TVS ଆଣିଲା ନୂଆ ବାଇକ୍‌: ରେସିଂ ଦିୱାନାଙ୍କ ପାଇଁ ଏକଦମ୍ ଖାସ୍

ଦେଶ ବିଦେଶ ନ୍ୟୁଜ୍

ନୂଆଦିଲ୍ଲୀ:TVS ମୋଟର କମ୍ପାନୀ ଲଞ୍ଚ କରିଛି ନୂଆ ଜେନେରେସନ୍‌ର TVS Apache RTR 200 4V ବାଇକ୍। ଯାହାର ନାଁ ରହିଛି Race Edition 2.0। ଏହା ରେସିଂ ଦିୱାନାଙ୍କ ପାଇଁ ଏକଦମ୍ ଖାସ୍।  ଏହି ବାଇକରେ ଆଣ୍ଟି ରିଭର୍ସ ଟାର୍କ (A-RT) ଓ ସ୍ଲିପର କ୍ଳଚ୍ ଟେକ୍ନୋଲୋଜି ରହିଛି। Race Edition 2.0ରେ ରେସିଙ୍ଗ ଲୁକ୍‌ ସହ ନୂଆ ଗ୍ରାଫିକ୍ସ ମଧ୍ୟ ଦିଆଯାଇଛି। ଏଥିରେ ୧୯୭.୫ cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି। ଏହା 20.21bhp କାର୍ବ୍ୟୁରେଟର ଭ୍ୟାରିଏଣ୍ଟ ଏବଂ 20.71bhp EFI ଭ୍ୟାରିଏଣ୍ଟରେ ଜେନେରେଟ୍‌ କରିବାର କ୍ଷମତା ରହିଛି। ଏଥିରେ ପିକ୍‌ ଟର୍କ୍ୟୁ 18.1Nm ରହିବ।

Loading...

ସ୍ଲିପର କ୍ଳଚ୍ ଟେକ୍ନୋଲୋଜି ମଡେଲର ଏହି ବାଇକର ଦାମ ଫରକ ଆସିବ।  EFI ଇଞ୍ଜିନ୍‌ ସହ ସ୍ଲିପର କ୍ଳଚ୍ ଥିବା ବାଇକ୍‌  ଦାମ୍‌ 1, 07,885 ଟଙ୍କା ରହିଛି। ସେହିପରି ସ୍ଲିପର କ୍ଳଚ୍ ସହ କାର୍ବ୍ୟୁରେଟର ଏବଂ ABS ଥିବା ବାଇକ୍‌ର ଦାମ  ୧, ୦୮,୯୮୫ ଟଙ୍କା ରହିଛି। ଏହି ବାଇକ୍‌ ଟି ରେସିଂ ପାଇଁ ଖୁବ୍‌ ଖାସ ରହିଛି।

 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.