ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ଜୀବନଚର୍ଯ୍ୟା

ସବୁଠୁ ଦାମୀ ଓ ପବିତ୍ର ଫୁଲ କଦୁପୁଲ

“କଦୁପୁଲ ଫୁଲ” ସବୁଠାରୁ ଦାମୀ ଫୁଲ ଅଟେ। ଇଂଲଣ୍ଡରେ ଚାଷ ହେଉଥିବା ‘ଜୁଲିଏଟ୍ ରୋଜ୍’ ଗୋଲାପ ଫୁଲର ବିଶ୍ବସ୍ତରରେ ଖ୍ୟାତି ରହିଛି। ସାଧାରଣତଃ ଉଚ୍ଛବର୍ଗର ଲୋକମାନଙ୍କର ବାହାଘର ସମୟରେ ଏହି ଫୁଲ ଦେଖିବାକୁ ମିଳିଥାଏ। ଏହି ଫୁଲଟି କେବଳ ଶ୍ରୀଲଙ୍କାରେ ହିଁ ଦେଖିବାକୁ ମିଳେ। ୩୦ ସେଣ୍ଟିମିଟରର ଏହି ସୁନ୍ଦର ଫୁଲଟି ରାତି ୧୦ଟାରୁ ୧୧ଟା ମଧ୍ୟରେ ହିଁ ପ୍ରସ୍ଫୁଟିତ ହୁଏ। ମାତ୍ର ୨ଘଣ୍ଟା ପାଇଁ ହିଁ ଏହି ଫୁଲ ସତେଜ ରହୁଥିବାର ବିଶେଷଜ୍ଞଙ୍କ ମତ। ବିଭିନ୍ନ ଧାର୍ମିକ କାମରେ ଏହି ଫୁଲର ଉପଯୋଗ ହେଉଥିବା ଜଣାପଡ଼ିଛି।

କଦୁପୁଲ ଏକ ପବିତ୍ର ଫୁଲ। ପୂଜା କାର୍ୟ୍ୟରେ ଭଗବାନଙ୍କୁ ଏହା ଅର୍ପଣ କରାଗଲେ ମନସ୍କାମନା ପୂରଣ ହେବା ନିଶ୍ଚିତ ବୋଲି କୁହାଯାଇଥାଏ।ଲୋକେ ବର୍ଷବର୍ଷ ଅପେକ୍ଷା କରି ହିଁ ଏହି ଫୁଲ ପାଇଥାନ୍ତି।

ବିଶ୍ଵ ବଜାରରେ ଏହି ଫୁଲର ମୂଲ୍ୟ କଳନା କରିବା ମୁସ୍କିଲ୍। ତେବେ ୩ ବର୍ଷ ତଳେ ଜନୈକ ଦକ୍ଷିଣ ଭାରତୀୟ ଦମ୍ପତି ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଏହି କଦୁପୁଲ ଫୁଲର ତୋଡ଼ାକୁ ୬୦ଲକ୍ଷ ଟଙ୍କାରେ କିଣିଥିଲେ। ଆଜିର ସମୟରେ ଏହି ଫୁଲର ଚୋରା କାରବାର ଚାଲିଛି।

Loading...
Loading...
Share It
  • 12
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.