ବ୍ୟାଙ୍କରେ ଜରୁରୀ କାମ ଅଛି କି ଶୀଘ୍ର ସାରି ଦିଅନ୍ତୁ : ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ

ନ୍ୟୁଜ୍ ବିଶେଷ


ନୂଆଦିଲ୍ଲୀ : ସଭିଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ଏହା ତାଙ୍କ ପଇସା କାରବାରର କଥା ନିଶ୍ଚୟ ଜରୁରୀ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ଅର୍ଥାତ୍ ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ।ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର ଜୟନ୍ତୀ, ମାର୍ଚ୍ଚ ୩୦ରେ ଗୁଡ ଫ୍ରାଇଡେ, ୩୧ମାର୍ଚ୍ଚ ବ୍ୟାଙ୍କ କ୍ଲୋଜିଂ ଡେ ଓ ଏପ୍ରିଲ ୧ ରବିବାର ଛୁଟିଦିନ ପଡ଼ୁଥିବା ହେତୁ ବନ୍ଦ ରହିବ। ଏହି ଭିତରେ ଯଦି ନିଜର ଜରୁରୀ କାମ ଶେଷ ନ କଲେ ତ ୪ ଦିନ ଅପେକ୍ଷା କରିବାକୁ ପଡିବ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.