ବାଲିଆପାଳ,୨/୮/୨୨:- ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ଗ୍ରାମ ପଞ୍ଚାୟତ ର ବୋଲଙ୍ଗ ଗ୍ରାମର ଗୁଣନିଧି ମଲ୍ଲିକ ଆଜି ଦିନ ୧୨ ଟା ସମୟରେ ବଳରାମ ପୁର ରାସ୍ତା ରେ ଆସୁଥିବା ସମୟରେ ହଠାତ ଅଂଶୁଘାତ ରେ ତାଙ୍କର ଅକାଳ ବିୟୋଗ ହୋଇଛି । ବ୍ୟକ୍ତି ଜଣକ ରାସ୍ତା ପାଖରେ ଚେତା ଶୂନ୍ୟ ହୋଇ ଦୀର୍ଘ ସମୟ ପଡ଼ିରହିଥିଲା ବେଳେ ଖବର ପାଇ ବୋଲଙ୍ଗ ଗ୍ରାମ ପଞ୍ଚାୟତ ର ନୂତନ ସରପଞ୍ଚ ଜ୍ୟୋସ୍ନା ରାଣୀ ମଲ୍ଲିକ ସେଠାରେ ପହଞ୍ଚି ରୋଗୀ କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ସରପଞ୍ଚ ଜ୍ୟୋସ୍ନା ରାଣୀ ମଲ୍ଲିକ ଗାଡ଼ି ଭଡ଼ା କରି କି ନେଇ ଯାଇଥିଲେ ଡାକ୍ତର ରୋଗୀ ଙ୍କୁ ମୃତ ଘୋଷଣା କରିବା ପରେ ପୁଣି ଗାଡ଼ି ଭଡ଼ା କରି ରୋଗୀକୁ ଆଣି ତାଙ୍କ ଘର ପାଖରେ ପହଞ୍ଚାଇ ଥିଲେ । ବଡ଼ ଦୁଃଖ ବିଡମ୍ବନା ର ବିଷୟ ସେତେ ବେଳେ ମୃତ ବ୍ୟକ୍ତି ଙ୍କ ପାଖରେ ତାଙ୍କ ପରିବାର ଲୋକ କେହି ଉପସ୍ଥିତ ନଥିଲେ । କିଛି ସମୟ ପରେ ତାଙ୍କ ପରିବାର ଲୋକ ରୋଗୀ ଙ୍କ ପାଖ ରେ ପହଞ୍ଚି ଥିଲେ । ତାଙ୍କ ପରିବାର ଲୋକ ଙ୍କ ସହିତ ନୂତନ ସରପଞ୍ଚ ଜ୍ୟୋସ୍ନା ରାଣୀ ମଲ୍ଲିକ ମିଶି ଶବ ସତ୍କାର କରିବା ସହିତ ସମସ୍ତ କଥା ବୁଝିଥିଲେ । ବୋଲଙ୍ଗ ଗ୍ରାମ ପଞ୍ଚାୟତ ର ଏଭଳି ନିଃସ୍ଵାର୍ଥ ପର ସେବା, ପରୋଉପକାର , ସମାଜ ସେବା , ମିଷ୍ଠା ବଚନ , ସୁ ପରାମର୍ଶ ,ପ୍ରତ୍ୟେକ ଦିନ ପଞ୍ଚାୟତ ର ବିଭିନ୍ନ ସମସ୍ୟା ସୂଚାରୁ ରୂପେ ସମ୍ପାଦନ କରନ୍ତି , ଏବଂ ଲୋକ ଙ୍କ ର ବିଭିନ୍ନ ସମସ୍ୟା ବ୍ଲକ ରେ ଯାଇ ଉପସ୍ଥାପନ କରନ୍ତି ।
ବୋଲଙ୍ଗ ପଞ୍ଚାୟତ ର ତାଙ୍କର ମହାନ କାର୍ଯ୍ୟ ଦେଖି ବିଭିନ୍ନ ବୁଦ୍ଧି ଜୀବି ଙ୍କ ପାଖରୁ ଆରମ୍ଭ କରି , ଆ ବାଳ ବୁଦ୍ଧ ବନିତା ,ପ୍ରତ୍ୟେକ ଜନ ସାଧାରଣ ଙ୍କ ପାଖରେ ପ୍ରଶଂସା ର ପାତ୍ର ହେବା ସହ ପଞ୍ଚାୟତ ର ଚାଡି ଆଡୁ ଉତ୍ସାହ ପ୍ରଶଂସାର ସୁ ଅ ଛୁଟିବା ରେ ଲାଗିଛି ।
