ବଜାରରେ ମିଳୁଥିବା ପାଣି ବୋତଲକୁ ଆମେ ସୁରକ୍ଷିତ ବୋଲି ମନେ କରି କିଣିଥାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରକୃତରେ ଏହା ସୁରକ୍ଷିତ ନୁହେଁ। ଏହାର ଶୁଦ୍ଧତାକୁ ନେଇ ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ । ଦିନକୁ ଦିନ ବଜାରରେ ପାଣି ବୋତଲର ଚାହିବା ବଢୁଥିବା ବେଳେ ଏହାର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ଏଥିସହିତ ଅପମିଶ୍ରଣ ମଧ୍ୟ ବଢ଼ିବାରେ ଲାଗିଛି। ବଜାରରେ ମିଳୁଥିବା ପାଣି ବୋତଲ ଉପରେ କରାଯାଇଥିବା ଏକ ସର୍ଭେରୁ ଏପରି ତଥ୍ୟ ଜଣାପଡିଛି।
ବଜାରରୁ କିଣୁଥିବା ବୋତଲ ପାଣିକୁ ଆମେ ସୁରକ୍ଷିତ ବୋଲି ଭାବିଥାଉ । କିନ୍ତୁ ଆମେ ଜାଣିନଥାଉ ଏହା ସତରେ ସୁରକ୍ଷିତ କି ନୁହେଁ । ତେବେ ଏପରି ଭାବିବାର କାରଣ ହେଉଛି, ବୋତଲ କିଣିବା ପାଇଁ ଆମକୁ ଏହାର ମୂଲ୍ୟ ଦେବା ପାଇଁ ପଡିଥାଏ । ଦେଶରେ ଦିନକୁ ଦିନ ପାଣି ବୋତଲର ଚାହିଦା ବଢିବାରେ ଲାଗିଛି । ଆଉ ଏହା ସହ ଅପମିଶ୍ରଣ ମଧ୍ୟ ବଢିବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି, ଯେଉଁ ପାଣି ଆମକୁ ମାଗଣାରେ ମିଳିବା କଥା, ସେଥିପାଇଁ ବଜାରରେ ଆମକୁ ଉଚ୍ଚ ମୂଲ୍ୟର ଟଙ୍କା ଗଣିବାକୁ ପଡୁଛି । ଅଲଗା ଅଲଗା ପାଣି ବୋତଲ ବ୍ରାଣ୍ଡର ଦର ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଅଧିକାଂଶ ସ୍ଥାନରେ ଏକ ଲିଟର ପାଣି ଥିବା ବୋତଲର ଦାମ୍ ୨୦ ଟଙ୍କା ଅଟେ । ଯାହାକି ନଳ ପାଣି ଠାରୁ ପାଖାପାଖି ୧୦ ହଜାର ଗୁଣା ଅଧିକ ମହଙ୍ଗା ଅଟେ ।ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କାହିଁକି ମହଙ୍ଗା ହେଉଛି ପାଣିର ଦର ? ଆସନ୍ତୁ ଜାଣିବା ଏହାର ଅଙ୍କ ।
ପ୍ଲାଷ୍ଟିକ ବୋତଲର ଦର – ୮୦ ପଇସା
ଏକ ଲିଟର ପାଣିର ମୂଲ୍ୟ – ୧.୨ ଟଙ୍କା
ବିଭିନ୍ନ ପ୍ରକ୍ରିୟାରେ ବିଶୁଦ୍ଧକରଣ ପାଇଁ – ୩.୪୦ ଟଙ୍କା ପ୍ରତି ବୋତଲ
ଅତିରିକ୍ତ ଖର୍ଚ୍ଚ – ୧.୨ ଟଙ୍କା
ମୋଟ ଖର୍ଚ୍ଚ – ୬ ଟଙ୍କା ୪୦ ପଇସା
- 100Shares