ଆଶା ବଢାଏ ହଳଦିଆ ରଙ୍ଗ

ଜୀବନଚର୍ଯ୍ୟା

ବୈଜ୍ଞାନିକଙ୍କ ମତରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ କିମ୍ବାଖାଦ୍ୟପଦାର୍ଥ ଖାଆନ୍ତୁ ଆପଣଙ୍କ ମନ ପ୍ରସନ୍ନ ରହିବ ନିଶ୍ଚୟ । ଥରେ ଭାବନ୍ତୁ ତ ଯଦି ଦୁନିଆରେ କୌଣସି ରଙ୍ଗ ନଥାନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା । ମନୋବୈଜ୍ଞାନିକଙ୍କ ମତରେ ଆମ ଜୀବନ ସହିତ ରଙ୍ଗର ରହିଛି ନିବିଡ ସମ୍ପର୍କ । ଏହା ବୈଜ୍ଞାନିକ ମାନେ ବି ସ୍ୱୀକାର କରିଛନ୍ତି । ଆମେରିକା ରେ ହୋଇଥିବା ଅନୁସନ୍ଧାନରୁ ଜଣା ପଡ଼ିଛି,ଯେ ହଳଦିଆ ରଙ୍ଗ ମନରେ ଆଶା ବଢାଇବାରେ ସାହାଯ୍ୟ କରେ । ଏହାଛଡା ମଣିଷର ମସ୍ତିଷ୍କକୁ ସକ୍ରିୟ ରଖିବା ସହ ଖୁସି ମଧ୍ୟ ବଢାଏ । ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ପ୍ରାୟ ତିନି ବର୍ଷ ଧରି ୫୦୦ ମହିଳାଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ । ଏଥିରୁ ଜଣାଗଲା ଯେ ଯେଉଁ ମହିଳା ମାନେ ମାସକୁ ବହୁଥର ହଳଦିଆ ରଙ୍ଗ ବ୍ୟବହାର କରୁଥିଲେ ସେମାନେ ହଳଦିଆ ରଙ୍ଗ ବ୍ୟବହାର କରୁନଥିବା ମହିଳାଙ୍କ ତୁଳନାରେ ୪୦ ପ୍ରତିଶତ ଆତ୍ମବିଶ୍ୱାସୀ ଥିଲେ । ଏହି ସମ୍ୱନ୍ଧରେ ଚୀନର ପେଙ୍ଗଶୁଇ ବିଶେଷଜ୍ଞ ଚାଙ୍ଗ ବାନ କହିଛନ୍ତି, ହଳଦିଆ ରଙ୍ଗ ଆମ ମସ୍ତିଷ୍କର ସେହି ଭାଗକୁ ବେଶି ପ୍ରଭାବିତ କରିଥାଏ ,ଯାହା ଆମକୁ ଚିନ୍ତା କରିବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ ଏହି ରଙ୍ଗ ଖୁସି ରଖିବାରେ ମଧ୍ୟ ସହାୟକ ହୋଇଥାଏ । ବାନଙ୍କ ମତରେ, ଆମେ ହଳଦିଆ ବସ୍ତ୍ର ପରିଧାନ କରିବା ସଂଗେ ସଂଗେ ସପ୍ତାହକୁ ଦୁଇ ତିନିଥର ହଳଦିଆ ରଙ୍ଗର ଫଳ, ପନିପରିବା ଏବଂ ଶସ୍ୟ ଖାଇବା ଆବଶ୍ୟକ। ଏହାଦ୍ୱାରା ଆମ ଶରୀରରେ ଥିବା ହାନିକାରକ ତତ୍ତ୍ୱ ବାହାରିଯାଏ । ଏହି ହାନିକାରକ ତତ୍ତ୍ୱ ଶରୀର ଭିତରେ ଥିବା ଶିରପ୍ରଶିରାକୁ ପ୍ରଭାବିତ କରିଥାଏ ।ହଳଦିଆ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କଠାରୁ ବହୁତ ସ୍ମାର୍ଟ ହୋଇଥାନ୍ତି । ଆଉ ସେମାନେ ନିଜକଥା ଦ୍ୱାରା ଅନ୍ୟକୁ ବହୁ ସହଜରେ ପ୍ରଭାବିତ କରିପାରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

 

Loading...
Loading...
Share It
  • 25
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.