ବିଶ୍ୱର ସର୍ବ ଶକ୍ତିମାନ ଦୀପ୍ତିମନ୍ତ ସ୍ୱରୂପ ସୂଯ୍ୟନାରାୟଣଙ୍କ ଆଜି ଅତ୍ୟନ୍ତ ପ୍ରିୟବାର, ସେ ସକଳ ଶକ୍ତିର ଆଧାର, ଜୀବନର ସମସ୍ତ ମଙ୍ଗଳ ପାଇଁ ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରିବାସହ ସୂର୍ଯ୍ୟ ଦେଵଙ୍କୁ ଜଳ ଦାନ କରନ୍ତୁ ।
==============================================================
ମେଷ:-
ବ୍ୟସ୍ତ ବିବ୍ରତ ମଧ୍ୟରେ କାମ ହାସଲ କରିବେ। ପାରିବାରିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ସ୍ବାସ୍ଥ୍ୟହାନି ସମ୍ପର୍କିତ ଚିନ୍ତାରେ ମଧ୍ୟ ନିମଗ୍ନ କରାଇପାରନ୍ତି। ଭାଇ, ପଡ଼ୋଶୀ କିମ୍ବା ନିକଟ ସମ୍ପର୍କୀୟମାନେ ବିବାଦୀୟ କଥା କହି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। ପରିବହନ, ବ୍ୟବସାୟିକସ୍ଥିତି, କର୍ମକ୍ଷେତ୍ର ପ୍ରାୟତଃ ହାଲୁକା ରହିବ।
ବୃଷ:-
କୌଣସି କାମ ଠିକ୍ ସମୟରେ ହୋଇପାରିବ ନାହିଁ, ମାତ୍ର ରୋହିଣୀ ନକ୍ଷତ୍ର ଯେମିତି, ଯାହା ଚାହିଛନ୍ତି ତାହା ନିଶ୍ଚିତ ପାଇବେ। ଜମିଜମା କାରବାର ନେଇ ବନ୍ଧୁଙ୍କ ସହ କୌଣସି ସମସ୍ୟାରେ ଜଡିତ ହୋଇପାରନ୍ତି। ଯେ କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା,ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ।
ମିଥୁନ:-
ଆଜି କର୍ମଭାବସ୍ଥ ବୁଧ ସହ ଶୁକ୍ର ଆପଣଙ୍କୁ ଏକାଧାରରେ ଅର୍ଥ, ଗୌରବ, ସାମାଜିକ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରଦାନ କରିବାରେ ସହାୟକ ହେବେ। ଛାତି, ବେକ, ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ।
କର୍କଟ:-
ଷଷ୍ଠଭାବସ୍ଥ ଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା, ଋଣ, ଓ ଶତ୍ରୁତା ସମ୍ପର୍କିତ ଚିନ୍ତା କରିବେ। ଆମତ୍ୀୟମାନଙ୍କ ବେଖାତିର ମନୋଭାବ ହେତୁ ମନରେ ଭାବାନ୍ତର ସୃଷ୍ଟିହେବ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ଆଜିର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରି ମଧ୍ୟ ଅନ୍ୟକୁ ସାହାଯ୍ୟ କରିବେ।
ସିଂହ:-
ଶୁକ୍ର ଉଚ୍ଚସ୍ଥ ହେତୁ ବନ୍ଧୁଙ୍କ ସାକ୍ଷାତରୁ ଓ ସହଯୋଗରୁ ଉପକୃତ ହୋଇପାରନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ପଡ଼ୋଶୀ ଜଣେ ବିବାହ ପ୍ରସ୍ତାବ ନେଇ ଆପଣଙ୍କ ନିକଟକୁ ଆସିପାରନ୍ତି। ମାଲି ମକଦ୍ଦମା, ସଭାସମିତି,ଲେଖାପଢ଼ାରୁ ଆମତ୍ତୃପ୍ତି ପାଇବେ ।
କନ୍ୟା:-
ପାରିବାରିକ ଅଶାନ୍ତି କାର୍ଯ୍ୟହାନିର ମୁଖ୍ୟ କାରଣ ହୋଇପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। କର୍ମକ୍ଷେତ୍ର୍ରରେ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ । ସମ୍ପର୍କୀୟା ମହିଳାଙ୍କ ଦ୍ୱାରା ଅପଯଶ ପାଇ ପାରନ୍ତି। ଶନିଙ୍କ ପ୍ରଭାବରୁ ଅର୍ଥ ସମ୍ପର୍କିତ ଝାମେଲା ମଧ୍ୟରେ ପଡ଼ିପାରନ୍ତି।
ତୁଳା:-
କର୍ମସ୍ଥାନରେ ରାହୁ ହେତୁ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ନ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅନ୍ୟମାନଙ୍କ ପାଇଁ ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ। ଅନ୍ୟମନସ୍କ କାରଣରୁ କିମ୍ବା ସତର୍କତା ଅଭାବରୁ ଟଙ୍କା, ସୁନା ଚୋରି ହୋଇ ଯାଇପାରେ। ଆଜିର ପ୍ରତ୍ୟୁଷଯାତ୍ରାରେ ନିରାଶ ହେବାକୁ ପଡ଼ିପାରେ।
ବିଛା:-
ଆଶା କରିଥିବା କାର୍ଯ୍ୟକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ମାତ୍ର ଅନୁରାଧା ନକ୍ଷତ୍ରର ପରିସ୍ଥିତି ବଦଳି ଯାଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଯାଇପାରେ ।
ଧନୁ:-
ପାପଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ମନ ଉତ୍ତେଜିତ ରହିବା ସହ କାମ ମଧ୍ୟ ଶୃଙ୍ଖଳିତ ହେବନାହିଁ। ବନ୍ଧଙ୍କ ନିକଟରୁ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ । ଅର୍ଥ ସମ୍ପର୍କିତ ଟେନସନ୍ ମଧ୍ୟାହ୍ନରେ ଦୂର ହେବ। ଲାଭ ପାଇବା ଆଶାରେ କାହାର ମିଥ୍ୟା ପ୍ରତିଶ୍ରୁତି ପଛରେ ଦୌଡ଼ିପାରନ୍ତି।
ମକର:-
ଗତକାଲି ପରି ଆଜିର ଦିନଟି ମଧ୍ୟ ସମସ୍ୟାବହୁଳ ରହିପାରେ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେବାର ଆଶଙ୍କା ରହିଛି। ଅନିଶ୍ଚିତତା ମଧ୍ୟରେ ଗତି କରିବେ କିମ୍ବା ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କୁମ୍ଭ:-
ଶନି ଯୁକ୍ତ କର୍ମାଧିପତି କାର୍ଯ୍ୟକ୍ଷେତ୍ରକୁ ସରଗରମ ରଖିବ। ନିଜର ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ମୀନ:-
ପ୍ରତ୍ୟେକ ଦିଗ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଫାଇଲ୍ କାମ ବୃଦ୍ଧି ପାଇବାରୁ ଚିନ୍ତିତ ରହିବେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପର କଥାରେ ପଡ଼ି ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇପାରେ। ପରୋକ୍ଷ ଶତ୍ରୁତାଜନିତ କେହି ଅସୁବିଧାରେ ପକାଇପାରନ୍ତି।
Loading...
Share It
- 84Shares