ବାନ୍ତି ପାଇଁ ଘରୋଇ ଚିକିତ୍ସା

ସ୍ୱାସ୍ଥ୍ୟ

Related image

ଅନେକ ସମୟରେ ଲୋକେ ବସ୍‌ରେ ବାନ୍ତି କରୁଥିବା ଆପଣମାନେ ଦେଖିଥିବେ। ଅସୁସ୍ଥତା ହେତୁ ସେମାନେ ବାନ୍ତି କରନ୍ତି ନାହିଁ। ବସ୍‌ରେ ବସିବା ମାତ୍ରେ ସେମାନଙ୍କ ମୁଣ୍ଡ ବୁଲାଏ ଓ ସେମାନେ ବାନ୍ତି କରନ୍ତି।

ଖାଲି ବସ୍‌ ନୁହେଁ, ଜଣେ ଜଣେ କାର୍ ଆଦିରେ ଦୂର ସ୍ଥାନକୁ ଯାତ୍ରା କଲେ ମଧ୍ୟ ବାନ୍ତି କରନ୍ତି। ସେଥିପାଇଁ ଆପଣ ଦେଖିଥିବେ କେହି କେହି ବସ୍ ଆଦିରେ ପାଖ ହେଉ ଅବା ଦୂର ଯାତ୍ରା କଲା ବେଳେ ସାଙ୍ଗରେ ଲେମ୍ବୁ ଧରି ଥାଆନ୍ତି ଏବଂ ଏହାକୁ ଶୁଙ୍ଘି ଶୁଙ୍ଘି ଯାଆନ୍ତି। ଆଉ କେହି କେହି ଯାତ୍ରା କରିବା ପୂର୍ବରୁ ଔଷଧ ଖାଆନ୍ତି। ବାନ୍ତି ଭୟରେ ଜଣେ ଜଣେ ଯାତ୍ରା କରିବା ପୂର୍ବରୁ ଆଦୌ ଖାଆନ୍ତି ନାହିଁ। ତେବେ ଏସବୁ କରିବା ସତ୍ତ୍ୱେ ସେମାନଙ୍କର ବାନ୍ତି ହୋଇଥାଏ।

Loading...

କିନ୍ତୁ ଯାତ୍ରା ପୂର୍ବରୁ ଆଦୌ ଖାଦ୍ୟ ନଖାଇଲେ ବି ସମସ୍ୟା ଅଛି। ଏହା ଦ୍ୱାରା ପେଟ ଖରାପ ହୋଇଥାଏ । ଏମିତି କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଖାଇଲେ ଭଲ ଲୋକର ବି ଦେହ ଖରାପ ହେବା ସହିତ ବାନ୍ତି ହୋଇଯିବ।

ଖାଇବା ଅନୁଚିତ :-

୧- ଯାତ୍ରା କରିବା ସମୟରେ ବ୍ରେଡ୍‌, ପାସ୍ତା, ନୁଡଲ୍‌ ଓ ଭାତ ପରି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଯାତ୍ରା କରିବା ସମୟରେ ଆପଣ ବସି ରହନ୍ତି। ଆଉ ବସି ରହିଲେ ଏସବୁ ଖାଦ୍ୟ ହଜମ ହୋଇପାରି ନଥାଏ ।

୨-. ସେହିପରି ଯାତ୍ରା କରିବା ସମୟରେ ଫ୍ରାଏ ସ୍ନାକ୍ସ, ପକୁଡ଼ି, ମିଠା ଓ ଆଇସ୍‌କ୍ରିମ୍‌ ଖାଆନ୍ତୁ ନାହିଁ। କାରଣ ମିଠା ଓ ଲୁଣି ଖାଦ୍ୟ ଦ୍ୱାରା ଶରୀରରେ ଫ୍ଲୁଇଡ୍‌ ରିଟେନ୍‌ସନ୍ ହୋଇଥାଏ। ଫ୍ଲୁଇଡ୍‌ ରିଟେନ୍‌ସନ୍‌ ହେଲେ ଗୋଡ଼, ହାତ, ପାଦ ଆଦି କୁଣ୍ଡାଇ ହୁଏ। ତେଣୁ ଯାତ୍ରା କରିବା ସମୟରେ ହାଲ୍‌କା ଖାଦ୍ୟ ଖାଆନ୍ତୁ।

୩- କିଛି ଲୋକ ଅଛନ୍ତି ଯାତ୍ରା ସମୟରେ ନିଜ ପସନ୍ଦର ମଦ ପିଇବାକୁ ଭଲ ପାଆନ୍ତି। ଏପରି କଲେ ନିଦ ଭଲ ହୋଇଥାଏ ବୋଲି ସେମାନେ ଭାବିଥାନ୍ତି। ହେଲେ ମଦ ପିଇବା ଦ୍ୱାରା  ଡିହାଇଡ୍ରେସନ୍‌ ଓ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ। ବାରମ୍ବାର ଶୋଷ ବି ଲାଗିଥାଏ। ଆଉ ଏହାର ପରବର୍ତ୍ତୀ ପର୍ଯ୍ୟାୟ ବାନ୍ତିରେ ହିଁ ଶେଷ ହୋଇଥାଏ ।

ଉପଚାର :-

୧- ବାନ୍ତି ହେଉଥିବା ସମୟରେ ସେଓ ଜୁସ ପିଆନ୍ତୁ ଓ ଲେମ୍ବୁ ପଣି ପିଆନ୍ତୁ କିମ୍ବା ହର୍ବାଲ ‘ଚା’ ପିଆନ୍ତୁ ।

୨- ଛୋଟୋ ଖଣ୍ଡ ଅଦା ପାଟିରେ ପୁରାଇ ତାର ରସକୁ ପିଅନ୍ତୁ ।

୩- କେହି ଯଦି ଆପଣଙ୍କ ପାଖରେ ଫାର୍ମାସିଷ୍ଟ କିମ୍ବା ଡାକ୍ତର ଥାନ୍ତି ତେବେ ତାଙ୍କ ଠାରୁ ( Acupuncture or Acupressure) ଚିକିତ୍ସା କରାଇନିଅନ୍ତୁ ।

Loading...
Share It
  • 97
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.