ଆଜି ଶୁକ୍ରବାର ଆଜିର ରାଶିଫଳ ତା୦୯ ରିଖ ମାର୍ଚ୍ଚ ୨୦୧୮
ଆଜି ଶୁକ୍ରବାର | ମାଆ ସନ୍ତୋଷୀଙ୍କର ପ୍ରିୟବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବା ପାଇଁ ମାଆ ସନ୍ତୋଷୀଙ୍କୁ ପୂଜା କରନ୍ତୁ | ଶୁଭ ସକାଳର ଅଭିନନ୍ଦନ ।
ଜୟ ସନ୍ତୋଷୀ ମାତ ଅନୂପମ । ଶାନ୍ତି ଦାୟିନୀ ରୂପ ମନୋରମ ॥
ସୁନ୍ଦର ଵରଣ ଚତୁର୍ଭୁଜ ରୂପା । ଵେଶ ମନୋହର ଲଲିତ ଅନୁପା ॥
ଶ୍ଵେତାମ୍ବର ରୂପ ମନହାରୀ । ମାଁ ତୁମ୍ହାରୀ ଛଵି ଜଗ ସେ ନ୍ୟାରୀ ॥
ଦିଵ୍ୟ ସ୍ଵରୂପା ଆୟତ ଲୋଚନ । ଦର୍ଶନ ସେ ହୋ ସଂକଟ ମୋଚନ ॥
ମେଷ: ଆଜି ରୋହିଣୀ ବୃଷ ସାଙ୍ଗକୁ ସିଦ୍ଧି ଯୋଗ ପ୍ରଭାବରୁ ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବାରେ ସମର୍ଥ ହେବେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ୍ ହେବେ । ପୂର୍ବରୁ ଥିବା ବିବାଦ ପରି ପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ନିର୍ମାଣ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ମହିଳାମାନେ ସୁନ୍ଦର ବ୍ୟବହାର ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହେବେ ।
ବୃଷ: କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବ । ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି, ସାମାଦିକତା, ଏଜେନ୍ସି ରୁ ପ୍ରଶଂସିତ ହେବେ । ଚନ୍ଦ୍ର ସ୍ବରାଶିରେ ଅବସ୍ଥାନ କରିଥିବାରୁ ନିକଟ ସମ୍ପର୍କୀୟମାନଙ୍କ ଠାରୁ ଅଯାଚିତ ଭାବରେ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ରାହୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ଚିନ୍ତାରେ ସାମୟିକ ମନ ଭାରାକ୍ରାନ୍ତ ରହିବ । ମହିଳାମାନେ ଦକ୍ଷତାର ସହ କାମ କରିବେ ।
ମିଥୁନ: ବୃହସ୍ପତି ଷଷ୍ଠାଧିପ ମଙ୍ଗଳଙ୍କ ଦୃଷ୍ଟିରେ କର୍ମକ୍ଷେତ୍ରରେ ଅବସ୍ଥାନ କରିଥିବାରୁ ବିବାଦମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ପୁନଶ୍ଚ ପରିବାରରେ ସ୍ତ୍ରୀଙ୍କ ସହ ମତଭେଧ ଘଟିପାରେ । ଅବଶ୍ୟ ତୃତାୟସ୍ଥ ରାହୁଙ୍କ ପ୍ରଭାବରୁ ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ସାମନ କରିବାର ଧୈର୍ଯ୍ୟ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ ସାମାଜିକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି ।
କର୍କଟ: ବିଭିନ୍ନ ଚିଗରେ ନିଜ ଲୋକମାନଙ୍କୁ ଭୁଲ୍ ବୁଝି ପରକଥାକୁ ବିଶ୍ବାସ କରି ହଇରାଣରେ ପଡ଼ିପାରନ୍ତି । ଆଜି ହଠାତ୍ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍ ଦୂର ହେବ । ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହେବେ । ମହିଳାମାନେ ଚେଷ୍ଟା କରୁଥିବା କାମରୁ ସୁଫଳ ପାଇବେ ।
ସିଂହ: ଅନ୍ୟମାନଙ୍କ ସାହାଯ୍ୟ ନେଇ ସ୍ଥଗିତ କାମକୁ ସମ୍ପନ୍ନ କରିପାରିବେ।ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ ।ସଭାସମିତି, ସଂଗଠନ ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ସଫଳତା ପାଇପାରନ୍ତି।
କନ୍ୟା: ମନକୁ ଛୁଇଁ ପାରୁଥିବା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବା ହେତୁ ମନ ଏକ ପ୍ରକାର ଖୁସି ରହିବ ।ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତାକରି ବ୍ୟସ୍ତ ହୋଇପଡ଼ିବେ।
ତୁଳା: ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ଚେଷ୍ଟାକରି ସଫଳତା ପାଇବେ। ପିଲାମାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ କିମ୍ବା ବୟସ୍କ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ବିଭ୍ରାନ୍ତ କରିପାରେ। ଆପଣ ଯେଉଁ ଅର୍ଥ ସମ୍ପର୍କିତ ସମସ୍ୟା ବିଷୟରେ ଚିନ୍ତା କରୁଥିଲେ ଆଜି ତାହା ଅତି ସହଜରେ ସମାଧାନ ହୋଇଯିବ।
ବିଛା: ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି ପ୍ରଶଂସିତ ହେବେ। ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ପାଇବେ। କଳା,ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ,ସାମ୍ବାଦିକତା, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ।
ଧନୁ: ଚତୁର୍ଥସ୍ଥ ବୁଧ ଓ ଶୁକ୍ର ହେତୁ ଘରର କିଛି ସୁବିଧା ଓ ଅସୁବିଧା ସମ୍ପର୍କରେ ପରିବାର ଭିତରେ ଆଲୋଚନା କରି ସଫଳତା ହାସଲ କରିପାରନ୍ତି। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସାଙ୍ଗକୁ ଟେନସନ୍ କିଛି ମାତ୍ରାରେ କମିଯିବ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ।
ମକର: ଆକସ୍ମିକ ଭାବରେ ବନ୍ଧୁମାନଙ୍କ ସାହାଯ୍ୟ ଓ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟର ସୁଯୋଗ ପାଇ ଖୁସି ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ।କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ଅସନ୍ତୁଷ୍ଟ ରହିପାରନ୍ତି। ଧନିଷ୍ଠା ନକ୍ଷତ୍ରର ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ।
କୁମ୍ଭ: ସ୍ବାସ୍ଥ୍ୟ ଭଲ ରହିବା ସହ ଦୀର୍ଘଦିନ ହେଲା ଯାହା ହୋଇପାରି ନ ଥିଲା ଆଜି ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ସହକର୍ମୀଙ୍କ ସହ ଆଲୋଚନାରେ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଜମା ପଡୁ ନ ଥିବା ଲୋକଟି ଆପଣଙ୍କ କାମରୁ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରେ।
ମୀନ: ବିପରୀତ ରାଜଯୋଗ ଜନିତ ଅର୍ଥ, ସମ୍ମାନ, ପ୍ରଶଂସା ଓ ପ୍ରତିଷ୍ଠା ଲାଭକରି ଆନନ୍ଦିତ ହେବେ। କଳା, ସାହିତ୍ୟ, ରାଜନୀତି, ଆନୁଷ୍ଠାନିକ କାମ, ସଭାସମିତିରେ ଆଲୋଚନା ପ୍ରଭୃତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
||ଜୟ ଜଗନ୍ନାଥ||
- 14Shares