ପାଇଁ ମୁଁ ବାରବର୍ଷ କାରାବାସ ଭୋଗିଲି । ଚାଲ ମୋ ସାଙ୍ଗରେ  । ନନା ଗୋସେଇଁ ନିଦରୁ ଉଠି ଚିଲ୍ଲେଇ କହିଲେ- କୁନା ବୋଉ ମୁଁ କୋଉଠି !!!

(ଲୋକକଥାରୁ…)

Loading...
Loading...
Share It
  • 3
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.