ବାଞ୍ଛା ଷଣ୍ଢକୁ ଲଗାମ ଦିଅ ନଚେତ ସରକାରଙ୍କ ଆମ ଗାଁ କାର୍ଯ୍ୟକ୍ରମର ବିକାଶ ଧାରା ବାରମାସର ତପ ଶୁଖୁଆ ଝୋଳରେ ଯିବ

ଓଡିଶା ନ୍ୟୁଜ୍

ପୋଲସରା-ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଗରିବଙ୍କ ସ୍ୱାର୍ଥ ସୁରକ୍ଷା । ଏହି ଯୋଜନା ଯୋଗୁଁ ପ୍ରାୟ ୧୯ବର୍ଷ ହେବ ଓଡ଼ିଶାରେ ନିଜ ଦଳ ଓ ସରକାରକୁ ସୁରକ୍ଷିତ ରଖିଛନ୍ତି । କିନ୍ତୁ କିଛି କଳୁଷିତ ରାଜନେତା ଓ ସରକାରୀ କର୍ମଚାରୀଙ୍କ ଯୋଗୁଁ ସରକାରୀ ଦଳର ଅନ୍ଧ ଭକ୍ତ ମାନଙ୍କର ସରକାରଙ୍କ ଉପରୁ ବିଶ୍ୱାସ କମୁଛି । ଏହି ସବୁ ଉଲ୍ଲେଖ କରିବା କାରଣ ସରକାର ସହରଠୁ ଗ୍ରାମାଞ୍ଚଳର ବିକାଶ ପାଇଁ ପାଣି ପରି ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦୁଃଖର କଥା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ପ୍ରାୟ ବହୁ ପଞ୍ଚାୟତରେ ଆମଗାଁ ଅମବିକାଶ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା କର୍ମଚାରୀଙ୍କ କାର୍ଯ୍ୟରେ କିଛି କଳୁଷିତ ଲୁଟେରା ରାଜନେତା ନିଜ କ୍ଷମତାର ଅପପ୍ରୟୋଗ କରିବା ହେତୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। କୋଉଠି କିଛି ସରକାରୀ କର୍ମଚାରୀ ନିଜ ଦଇତ୍ୱକୁ ଭୁଲି ନେତାଙ୍କ ଆଗରେ ନିଜ ଇଜ୍ଜତକୁ କିଛି ସ୍ୱାର୍ଥରେ ବିକି ଗୋଲମଗିରି କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ଓ ବୁଦ୍ଧି ଯିବି ମହଲ ଓ ସହରଠୁ ଗ୍ରାମାଞ୍ଚଳରେ ଚର୍ଚ୍ଚା ଜୋର ହେଉଛି ଯେ କିଏ ଜଣେ କ୍ଷମତାgûଳି ଅର୍ଥ ଲୋଭି ବାଞ୍ଛା ଅଛି ତାହାର ସ୍ୱାର୍ଥବାଦୀ  ନିତି ଯୋଗୁଁ ଏହି ବ୍ଲକରେ ସରକାରଙ୍କ ଯୋଜନା ଅର୍ଥକରି ଫାଇଲ ଭିତରେ ଉନ୍ନୟନ କାର୍ଯ୍ୟ ହୋଇ ନିଜ ସମ୍ପତ୍ତିରେ ସମ୍ପତ୍ତି ମିସେଇବାରେ ଲାଗିଛି,ଯାହାର ଫଳ ସ୍ୱରୂପ ଆଗାମୀ ନିର୍ବାଚନରେ ପୋଲସରାରେ ସରକାର ଦଳକୁ ମହଙ୍ଗା ପଡିପାରେ । ଆଗାମୀ ଦିନରେ କୋଉ କୋଉ ପଞ୍ଚାୟତରେ ବଞ୍ଚା ଷଣ୍ଢ ପୁରୋଉଛି ତାହା ପ୍ରକାଶ କରାଯିବ ତଦନ୍ତ ଚାଲିଛି ।ଏହି ବିଷୟରେ ଯଦି ସରକାରୀ ଦଳ ନେତୃତ୍ୱ ମାନେ ମୁଣ୍ଡ ନପୁରାଅନ୍ତି ତେବେ ବାରମାସର ତପ ଶୁଖୁଆ ଝୋଳରେ ଯିବ ଥୟ ,ତେଣୁ ସାଧୁ ସାବଧାନ

Loading...
Loading...
Share It
  • 8
    Shares

2 thoughts on “ବାଞ୍ଛା ଷଣ୍ଢକୁ ଲଗାମ ଦିଅ ନଚେତ ସରକାରଙ୍କ ଆମ ଗାଁ କାର୍ଯ୍ୟକ୍ରମର ବିକାଶ ଧାରା ବାରମାସର ତପ ଶୁଖୁଆ ଝୋଳରେ ଯିବ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.