ବ୍ୟାଟରେ ଷ୍ଟିକର ଲଗାଇବା ଦ୍ୱାରା ଟିମ ଇଣ୍ଡିଆର ଏହି ବରିଷ୍ଠ ଖେଳାଳି ମାନଙ୍କୁ ନିଜ ମିଳିଥାଏ କେତେ କୋଟି ଟଙ୍କା, ଜାଣନ୍ତୁ କିଏ ସବୁଠୁ ଆଗରେ

ଖେଳ ବିଶେଷ

ବିଶ୍ୱରେ କ୍ରିକେଟ ଖେଳର ପ୍ରାଧାନ୍ୟ ଆଉ ଲୋକପ୍ରିୟତା ଦିନକୁ ଦିନ ବଢିଚାଲିଛି I ବିଶେଷକରି ଭାରତୀୟ ଦଳରେ ଏପରି ଅନେକ ବରିଷ୍ଠ ଖେଳାଳି ଅଛନ୍ତି ଯାହାଙ୍କର ଖେଳ ପ୍ରଦର୍ଶନରେ ବିରୋଧୀ ଦଳ ଙ୍କର ଅବସ୍ଥା ଘାଇଲା ହେଇଯାଇଥାଏ I ତେବେ ଜଣେ ବ୍ୟାଟ୍ସମ୍ୟାନ ଙ୍କର ବ୍ୟାଟିଂ ତ ଆପଣ ଦେଖିଥିବେ ଆଉ ତାଙ୍କ ବ୍ୟାଟ ବି ଦେଖୁଥିବେ ବ୍ୟାଟରେ ଲାଗିଥିବା ଷ୍ଟିକର ବି ବେଳେ ବେଳେ ନଜରକୁ ଆସୁଥିବା କିନ୍ତୁ ସେଥିରେ ଲାଗିଥିବା ଷ୍ଟିକର ବିଷୟରେ ଆପଣ ଜାଣି ନ ଥିବେ I

ସୂଚନା ମୁତାବକ ଅଂତରରାଷ୍ଟ୍ରୀୟସ୍ତରରେ କ୍ରିକେଟର ମାନେ ଯେତିକି ପଇସା ନିଜ ଖେଳରୁ ରୋଜଗାର କରିଥାନ୍ତି ସେତିକି ବିଜ୍ଞାପନରୁ ତାଠାରୁ ଅଧିକ ରୋଜଗାର କରିଥାନ୍ତି I ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି ବିଜ୍ଞାପନ ମାଧ୍ୟମରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି I ତେବେ ଏହି ବ୍ୟାଟ୍ସମ୍ୟାନ ମାନେ ନିଜ ବ୍ୟାଟରେ ଲଗାଉଥିବା ଷ୍ଟିକରରୁ ବି ସେପରି ଭଲ ରୋଜଗାର ହେଇଥାଏ I

Loading...

ପ୍ରଥମ – ବିରାଟ କୋହଲି ନିଜ ବ୍ୟାଟରେ (MRF) ର ଷ୍ଟିକର ଲଗାଇଥାନ୍ତି ଏବଂ ଏଥିପାଇଁ ସେ ୮ କୋଟି ଟଙ୍କା ନେଇଥାନ୍ତି I

ଦ୍ୱିତୀୟ – ଧୋନି ବି ନିଜ ବ୍ୟାଟରେ ଅଷ୍ଟ୍ରେଲିଆ କମ୍ପାନୀ ର ସ୍ପାର୍ଟନ ସ୍ପୋର୍ଟ୍ସ ଷ୍ଟିକର ଲଗାଇଛନ୍ତି ଏବଂ ଏଥିପାଇଁ ସେ ୬ କୋଟି ଟଙ୍କା ନେଇଥାନ୍ତି I

ତୃତୀୟ -ରୋହିତ ଶର୍ମା ବି ନିଜ ବ୍ୟାଟ ରେ (CEAT) କମ୍ପାନୀର ଷ୍ଟିକର ମାରିଛନ୍ତି ଏବଂ କମ୍ପାନୀ ତାଙ୍କୁ ୩ କୋଟି ଟଙ୍କା ଦେଉଛି I

ଚତୁର୍ଥ – ଶିଖର ଧାୱନ ଙ୍କର ବ୍ୟାଟରେ ବି (MRF) ଲେଖାର ଷ୍ଟିକର ରହିଛି ଏବଂ ଏଥିପାଇଁ ସେ ୩ କୋଟି ଟଙ୍କା ନେଇଥାନ୍ତି I

ପଞ୍ଚମ – ସୁରେଶ ରାଇନା ବି ନିଜ ବ୍ୟାଟରେ CEAT ର ଷ୍ଟିକର ଲଗାଇଛନ୍ତି ଏବଂ ଏଥିପାଇ ସେ 3 କୋଟି ଟଙ୍କା ନେଇଥାନ୍ତି I

Loading...
Share It
  • 76
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.