ଆଜି ଦିନଟି ସଚିନଙ୍କ ପାଇଁ ଥିଲା ଏକ ଅଭୁଲା ଦିନ: କରିଥିଲେ ବିଶ୍ୱ ରେକର୍ଡ

ଖେଳ ନ୍ୟୁଜ୍

ଭୁବନେଶ୍ୱର: ୧୬ ମାର୍ଚ୍ଚ ୨୦୧୨, ମହାନ ବ୍ୟାଟ୍ସମ୍ୟାନ୍‌ ମାଷ୍ଟର ବ୍ଲାଷ୍ଟର ସିଚନ ତେନ୍ଦୁଲକର ପାଇଁ ଏକ ଅଭୁଲା ଦିନ। ଏହି ଦିନରେ ସଚିନ ଶତକର ଶତକ ହାସଲ କରିଥଲେ। ବାଂଲାଦେଶ ବିପକ୍ଷରେ ସଚିନ ୧୪୭ ବଲରେ ୧୧୪ରନ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହା ପୂର୍ବରୁ ସଚିନ ଅନେକ ଶତକ ହାସଲ କରିଥିଲେ କିନ୍ତୁ ଏହି ଶତକ ତାଙ୍କ ପାଇଁ ଏକ ଅଭୁଲା ଶତକ ହୋଇ ରହିବ। କାରଣ ସଚିନ କ୍ରିକେଟ୍‌ ଇତିହାସର ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ୧୦୦ଟି ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସଚିନ ତାଙ୍କର ୯୯ତମ ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୧ ବିଶ୍ୱକପ ସମୟରେ ଲଗାଇଥିଲେ। ଏହାପରେ ସଚିନଙ୍କୁ ୧୦୦ତମ ଶତକ ପୂରଣ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ସେ ୩୪ଟି ଇଂନିସ ଖେଳିଥିଲେ ମଧ୍ୟ ୧୦୦ତମ ଶତକ ଲଗାଇପାରିନଥିଲେ। କିନ୍ତୁ ୧୬ ମାର୍ଚ୍ଚ ୨୦୧୨ରେ ବାଂଲାଦେଶ ବିପକ୍ଷ ଦିନିକିଆରେ ସଚିନ ଶତକ ହାସଲ କରି ଇତିହାସ ରଚିଥିଲେ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.