ଯେଉଁଠି ସରକାରୀ ବ୍ୟବସ୍ଥା ଅପହଁଚ । ଯେଉଁ ଗାଁକୁ ନାହିଁ ପାଦଚଲା ରାସ୍ତା ଖଣ୍ଡେ, ସ୍ୱାସ୍ଥ୍ୟ ସେବା ଯାହାଙ୍କର ଜୀବନରେ ସାତ ସପନ, ଯେଉଁ ଗ୍ରାମରେ ଶିଶୁ ଜନ୍ମର ନକ୍ସା ସରକାରଙ୍କ ନଥିରେ ନାହିଁ କିମ୍ବା ମୃତ୍ୟୁର ତାଲିକା ସରକାରଙ୍କ ପାଖରେ ନାହିଁ । ଅପପୃଷ୍ଟି ରେ କବଳିତ ଶିଶୁ ମାନେ ଯେଉଁଠି ଖାଦ୍ୟ ଗଣ୍ଡାଏ ଖାଇବାକୁ ନପାଇ ହାଅନ୍ନ ହାଅନ୍ନ ଚିତ୍କାର କରୁଛନ୍ତି, ସେତେ ବେଳେ ଶିକ୍ଷା କଥା ସ୍ୱପ୍ନ ଦେଖିବା ପରି ବିଚାର କରିବା ଛଡା ଅନ୍ୟ କିଛି ଉପାୟ ନଥିବା ପରି ମନେହୁଏ । ସବୁ ନାହିଁ ନାହିଁରେ ଚାଲିଥିବା ବେଳେ, ସରକାରୀ ଭାବେ ଏକ ନଳକୂ ସରକାର ବସାଇ ଛନ୍ତି ଯେ,ତାହା ପାନୀୟ ପାଇଁ ସଂପୂର୍ଣ୍ଣ ଅନୁଯୁକ୍ତ ତଥାପି ଜୀବନ ବଂଚିବା ପାଇଁ ସେଠାକାର ମୁଣ୍ଡା ଶ୍ରେଣୀୟ ଅଧିବାସୀ ମାନେ ସେହି ମଇଳା ପାଣି ମୁନ୍ଦାକ ପିଇବାକୁ ବାଧ୍ୟ ହେଉଛନ୍ତି କାରଣ ଭଲ ପାଣି ପିଇବାକୁ ଚିନ୍ତା କଲେ ମଧ୍ୟ ସେଠାରେ ଅନ୍ୟକିଛି ବ୍ୟବସ୍ଥା ହିଁ ନାହିଁ ।
୫୦ଟି ପରିବାର ଅଧିବାସୀଙ୍କୁ ନେଇ ବାଂଶପାଳ ବ୍ଲକ ସ୍ଥିତ କୁମୁଣ୍ଡି ଗ୍ରାମ ପଂଚାୟତର , ଉପର ଉରୁମୁଣ୍ଡା ଗାଁ ଟି ଗଠିତ । ୨୦୨୦ ମସିହାରେ ରାଜ୍ୟରେ ଏମିତି ଗ୍ରାମ ଅଛି ତାହା ନଦେଖିବା ଯାଏ ତାହା କେବେ କେହି ବୁଝିବା କଷ୍ଠସାଧ୍ୟ । ବିଭିନ୍ନ ଗଣମାଧ୍ୟମରେ ଏହି ଅବହେଳିତ ଶିକ୍ଷା ବ୍ୟବସ୍ଥାକଥା ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲାର , ହରିୁର ସ୍ଥିତ ଅନୁଷ୍ଠାନ ନୂଆ ଆଲୋକ ଆଜି ଦୀର୍ଘ ୨୫୦ କିଲୋମିଟର ପଥ ଅତିକ୍ରମ କରି ଉପର ଉରୁମୁଣ୍ଡା ଗ୍ରାମରେ ପହଁଚି ବା ସହ ,୭୦ ରୁ ଉଦ୍ଦ୍ୱର୍ ପିଲା ମାନଙ୍କୁ ସ୍କୁଲ ପୋଷାକ, ଏତଦ୍ଭିନ୍ନକୁନି କୁନି ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ, ସମସ୍ତ ପାଠ୍ୟପୋକରଣ , ଯୋଗାଇ ଦେବା ସହିତ ନିକଟସ୍ଥ ଗ୍ରାମର ଗଣେଶ କୁମାର ଦେହୁରୀଙ୍କୁ ଶିକ୍ଷକ ଭାବେ ଅବସ୍ଥାପିତ କରିଛି । ଏହି ସମସ୍ତ କାର୍ଯ୍ୟକ୍ରମ ର ସଫଳତା ପାଇଁ ବାଂଶ ପାଳ ବ୍ଲକର ବିଶିଷ୍ଠ ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଜୀବ କୁମାର ସାହୁଙ୍କୁ ନୂଆ ଆଲୋକ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସମାଜସେବୀ ସଂଗଠନ ତରଫରୁ ଉମାକାନ୍ତ ରାଉତ,ଏସ. ଐସୁର୍ଯ୍ୟା ସାହୁ, ଶ୍ରୀ ଲେଖା ଜେନା, ସୁସାନ୍ତ ସାମଲ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସହଯୋଗ କରିଥିଲେ । ଅନୁଷ୍ଠାନର ବରିଷ୍ଟ କର୍ମକର୍ତା ଅଭିମନ୍ୟୁ ବାଲିଆର ବିଭୂତି ଭୂଷଣ ଜେନା (କୁନୁ ସାର୍)ସଭାପତି ଶରତ କୁମାର ଜେନା, ନିର୍ଦ୍ଦଶକ ଜନ୍ମେଜୟ ମହାନ୍ତି, ଉପସଭାପତି ବଳେଦବ ଦାସ, କୋଷାଧ୍ୟକ୍ଷ ସନାତନ ବରାଳ, ବରିଷ୍ଠ ସଦସ୍ୟ ଜଗବନ୍ଧୁ ସାହୁ ,ବିକ୍ରମ କୁମାର ସାହାଣୀ, ସୈାମ୍ୟ ରଂଜନ ଜେନା, ବବି ଦାସ , ସୁଦର୍ଶନ ଚାନ୍ଦ୍ ଆଦି କର୍ମକର୍ତାଙ୍କ ସହାୟତାରେ ଏହିକାର୍ଯ୍ୟ ସଫଳ ରୂାୟନ ହୋଇଥିବା ବେଳେ , କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଟାନ ତରଫରୁ ଛାତ୍ର ଛାତ୍ରୀଙ୍କ ସମେତ ଗ୍ରାମବାସୀ ମାନଙ୍କ ନିମନ୍ତେ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା । ତେବେ ଅନୁଷ୍ଠାନ ତରଫରୁ ପ୍ରତ୍ୟେହ ଶିକ୍ଷାଦାନ ସହ ଆଗାମୀ ଭବିଷ୍ୟତରେ ଆବଶ୍ୟକ ମୁତାବକ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପିଲା ମାନଙ୍କର ଶିକ୍ଷାର ବ୍ୟବସ୍ଥା ଲାଗି ନୂଆ ଆଲୋକ ସଦାତତ୍ପର , ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନୂଆ ଆଲୋକ ପରବର୍ତୀ ପଦକ୍ଷେପ ନେବା ପାଇଁ ଯତ୍ନ ନେଉଛି । ପିଲା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ ସେଠାରେ ନିଆଯିବାକୁ ନୂଆ ଆଲୋକ ନିଷ୍ପତ୍ତି କରିଛି ବୋଲି ସଭାପତି ଶରତ କୁମାର ଜେନା ପ୍ରକାଶ କରିଛନ୍ତି । ତେବେ ସେଠାରେ ନୂଆ ଆଲୋକ ତରଫରୁ ସମାଜସେବୀ ସଂଜୀବ କୁମାର ସାହୁ ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ବୋଲି ଅନୁଷ୍ଠାନ ସ୍ତିର କରିଛି ବୋଲି ସଭାପତି କହିଛନ୍ତି ।