ମଙ୍ଗଳବାର, ଆଜିର ରାଶିଫଳ ୨୫.୦୯.୨୦୧୮

ରାଶିଫଳ
1280x800 Lord Hanuman | Jai Hanuman Wallpaper

ମେଷ:-

ଆଜି ଲାଭ ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାରଣରୁ  ଅର୍ଥ ଲାଭ ସାଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ ।  ବନ୍ଧୁଙ୍କ ସହ ଯାତ୍ରାକାଳୀନ  ସୁମଧୁର ଅନୁଭୂତି ନେଇ ଦିନଟି ଖୁସିରେ ବିତାଇବେ ।  ଜମିଜମା, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି  କଳହର ଆଶଙ୍କା ଦେଖାଦେଇପାରେ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକ ଦୂରେଇଯାଇପାରନ୍ତି।

ବୃଷ:-

ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।  ହିତୈଷୀମାନଙ୍କ ସହଯୋଗରେ ପୂର୍ବ ପରିକଳ୍ପିତ  ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି। ହଠାତ୍‌  ବାହାରକୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।

ମିଥୁନ:-

ରାହୁଙ୍କ କୁପ୍ରଭାବରେ ପାରିବାରିକ ଭୁଲ୍‌ ବୁଝାମଣା କାରଣରୁ ଅସ୍ଥିରତା ଓ ଅଶାନ୍ତି କାରଣରୁ ମନ ଭଲ ରହିବ ନାହିଁ ।  ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ  ଚେଷ୍ଟାକରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାକୁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ହେତୁ ମନ ଅସ୍ଥିର ରହିବ।

କର୍କଟ:-

ଚନ୍ଦ୍ରଙ୍କ ଦୁଃସ୍ଥାନ ଜନିତ ମାନସିକ ଶିଥିଳତା, କାର୍ଯ୍ୟରେ ବିଳମ୍ବ ଘଟିଲେ ମଧ୍ୟ ଆର୍ଥିକ ସ୍ଥିତି ମଜଭୁତ ରହିବ ା ଆଜି ଯେଉଁ ଆଶା ନେଇ  କାହା ପାଇଁ କିଛି କରିବେ, ତଥାପି ତାହାଠାରୁ ପ୍ରତିବଦଳରେ କିଛି ପାଇବେ ନାହିଁ ।  ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ସାଧାରଣ ଯୁକ୍ତିତର୍କରୁ ସମ୍ପର୍କ ହାନି ଘଟିପାରେ।

Loading...

ସିଂହ:-

ଶନିଙ୍କ ସ୍ଥିତି ଆପଣଙ୍କ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିବା ସହ ଅପଦସ୍ଥ କରାଇବ। କିଛି କହିବା ଓ କରିବା କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିକଟସ୍ଥ ବ୍ୟକ୍ତିବିଶେଷମାନେ ପରୋକ୍ଷ  ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ।

କନ୍ୟା:-

ଧନାଧିପ ଧନସ୍ଥ ହେତୁ ଅର୍ଥର ପ୍ରାଚୁର୍ଯ୍ୟ ସାଙ୍ଗକୁ ସାମାଜିକ ସମ୍ମାନ ଓ ପ୍ରତିଷ୍ଠାଲାଭ କରିବେ। ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷାକରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପରୁ ମନସ୍ତାପ କରିପାରନ୍ତି।

ତୁଳା:-

ଆଶା ଓ ଅଭିଳାଷ ପୂରଣ କରିବାରେ ଆଜି କୌଣସି ଅସୁବିଧା ରହିବ ନାହିଁ ।  ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ନିଜ ଜିଦ୍‌ରେ ଅଟଳ ରହିବେ, ଅବଶ୍ୟ ଲାଭବାନ୍‌ ହେବେ। କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ। ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ ।  

ବିଛା:-

ବ୍ୟୟଭାବରେ ଶୁକ୍ର ଓ ଚତୁର୍ଥରେ ଚନ୍ଦ୍ର ରହିଥିବାରୁ ଆଜି ସକାଳୁ ସକାଳୁ ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସୁବିଧାରେ ଲକ୍ଷ୍ୟ  ହାସଲ କରିବେ ା କର୍ମକ୍ଷେତ୍ରରେ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡ଼ିବ।

ଧନୁ:-

ଚନ୍ଦ୍ରଙ୍କ ସହ ଗୁରୁ ଓ ଶୁକ୍ର କୋଣଭାବସ୍ଥ ହେତୁ ବନ୍ଧୁଙ୍କ ସଦ୍‌ଭାବ  ଓ ସହକର୍ମୀମାନଙ୍କ ସହଯୋଗ ଆଜିର କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦୀର୍ଘଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆମତ୍ୀୟସ୍ବଜନଙ୍କ ଉପସ୍ଥିତି ଯୋଗୁ ଖୁସି ହେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ  ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ।

ମକର:-

ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ ।  ଆକସ୍ମିକ ଭାବେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ  କାମଟି  ଆଜି ସମ୍ପୂର୍ଣ୍ଣ  କରିପାରିବେ ନାହିଁ ।  ବନ୍ଧୁଙ୍କଠାରୁ କିଛି  ମିଥ୍ୟା ଗୁଜବ ଶୁଣିବା ପରେ  ମନରେ ଦୁର୍ଭାବନା ସୃଷ୍ଟି ହୋଇପାରେ। 

କୁମ୍ଭ:-

ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସ୍ବାସ୍ଥ୍ୟରେ  ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟାକଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଅନୁକୂଳ ରହିବ । 

ମୀନ:-

ଆପଣ   ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ ।  ଭଲ ସମ୍ପର୍କ ରଖୁ ନ ଥିବା ବନ୍ଧୁମାନେ ସମସ୍ୟା ସମାଧାନ ବଦଳରେ ସମସ୍ୟାକୁ ବଢ଼ାଇଦେଇପାରନ୍ତି। ବ୍ୟବସାୟ ଓ କର୍ମକ୍ଷେତ୍ରରେ  ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।  ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତବିବ୍ରତ ହୋଇପାରନ୍ତି। 

Loading...
Share It
  • 266
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.