ଆଜି ଗୁରୁବାର ଆଜିର ରାଶିଫଳ, ତା ୧୫ ରିଖ ମାର୍ଚ୍ଚ ୨୦୧୮

ରାଶିଫଳ

ଆଜି ପବିତ୍ର ଗୁରୁବାର , ମା' ପଦ୍ମାଳୟଙ୍କର ଅତ୍ୟନ୍ତ ପ୍ରିୟବାର । ପ୍ରତ୍ୟେକ ଜୀବନରେ ଶ୍ରୀ ବୁଦ୍ଧିନିମନ୍ତେ ମହାଲକ୍ଷ୍ମୀଙ୍କୁ ହଳଦୀ
ବାର୍ନର ପୁଷ୍ପ ସମର୍ପଣ ପୂର୍ବକ ପାର୍ଥନା କରନ୍ତୁ ।


 

ମେଷ:-

ଏକାଧିକ ଗ୍ରହ ଦ୍ୱାଦଶସ୍ଥ ହେତୁ ବୃଥାଭ୍ରମଣ ଜନିତ ଅର୍ଥବ୍ୟୟ କାରଣରୁ ମନସ୍ତାପ କରିପାରନ୍ତି। ନବମସ୍ଥ ଶନିଯୁକ୍ତ ରାଶ୍ୟାଧିପତି ଯୁକ୍ତ ହେତୁ ବନ୍ଧୁଙ୍କ ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

 

ବୃଷ:-

ଆଜି ବନ୍ଧୁ ଓ ପରିଜନଙ୍କ ସହ ଆନନ୍ଦ ଉପଭୋଗ କରିବାର ସୁଯୋଗ ପାଇବେ । ବ୍ୟବସାୟ, ବାଣିଜ୍ୟ, ଶିଳ୍ପୋଦ୍ୟୋଗରେ ପୁତ୍ଞ୍ଜିନିବେଶ ଫଳପ୍ରଦ ହେବ । ପ୍ରଶାସନିକ କ୍ଷେତ୍ରରେ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଜମିଜମା, ନୂତନ ଗୃହ, ଯାନବାହନ କ୍ରୟ କିମ୍ବା ମରାମତି ପାଇଁ ଚିନ୍ତା କରିପାରନ୍ତି।

Loading...

 

ମିଥୁନ:-

କର୍ମସ୍ଥାନର ଶୁଭଫଳଦାୟୀ ଗ୍ରହମାନେ ପ୍ରତ୍ୟେକ କାମକୁ ସହଜ ଓ ସୁବିଧାରେ ହାସଲ କରାଇବେ। ପାରିବାରିକ ସହମତି ଓ ବନ୍ଧୁମାନଙ୍କ ସାହାଯ୍ୟ ଏହି ଦିଗରେ କାର୍ଯ୍ୟକୁ ତ୍ୱରାନ୍ବିତ କରାଇବ। ସାମୟିକ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଅପରାହ୍ନରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।

 

କର୍କଟ:-

ଅନ୍ୟମାନଙ୍କ କାମରେ ଅବହେଳା ନିଜ ପାଇଁ ସମସ୍ୟାର କାରଣ ପାଲଟିଯିବ। ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ସୁବିଧା ସାଙ୍ଗକୁ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରିବାକୁ ପଡ଼ିବ। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିକୋଣରୁ ଫାଇଲ କାମରେ ଅଧିକ ସମୟ ବିନିଯୋଗ କରିବେ । ବ୍ୟବସାୟରେ ସଫଳତା ପାଇବେ।

 

ସିଂହ:-

ଶନି କ୍ଷେତ୍ରସ୍ଥ ରାଶ୍ୟାଧିପତି ହେତୁ ଶାରୀରିକ ପୀଡା ସାଙ୍ଗକୁ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିବେ ।ନିଜ ଲୋକମାନଙ୍କ ଭୁଲ୍‌ ସକାଶେ ଅନ୍ୟମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ପରିସ୍ଥିତିବଶତଃ ଭିତରେ ଭିତରେ ରାଗରେ ଜଳୁଥିଲେ ମଧ୍ୟ ଉପରେ କିଛି କହିବାକୁ ସାହସ କରିପାରିବେ ନାହିଁ ।

 

କନ୍ୟା:-

ଅଭାବ, ଅନଟନ ସହ ରୋଗପୀଡାଜନିତ କ୍ଳେଶ ଭୋଗିବାକୁ ପଡ଼ିବ । ପରିବାରରେ ମତାନ୍ତର ଓ ମନାନ୍ତର ଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। କୌଣସି ବନ୍ଧୁ ଆର୍ଥିକ ସମସ୍ୟାକୁ ସୁଧାରି ନେବେ। ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।

 

ତୁଳା:-

ରୋଗପୀଡା ଉପଶମ ହେବା ସହ ସାମୟିକ ଆଶ୍ୱସ୍ତି ଲାଭ କରିବେ । କର୍ମକ୍ଷେତ୍ରରେ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟ ମଧ୍ୟ ଠିକ୍‌ ରହିବ ନାହିଁ।

 

ବିଛା:-

କର୍ମଜଞ୍ଜାଳର ଝିନ୍‌ଝଟ୍‌ ମଧ୍ୟରେ ସମୟ ଚାଲୁଥିବାରୁ ମାନସିକ ଶାନ୍ତି ଦୁରୂହ ହୋଇପାରେ। ସମୟେ ସମୟେ ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ପରିସ୍ଥିତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟା ଅପବାଦରେ ନିନ୍ଦିତ ହୋଇପାରନ୍ତି। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ କୌଣସି ମହିଳା ଧୋକା ଦେଇପାରନ୍ତି।

 

ଧନୁ:-

ନିକଟ ସମ୍ପର୍କୀୟଙ୍କଠାରୁ ଯେତିକି ସାହାଯ୍ୟ, ସହଯୋଗ ଆଶା କରୁଛନ୍ତି ତାହା ପାଇବା କଷ୍ଟକର ହୋଇପାରେ ।ସମସ୍ୟା ବହୁଳ କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ମନକୁ କେତେକାଂଶରେ ଅସ୍ଥିର କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ।

 

ମକର:-

ଦୃଢ଼ ମନୋବଳ ଓ ପ୍ରଖର ଇଚ୍ଛାଶକ୍ତିସମ୍ପନ୍ନ ହେତୁ ବିବାଦୀୟ ପରିସ୍ଥିତି ଲାଗି ରହିଲେ ମଧ୍ୟ କାମ ହାସଲରେ ଅସୁବିଧା ହେବନାହିଁ ।କୌଣସି ଅମୀମାଂସିତ ଆଲୋଚନାକୁ ପୂର୍ଣ୍ଣାଙ୍ଗ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସମ୍ପର୍କୀୟ ଭାତୃପ୍ରୀତି ମିଳିପାରେ ଯାହାକି ସାହାଯ୍ୟ,ସହଯୋଗ ରୂପେ ପ୍ରାପ୍ତ ହେବ।

 

କୁମ୍ଭ:-

ବିଜାତୀୟ ବ୍ୟକ୍ତିଙ୍କ ବିରୁଦ୍ଧାଚରଣ ଆପଣଙ୍କ ଉଦ୍ୟମ ଓ ପ୍ରାପ୍ତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।

 

ମୀନ:-

ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ଦୃଢ଼ ମନୋବଳ କାମ ହାସଲରେ ସହାୟକ ହେବ। ମିତ୍ରମାନଙ୍କ ସାହାଯ୍ୟରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ। ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାମରୁ ନିଜ ପରିସରରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, କଳା ଓ ସାହିତ୍ୟ କ୍ଷେତ୍ରରୁ ସୁଫଳ ପାଇବେ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.