“ବନ୍ଧନର ଡୋରିର କରିସ୍ମା”

ଗଳ୍ପ ସାହିତ୍ୟ ସଂସ୍କୃତି

ଏକଦା  ରମେଶ ତାଙ୍କ ଆଠ ବର୍ଷ ପୁତ୍ରକୁ ଗୁଡ଼ି ଶିଖାଇବା ପାଇଁ ଛାତ ଉପରକୁ ନେଇଗଲେ । ଦୁହେଁ ମିଶି ଗୁଡି ଉଡାଇଲେ । ଗୁଡିଟି ଯେତେ ଉପରକୁ ଯାଉଥାଏ । ଶିଶୁଟି ଖୁସି ହୋଇଯାଉଥାଏ । ଧୀରେ ଧୀରେ ଗୁଡିଟି ଆଉ ଉପରକୁ ନ ଯିବାରୁ ପିଲାଟି କହିଲା , ଗୁଡିର ଡୋରିକୁ କାଟିଦିଅନ୍ତୁ । ତାହା ଉପରକୁ ଚାଲିଯିବ । ରମେଶ ହସି ହସି ଡୋରିଟିକୁ କାଟିଦେଲେ । ମାତ୍ର ଗୁଡିଟି ଉପରକୁ ଯିବା ବଦଳରେ ତଳକୁ ଖସିଆସିଲା । ପିଲାଟି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ରମେଶ ଏହାପରେ ତାକୁ ପାଖକୁ ଡାକି କହିଲେ ,ଏହିପରି ଆମ ଜୀବନ ଅଟେ । ଆମେ ଘରକୁ ଆସିଲେ ,ମା’ କୁଆଡେ ଯାଇଥିଲୁ, କଣ କରୁଥିଲୁ, ଏପରି ପଚାରି ପଚାରି ବିରକ୍ତି କରି ଦିଅନ୍ତି । ବାପା ପ୍ରତିଟି କଥାରେ ଆକଟ କରନ୍ତି । ସ୍କୁଲ ଶିକ୍ଷକ ଭୁଲ କଲେ ମାଡ ମାରନ୍ତି । ଆମେ ଭାବୁ ଏମାନେ ଆମ ଜୀବନରୁ ଗଲେ ଆମେ ବହୁତ ଉପରକୁ ଉଠିପାରିବା । ଆମେ ଆମ ଜୀବନରେ ଯେତେ ଉପରକୁ ଯାଉ, ସେତେବେଳେ ଭାବୁ ପରିବାର, ସାଙ୍ଗସାଥି, ସମ୍ପର୍କୀୟ, ମାତାପିତା ଆଦି ଆମର ଉପରକୁ ଉଠିବାକୁ ପଥରୋଧ କରୁଛନ୍ତି । ମାତ୍ର ଏହା ସତ ନୁହେଁ । ଏମାନଙ୍କ ଆକଟ ଓ କଥା ହିଁ ଆମକୁ ଉପରକୁ ଉଠାଇବାରେ ସାହାଯ୍ୟ କରିଥାଏ । ମାତ୍ର ଆମେ ତାହାକୁ ବୁଝିପାରୁନାହିଁ । ଯଦି ଏହି ସବୁ ବନ୍ଧନ ଆମ ସହ ରହିବନି, ତେବେ ଆମେ ଲଗାମଛଡ଼ା ହୋଇଯିବା ଉପରକୁ ଯିବା ବଦଳରେ ତଳକୁ ଖସି ଖସି ଯିବା ।

***** ଲିସାରାଣୀ କର *****

Loading...

ବରୀ ବ୍ଲକ, ଯାଜପୁର,ଓଡିଶା

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.