ବିଲରେ ବୁଲୁବୁଲୁ ଚାଷୀକୁ ନଜର ଆସିଲା କିଛି ଅଦ୍ଭୁତ ଦ୍ରବ୍ୟ ଏବଂ ଦୁନିଆ ସାମନାକୁ ଆସିଗଲା ୫ ହଜାର ବର୍ଷର ପୁରୁଣା ଦୁନିଆଁ

ବିଶେଷ

ପଥର ହଟାଇବାରୁ ଜମି ତଳୁ ମିଳିଲା ଏକ ନୂଆ ଦୁନିଆ

(ଏହି କାହାଣୀ ‘ସକିଙ୍ଗ ଡିସ୍କୋଭରୀ’ ସିରିଜ୍ ଅନୁଯାୟୀ ଅଟେ। ଦୁନିଆରେ ଅନେକ ଥର ଜଣା ଅଜଣାରେ ଏପରି ଅନେକ ମିଳିଛି। ଯାହା ବିଷୟରେ ପ୍ରାୟତଃ ଲୋକଙ୍କୁ ଜଣା ନଥିବ)

Loading...

ନୂଆ ଦିଲ୍ଲୀ:- ସ୍କଟଲ୍ୟାଣ୍ଡରେ ରହୁଥିବା ଜଣେ ଚାଷୀଙ୍କୁ କିଛି ବର୍ଷ ପୂର୍ବରୁ ଭୁଲ ବଶତଃ ଏକ ଏପରି ଆବିଷ୍କାର କରିଥିଲେ ଯାହା ପରେ ଭୂମି ତଳେ ଏକ ନୂଆ ଦୁନିଆ ବିଷୟରେ ଜଣା ପଡ଼ିଥିଲା। ଏହି ଚାଷୀ ନିଜର ବିଲରେ ବୁଲୁଥିଲେ, ସେହି ସମୟରେ ସେ ଏକ ପଥର ଫୋପାଡ଼ିବା ପାଇଁ ଉଠାଇଲେ ତେବେ ତା’ଙ୍କୁ ତଳେ କିଛି ବିଶେଷ ଦ୍ରବ୍ୟ ନଜର ଆସିଲା। ସେ ବିଶେଷ ଦ୍ରବ୍ୟ ଖୋଜୁ ଖୋଜୁ ଏକ ସମ୍ପୂର୍ଣ୍ଣ ସହର ନଜର ଆସିଲା, ଯାହାକି ପ୍ରାୟତଃ ୫ ହଜାର ବର୍ଷ ପୁରୁଣା ଥିଲା। ଏହି ସହର କୁ ‘ସ୍କାରା ବ୍ରେ’ ନାମ ଦିଆଯାଇଛି।

– ଏହି ପ୍ରାଚୀନ ସହରର ଆବିଷ୍କାର ସ୍କଟଲ୍ୟାଣ୍ଡର ଅର୍କନୀ ଆଇଲ୍ୟାଣ୍ଡରେ ହୋଇଥିଲା। ଚାଷୀଙ୍କୁ ଇତିହାସର କୌଣସି ଜ୍ଞାନ ନଥିଲା। କିନ୍ତୁ ସେ ପ୍ରାଚୀନ କଳାକୃତି ଗୁଡ଼ିକ ବିଷୟରେ ଜାଣିପାରୁଥିଲା। ବିଲରେ ଏକ ପ୍ରାଚୀନ ପଥର ମିଳିବା ପରେ ତାକୁ ଲାଗିଲା କି ଏଠାରେ ମଧ୍ୟ କିଛି ଲୁକ୍କାଇତ ଥାଇପାରେ, ଯାହା ପରେ ସେ ସେଠାକୁ ଏକ୍ସପର୍ଟ୍ସଙ୍କୁ ଡାକିଥିଲା।
– ବିଶେଷଜ୍ଞ ସେଠାକୁ ଆସିବା ପରେ ସେଠାରେ ଏକ ଏପରି ପ୍ରାଚୀନ ସହର ଥିବାର ଜଣା ପଡ଼ିଲା, ଯାହାକି ହଜାର ବର୍ଷରେ ଘାସ ଏବଂ ଚଟ୍ଟାଣର ତଳେ ଦବି ରହିଥିଲା।

ମିଶରର ପିରାମିଡରୁ ଅଧିକ ପୁରୁଣା ଥିଲା ସହର

– ଇତିହାସକାରମାନଙ୍କପାଇଁ ସେହିଦିନ କୌଣସି ଉତ୍ସବରୁ କମ ନଥିଲା। କାରଣ ସେହି ଜାଗା ଉପରେ ଯେଉଁ ପ୍ରାଚୀନ ସହର ମିଳିଲା ତାହା ୫ ହଜାର ବର୍ଷ ପୁରୁଣା ଥିଲା। ଏହା ସହିତ ହିଁ ସେଠାରେ ଭଗ୍ନ ଅବଶେଷ ସହ ଏକ ବ୍ୟବସ୍ଥିତ ସହର ମିଳିଥିଲା।

– ବିଶେଷଜ୍ଞଙ୍କର ମୁତାବକ ଏଠାରେ ଯେଉଁ ସହର ମିଳିଲା ତାହା ମିଶରର ଅଦ୍ଭୁତ ପିରାମିଡରୁ ମଧ୍ୟ ପୁରୁଣା ଅଟେ। କାରଣ ଏହି ପିରାମିଡ ତେବେ ପ୍ରାୟତଃ ୪୫୭୫ ବର୍ଷ ପୁରୁଣା। ଏହି ପ୍ରାଚୀନ ସ୍କଟିଶ ସହର ବାଲିସ୍ତୁପର ତଳେ ଦବି ରହିଥିବା କାରଣରୁ ଏତେ ବର୍ଷ ପର୍ଯ୍ୟନ୍ତ ଛୁପି ରହିଥିଲା।

Loading...
Share It
  • 91
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.