ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ କ’ଣ ?

ଜ୍ଞାନକୋଷ

Image result for god siva linga wallpaper hdଭଗବାନ  ଶିବଙ୍କ  ଭକ୍ତ ଅନେକ। ଏମାନଙ୍କ ଭିତରୁ କେତେକ ପ୍ରତିଦିନ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି। ଆଉ କେତେକ କେବଳ ସୋମବାର ଏବଂ ସଂକ୍ରାନ୍ତି ତିଥିରେ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ଶିବଙ୍କ  ଅତି ପ୍ରିୟ  ହେଉଛି  ଜଳ ଧାରା ।

ଏଥିପାଇଁ  ଶିବଙ୍କର  ଜଳାଭିଷେକ  କରାଯିବାର  ଶାସ୍ତ୍ରରେ  ବିଧାନ  ରହିଛି ।  ଏହାଦ୍ୱାରା   ବିଶେଷ  କୃପାପ୍ରାପ୍ତି  ହୋଇଥାଏ ।  ଜଳାଭିଷେକ  କରିବା ସମୟରେ  ଓଁ ନମଃ ଶିବାୟ ’  ମନ୍ତ୍ର ଜପ  କରାଯିବା ଉଚିତ୍‌ ।  ଜଳରେ  ଦୁଗ୍ଧ  ମିଶାଇ  କିମ୍ବା   କେବଳ   ଦୁଗ୍ଧରେ  ଶିବଙ୍କର ଅଭିଷେକ  କରାଯାଇଥାଏ । ଭୋଳାନାଥଙ୍କ   ବିଶେଷ  ପୂଜାରେ  ଦହି, ଦୁଗ୍ଧ , ଘୃତ , ମହୁ ଓ  ମିଶ୍ରିକୁ  ପୃଥକ୍‌ ପୃଥକ୍‌ ଭାବେ  କିମ୍ବା  ଏକତ୍ର  ମିଶାଇ  ପଞ୍ଚାମୃତ  ପ୍ରସ୍ତୁତ କରି  ଅଭିଷେକ  କରାଯାଇଥାଏ ।

Image result for god siva linga wallpaper hdଜଳଧାରାରେ  ଅଭିଷେକ  କରିଲେ  ଅନେକ  ମନସ୍କାମନା ପୂରଣ  ହୋଇଥାଏ ।  ଏହା ସବୁଠୁଁ  ସହଜ  ସରଳ  ଏବଂ ଶ୍ରେଷ୍ଠ  ଉପାୟ ।  ଆପଣ  ପ୍ରତିଦିନ  ତମ୍ବା  ଲୋଟାରେ  ଶିବଲିଙ୍ଗ  ଉପରେ  ଜଳ ଅର୍ପଣ  କରି ଭଗବାନ  ଶିବଙ୍କର  ପୂଜା  କରିପାରନ୍ତି ।  ଏପରି କରିଲେ,  ଆପଣ  ଶିବଙ୍କ ବ୍ୟତୀତ  ଅନ୍ୟ  ସବୁ ଦେବାଦେବୀଙ୍କର  କୃପା ମଧ୍ୟ  ଲାଭ କରିପାରିବେ ।  ଏପରିକି  ମାତା ଲକ୍ଷ୍ମୀଙ୍କର  ମଧ୍ୟ  କୃପା ପ୍ରାପ୍ତ କରିପାରିବେ ।

Loading...
Loading...
Share It
  • 166
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.