କୋଣାର୍କ (ଜ୍ଞାନ ବିଶ୍ୱାଳ)- କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷରେ କୋଣାର୍କର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟଂଗ ଇଣ୍ଡିଆ ଓ ୱାଟର ଇନିସିଏଟିଭ ମିଳିତ ଆନୁକୂଲ୍ୟରେ ଇଣ୍ଟର ନିଉଜ, ଆର୍ଥ ଜର୍ଣ୍ଣଲିଜମ, ବସୁନ୍ଧରା ଓ ରେଡିଓ ନମସ୍କାର ସହାୟତା ରେ ଵଂଗୋପସାଗର ରେ ଜଳବାୟୁ ପରିବର୍ତ୍ତନ, ପ୍ରଭାଵ ଓ ନିରାକରଣ ସମ୍ପର୍କରେ ଏକ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି। ୟଂଗ ଇଣ୍ଡିଆ ର ସଭାପତି ଏନ ଏ ଶାହା ଅନସାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ଜଳ ସଦୁପଯୋଗ ଓ ଜଳବାୟୁ ପରିବର୍ତ୍ତନ ନେଟଓର୍କର ଅଧ୍ୟକ୍ଷ ରଂଜନ କୁମାର ପଣ୍ଡା ଯୋଗଦେଇ ଜଳବାୟୁ ପରିବର୍ତ୍ତନର ଵିଭିନ୍ନ ଦିଗ ଉପରେ ଵିଶଦ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ଜଳବାୟୁ ପରିବର୍ତ୍ତନ ସାମ୍ପ୍ରତିକ ସ୍ଥିତିରେ ମାନବ ସମାଜ ପାଇଁ ଏକ ଚାଲେଂଜ ସୃଷ୍ଟି କରିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଵ୍ଯକ୍ତି ବିଶେଷ ଓ ବୈଷୟିକ ଜ୍ଞାନ ସଂପନ୍ନ ଵ୍ଯକ୍ତି ଵିଶେଷଙ୍କ ତଥ୍ୟ ସଂଗ୍ରହ କରିବା ସହ ଏହାର ପ୍ରକିୟା କରଣ କୁ ପର୍ଯ୍ୟବେକ୍ଷଣ କରି ସଠିକ ତଥ୍ୟ କୁ ଉପସ୍ଥାପନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ସାମୁହିକ ଭାଗିଦାରୀ ଓ ପ୍ରକୃତ ତଥ୍ୟ କୁ ଗୋଷ୍ଠୀ ସ୍ତରରେ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ସାମାଜିକ ଅଙ୍ଗୀକାର ବଦ୍ଧତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଆଇଆଇଟିର ଜଳବାୟୁ ପରିବର୍ତ୍ତନ ଵିଭାଗ ର ପ୍ରଫେସର ଡଃ ସଂଦୀପ ପଟ୍ଟନାୟକ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ମୌସୁମୀ ବର୍ଷା, କୃଷି କ୍ଷେତ୍ରରେ ଏହାର ପ୍ରଭାବ, ସମୁଦ୍ର ରେ ଲଘୁଚାପ ସୃଷ୍ଟି, ଏହା ଵିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ରେ ମାନବ ସମାଜ ରେ ପ୍ରଭାବ, ଗୋବ୍ଲାଲ ଓର୍ମିଂଗ ସହ ଏହା ସମ୍ବନ୍ଧିତ ଵିଭିନ୍ନ ଉପାଦେୟତା ଉପରେ ପୁଖାଂନୁପୁଖ ଭାବରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସିଆରଏସର ଶୈଳେନ୍ଦ୍ର ପଟ୍ଟନାୟକ, ବସୁନ୍ଧରାର ଡଃ ହେମନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଵାସୁଦେଵ ମହାପାତ୍ର, ପ୍ରିୟରଂଜନ ସାହୁ, ବସୁନ୍ଧରାର ମାନସ ମିଶ୍ର ପ୍ରମୁଖ ଯୋଗଦେଇ ଏ ସମ୍ପର୍କରେ ଵିଶଦ ଭାଵରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ର ଵିଭିନ୍ନ ଜିଲ୍ଲାରୁ ୩୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଓ ଏହି ସମ୍ବଧିୟ କାର୍ଯ୍ୟ କରୁଥିବା ଵ୍ଯକ୍ତି ଵିଶେଷ ମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ରେଡିଓ ନମସ୍କାରର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଜାଲିନ ପ୍ରଧାନ, ବସୁନ୍ଧରାର ପ୍ରଗତି ପ୍ରଭା, ରେଡିଓ ନମସ୍କାରର ଅନ୍ଦାଜ ଆରୋନ, ସୁଜିତ କୁମାର ଵେହେରା,ଏସ କାଜଲ, ଟିକିନା ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା କାଲି ଏହି କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ସମ୍ଵଧରେ ଆଲୋଚିତ ତଥ୍ୟକୁ ଗୋଷ୍ଠୀ ସ୍ତରରେ ପ୍ରଚାର ଓ ପ୍ରସାର କରିବା ନିମନ୍ତେ କ୍ଷେତ୍ର ପରିଦର୍ଶନ କରି ଜନସାଧାରଣ ଲଙ୍କୁ ଏ ଵିଷୟରେ ଉପାଦେୟତା ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ଠାରୁ ଵହୁ ତଥ୍ୟ ସଂଗ୍ରହ କରାଯାଇ ଏହି ପ୍ରକିୟା କରଣକୁ ତ୍ୱରାନ୍ୱିତ କରାଯିବ ବୋଲି ୟଙ୍ଗଇଣ୍ଡିଆର ସଭାପତି ଏନ ଏ ଶାହା ଅନସାରୀ ମତବ୍ୟକ୍ତ କରିଛନ୍ତି।
- 9Shares