ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ନ୍ୟୁଜ୍

ଭୁବନେଶ୍ୱର ୮-୩  ଅକ୍ଷୟ କୁମାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ ଦର୍ଶାଇଛନ୍ତିଯେ, ଓଡ଼ିଶାର “ଖୁସି” ଯୋଜନାର ପ୍ରଚାର ଅକ୍ଷୟ କୁମାର ଚାରିଆଡ଼େ କରୁଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂନାଯୋଗ୍ୟଯେ, ପ୍ୟାଡମ୍ୟାନ ସିନେମା ମୁକ୍ତିଲାଭ କରିବା ପରେ ଗତ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଥିଲେ “ଖୁସି” ଯୋଜନା। ଏହି ଯୋଜନାରେ ସରକାରୀ ଏବଂ ସରକାରୀ ଅନୁମୋଦିତ ବିଦ୍ୟାଳୟ ଗୁଡ଼ିକରେ ୧୭ ଲକ୍ଷ ଛାତ୍ରୀଙ୍କୁ ଷଷ୍ଠ ଶ୍ରେଣୀଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ମାଗଣାରେ ସାନିଟାରୀ ନାପକିନ ଯୋଗାଇଦିଆଯିବ।

Loading...

ପ୍ରତ୍ୟୁତରରେ ଅକ୍ଷୟ କୁମାର ମଧ୍ୟ ଏହି ଟ୍ୱିଟର ପ୍ରତିଉତ୍ତର ଦେଇଛନ୍ତି।

ପରବର୍ତ୍ତି ସମୟରେ ଏହି ଯୋଜନାର ବିସ୍ତାର କରି ସାମାଜିକ ବଣ୍ଟନ ମାଧ୍ୟମରେ ସମୁଦାୟ ମହିଳାଙ୍କୁ ଏବଂ ଝିଅମାନଙ୍କ ପାଇଁ ସାନିଟାରୀ ନାପକିନ ସବ୍ସିଡାଇଜ୍‍ଡ ମୂଲ୍ୟରେ ଯାଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପୁନଶ୍ଚ ସୂଚନା ଦିଆଯାଇପାରେଯେ, ଓଡ଼ିଶାର “ଖୁସି” ଯୋଜନା ପରେ ଆଜି କେନ୍ଦ୍ର ସରକାର “ସୁବିଧା” ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ଅନ୍ତରାଷ୍ଚ୍ରୀୟ ମହିଳା ଦିବସରେ ୧୦୦% ପ୍ରତିଶତ-ବାୟୋଡେଗ୍ରେଡେବଲ ସେନେଟରୀ ନାପକିନ୍ ‘ସୁବିଧା’ ର ଅୟମାରମ୍ଭ କରିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାର। ନାପକିନ୍ ର ମୂଲ୍ୟ ୨ ଟଙ୍କା ୫୦ ପଇସା ପ୍ରତି ପ୍ୟାଡ୍। ଏହା ୨୮ ମେ ଠାରୁ ୫୮୬ଟି ଭାରତୀୟ ଜିଲ୍ଲାରେ ୩୨୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଭଣ୍ଡାରରେ ଉପଲବ୍ଧ ହେବ। ପ୍ରତି ପ୍ୟାକେଟରେ ୪ଟି ନାପକିନ୍ ବିଶିଷ୍ଟ ରହିବ। ଏହାର ମୂଲ୍ୟ ରହିବ ୧୦ ଟଙ୍କା। ସୂଚନାଯୋଗ୍ୟଯେ, ବର୍ତ୍ତମାନ ବଜାରରେ ମିଳୁଥିବା ଏହିପରି ନାପକିନ୍ ର ମୂଲ୍ୟ ୪ଟି ପ୍ରତି ୩୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ଅଟେ।

 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.