ଅଗଷ୍ଟ ୦୨ ତାରିଖ ମାଆ ଜାଗୁଳାଇଙ୍କ ପଞ୍ଚମୀ ଯାତ୍ରା

ଓଡିଶା ନ୍ୟୁଜ୍

ସାମ୍ୟବାଦର ଦେବୀ ବାଲିଆ ଜାଗୁଳାଇ ଠାକୁରାଣୀ । ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ବାଲିଆ ନଗର ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ଜନ୍ମ ପୀଠର ମା ଜାଗୁଳାଇଙ୍କର ନବଦିନ ଯାତ୍ରା ଅଗଷ୍ଟ ମାସ ୨ ତାରିଖ ଜାଗ୍ରତଗୈାରୀ ପଂଚମୀ ଦିନ ସମାପ୍ତି ଘଟିବା ସହିତ ମାଆ ସେଦିନ ତାଙ୍କ ମନ୍ଦିରକୁ ପ୍ରବେଶ କରିବେ । ଗତ ଏକାଦଶୀ ରୁ ମାଆ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣରେ ଯାଇଥିଲେ । ଏଠାରେ ପ୍ରକାଶ କରା ଯାଇ ପାରେ କି ମାଆ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ପୂର୍ବରୁ ବାଲିଆ ଉଆସ ଠାରେ ଏକ ଶାହାଡା ଗଛ ମୂଳରେ ବିଦ୍ୟମାନଥିଲେ । ତତ୍କାଳିନ ସମୟରେ ମାଆଙ୍କୁ ସଅର ସଂପ୍ରଦାୟ ସେଠାରେ ସ୍ଥାପନ କରିଥିବାର ଜଣାଯାଏ । ଏବଂ ଚମାର ସଂପ୍ରଦାୟ ମାଆଙ୍କୁ ସେବା ପୂଜା ଯୋଗାଇ ଦିଏ । ପରବର୍ତ୍ତୀ ସମୟରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାର ବାଲିଆ ଠାରେ ତାଙ୍କର ଉଆସ ସ୍ଥାପନ କଲେ । ଏବଂ ମାଆ ତାଙ୍କ ଅଧିନରେ ରହିବାରୁ କ୍ରମାନ୍ୱୟରେ ମାଆ ଦ୍ରାବିଡ ଦେବୀରୁ ଆର୍ଯ୍ୟ ଦେବୀରେ ରୂପାନ୍ତରୀତ ହେଲେ । ବ୍ରାହ୍ମଣ ପୂଜକ ମାଆଙ୍କୁ ସେବାର୍ଚ୍ଚନା କଲେ । ନାପିତ ଆଦି ସହ ସେବକ ଭାବେ କାର୍ଯ୍ୟକଲେ । କିନ୍ତୁ ସାମନ୍ତ ସିଂହାରଙ୍କ ଅଧିନକୁ ମଆ ଚାଲିଯିବା ସମୟରେ ଆଦ୍ୟ ସେବକ ଚମାର ସଂପ୍ରଦାୟ ଯେଉଁ ମାନେ ଅବଧି ବାଲିଆ ହରିପୁର ଠାରେ ବାସ କରୁଛନ୍ତି ସେମାନେ ଗୋଟିଏ ଦିନ ମାଆଙ୍କୁ ନିଜ ହାତରନ୍ଧା ଖାଦ୍ୟ ପରଷିବାକୁ ନିର୍ଦ୍ଦେଶ ମାଗି ନେଇଥିଲେ । ସେବେଠାରୁ ଶ୍ରାବଣ ଏକାଦଶୀ ଦିନ ମାଆ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣ କରିବାକୁ ଯିବା ବେଳେ ପୂର୍ବରୁ ବାଲିଆ ଉଆସ ସନ୍ନିକଟରେ ଥିବା ଶାହାଡା ଗଛ (ଯେଉଁଠି ମାଆ ପୂର୍ବରୁ ଅବସ୍ଥାନ କରୁଥିଲେ ୧୯ ୮୪ ମସିହାରେ ଏକ ଛୋଟ ବାତ୍ୟାରେ ତାହା ଉପୁଡି ଯାଇଛି ) ନିକଟରେ ପିଠା, ଖିରି ଆଦି ହାତରେ ରାନ୍ଧି ମଅ।।ଙ୍କୁ ସମର୍ପଣ କରିଥାଏ । ମାଆ ଶବର ସଂପ୍ରଦାୟର ଠାକୁରାଣୀ ହୋଇଥିବାରୁ ସେଠାରେ ପୂର୍ବ ବତ୍ ମାଆଙ୍କୁ ଅଣ୍ଡା, ଖଜୁଡୀ ତାଡି( ଜୋରୀ) ଇତ୍ୟଦି ମଧ୍ୟ ଚମାର ସେବକ ସମର୍ପଣ କରିଥାଏ । ତତ୍ ପରେ ମାଆଙ୍କ ପିତ୍ରାଳୟ କୁହାଯାଉଥିବା ବାଲିଆ ଉଆସକୁ ନିଆ ଯାଏ । ସେଠାରେ ମାଆ ଜଣେ କାଳେସୀ ରୂପରେ ଉଭା ହୋଇ ସଂସାରର ହାନିଲାଭ ବିଷୟରେ ସମାଜକୁ ସତର୍କ କରନ୍ତିା ବନ୍ୟା, ବାତ୍ୟା, ଧୋଇ ମରୁଡି ଆଦି ବିଷୟରେ ସତର୍କ ସୂଚନା ଦିଅନ୍ତି । କାଳେସୀ ମନ ଗଢାକଥା କହୁଛି ବୋଲି କେତେକ ନାସ୍ତିକ ମତ ଦେଲେ ବି କାଳେସୀ ମୁଁହରୁ ବାହାରିଥିବା କଥା କେବେ ବି ଅନ୍ୟଥା ହୋଇ ନଥିବାର ଜଣାଯାଏ । ବାଲିଆ ଯାଗୁଳାଇ ପରବର୍ତ୍ତି ସମୟରେ ବିଦଗ୍ଦ କବି ଅଭିମନ୍ୟୁ ତାଙ୍କ ଜନ୍ମ ଭୂମିକୁ ବୃନ୍ଦାବନର ଅବିକଳ ନକଲ କରି ଗଢି ତୋଳିବା ବେଳେ ଯୋଗମାୟା ବା ପୈାର୍ଣ୍ଣମାସୀ ରୂପରେ ମାଆ ବିଦ୍ୟମାନ ଅଛନ୍ତି । ଅନ୍ୟ ପକ୍ଷରେ କବିଙ୍କ ପ୍ରତିଷ୍ଠିତ ଶ୍ରୀ ରାଧା ମୋହନ ବାଲିଆ ଉଆସରେ ନିତ୍ୟ ରାସ ପ୍ରକଟ କରୁଥରବା ବେଳେ ମାଆ ସେହି ରାସ ମଣ୍ଡଳର ଦ୍ୱାରୀ ଭାବେ ଅବର୍ତ୍ତିନ ହୋଇଛନ୍ତିା ତେଣୁ ଯୋଗମାୟା ବନ୍ଦନାରେ ଅଛି –
ତୁହି କୃଷ୍ନ ସହଚରୀ, ତୁ ରାସ ମଣ୍ଡଳ ଦ୍ୱାରୀ
ତୁହି କୃଷ୍ଣ ସହଚରୀ ।ା
ତୋତେ କି ଲଙ୍ଘିଣ ଜୀବ କୃଷ୍ଣ ପାଇ ପାରେ
କୃଷ୍ନ ରାସ ପ୍ରକଟିଲେ ତୋହରୀ କୃପାରେ ।
ଅନ୍ୟ ପକ୍ଷରେ ଜଗତର ନାଥ ଜଗନ୍ନାଥ ସାମନ୍ତ ବାଦ ବ୍ୟବସ୍ଥାରେ ବାନ୍ଧି ହୋଇ ଏକ ବର୍ଷ କାଳ ମନ୍ଦିର ରେ ରହିବା ପରେ ଭକ୍ତଦୁଃଖ ଶୁଣି ତାହାକୁ ମୋଚନ କରିବାକୁ ରଥାରୁଢ ହୋଇ ୯ ଦିନ ପାଇଁ ବାହାରକୁ ଯିବା ପରି ମାଆ ଜାଗୁଲାଇ ବର୍ଷକୁ ୯ ଦିନ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣରେ ଯାଇ ଥାନ୍ତି । ଏମିତି କି କେଉଁ ଗ୍ରାମର ବରଡା ପଲ୍ଲାରେ ତ କେଉଁ କମାର ଶାଳରେ ବା କେଉଁ ବ୍ରାହ୍ମଣ ଗୃହରେ ଅବସ୍ଥାନ କରିବାର ନଜିର ମଧ୍ୟ ରହିଛି । ଆଚାଣ୍ଡାଳ ବ୍ରାହ୍ମଣ ସେତେ ବେଳେ ମାଆଙ୍କୁ ତାର ନୈବେଦ୍ୟ ଅର୍ପଣ କରିଥାଏ । ଆଜି ବିଦଗ୍ଦ କବିଙ୍କ ସମୟରେ ଥିବା ବ୍ରାହ୍ମନୀ ସଦୃଶ ଜମୁନା ନଦୀ ପୋତି ହୋଇ ପଡିଥିଲେ ବି କବିଙ୍କ ମାନସ ବୃନ୍ଦାବନର କାତ୍ୟାୟନୀ ଘାଟ ନାମ ଜନଶୃତିରେ ରହିଛି । ସେହିଠାରେ ଜାଗ୍ରତ ଗୈାରୀ ପଞ୍ଚମୀରେ ମାଆ ଗ୍ରାମ୍ୟ ଭ୍ରମଣ ସାରି କାତ୍ୟାୟନୀ ଘାଟରେ ସ୍ନାନ କରନ୍ତି , ସେଠାରେ ପୂଜାର୍ଚ୍ଚନା ହୋଇ ପୁନଶ୍ଚ କାଳେସୀ ଲାଗିଲା ପରେ ମନ୍ଦିର ଯାତ୍ରା କରନ୍ତି । ବରୀ ବଡଚଣା ,ଧର୍ମଶାଳା ଅଂଚଳରୁ ହଜାର ହଜାର ଭକ୍ତ ରୁଣ୍ଡ ହୋଇ ଏହି ଦିବ୍ୟ ଦୃଶ୍ୟକୁ ଦର୍ଶନ କରନ୍ତିା ଶେଷରେ ମାଆ ମନ୍ଦିର ପ୍ରବେଶ କରନ୍ତି । ପ୍ରାୟ ଦିବା ୩ ଘଟିକାରୁ ଏହି ଯାତ୍ରା ଆରମ୍ଭ ହୋଇ ସଂଧ୍ୟାରେ ଶେଷ ହୁଏ । ମଆ ପୁଣି ବର୍ଷେ ପାଇଁ ମନ୍ଦିର ରେ ସାମନ୍ତ ବାଦ ଧାରାରେ ପୂଜିତ ହୁଅନ୍ତି । ମାଆ ମହାସ୍ନାନ ପରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଅନୁଜ ସୁରଥମନ୍ୟୁଙ୍କ ପରିବାର ପକ୍ଷରୁ ମ।।ାଙ୍କୁ ପ୍ରଥମ ଭୋଗ ଲାଗି କରାଯିବାର ପରମ୍ପରା ଅବଧି ଅଛି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.