ବେଙ୍ଗଲୁର ରେ ଜନ୍ମ ଗ୍ରହଣ କରିଥିବା ମାତ୍ର ୯ ବର୍ଷୀୟବାଳକ ଶ୍ରେୟାଶ ରୟାଲ ଚେସ ଖେଳରେ ନିଜର ପାରଦର୍ଶିତା ଦେଖାଇ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି ,ତାଙ୍କ ବାପା ଲଣ୍ଡନ ରେ ଚାକିରୀ କରିଥିବାରୁ ସେ ଏବେ ସେଠାରେ ରହୁଛନ୍ତି ,ତାଙ୍କୁ ଦେଶର ଆଗାମୀ ବିଶ୍ୱନାଥନ ଆଖ୍ୟା ଦିଆଯାଉଛି ,ବ୍ରିଟେନ ଭଳି ଦେଶ ଏହି ବାଳକର ପ୍ରତିଭାରେ ଏତେ ପ୍ରଭାବିତ ଯେ, ଭିଜା ନିୟମ ବଦଳାଇଦେଇଛି।ବିଭିନ୍ନ ସ୍କୁଲସ୍ତରୀୟ ଚେସ୍ ପ୍ରତିଯୋଗିତାରେ ଭାଗ ନେଇ ବହୁ ପଦକ ମଧ୍ୟ ଜିତିସାରିଲେଣି। ବିଶ୍ୱର ସବୁଠୁ କମ୍ ବୟସ ବର୍ଗରେ ସେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ତାଙ୍କ ସ୍ବପ୍ନ ହେଉଛି ଜଣେ ଚେସ୍ ଗ୍ରାଣ୍ଡମାଷ୍ଟର ହେବା। ଶ୍ରେୟାଶଙ୍କୁ ଯେତେବେଳେ ମାତ୍ର ୩ ବର୍ଷ ହୋଇଥିଲା ସେତେବେଳେ ନିଜ ମା’ବାପାଙ୍କ ସହ ଲଣ୍ଡନ ପଳାଇଥିଲେ। ସେଠାରେ ରହି ପାଠ ପଢ଼ିବା ସହ ଚେସ୍ ଖେଳିବା ଆରମ୍ଭ କରିଥିଲେ। ଚଳିତବର୍ଷ ଡିସେମ୍ବରରେ ତାଙ୍କ ଅଫିସିଆଲ୍ ଭିଜା ଅବଧି ଶେଷ ହେବାର ନିୟମ ଥିଲା। ଏହାପରେ ସେ ଭାରତ ପଳାଇ ଆସିଥାନ୍ତେ। କିନ୍ତୁ ବ୍ରିଟିଶ୍ ଚେସ ସଂଘ, ମିଡିଆ, ରାଜନେତାମାନେ ଶ୍ରେୟାଶଙ୍କ ଭଳି ଜଣେ ଅସାଧାରଣ ପ୍ରତିଭାକୁ ନିଜ ଦେଶରୁ ହରାଇବାକୁ ଚାହୁଁ ନ ଥିଲେ, ସେଥିପାଇଁ ବ୍ରିଟେନ ସରକାର ଭିଜା ନିୟମରେ ପରିବର୍ତ୍ତନ କରିଥିଲେ। ଏବେ ଶ୍ରେୟାଶଙ୍କ ପିତା ଟିୟର-୨ ଓ୍ବାର୍କ ଭିଜା ପାଇଁ ଆବେଦନ କରିପାରିବେ, ଯାହାଦ୍ୱାରା ଆଗାମୀ ୪ବର୍ଷ ପର୍ୟ୍ୟନ୍ତ ସେ ଲଣ୍ଡନରେ ରହିପାରିବେ। ଶ୍ରେୟାଶଙ୍କ ପିତା ଜିତେନ୍ଦ୍ର ସିଂହ ଭାରତୀୟ ସଫ୍ଟଓ୍ବେର କମ୍ପାନୀ ଟିସିଏସ୍ରେ କାମ କରୁଛନ୍ତି। ଶ୍ରେୟାଶ ୨୦୦୯, ଜାନୁୟାରୀ ୯ ତାରିଖରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ନିଜ ପ୍ରଥମ ଟୁର୍ନାମେଣ୍ଟରେ ଟ୍ରଫି ହାସଲ କରିଥିଲେ।

ଅସାଧାରଣ ଭାରତ ବାଳକ ବ୍ରିଟେନରେ ମହାପ୍ରତିଭାର ଅଧିକାରୀ
Loading...
Loading...
Share It