ଆଜି ବି ସୁରକ୍ଷିତ ରହିଛି ପାକିସ୍ତାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ବୀର ଭଗତ୍ ସିଂହଙ୍କ ଘର ଏବଂ ଆସବାବପତ୍ର !

ବିଶେଷ

Image result for bhagat singh wallpaper hdସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ ଦେଶ ସ୍ୱାଧୀନ ପାଇଁ ଇଂରେଜଙ୍କ ସହ ଲଢୁଥିବା ବେଳେ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ରାଜଗୁରୁ ଏବଂ ଶୁଖଦେବଙ୍କ ସହ ଭଗତ୍ ସିଂହଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହି ଘଟଣାକୁ ୮୭ ବର୍ଷ ହୋଇଯାଇଥିଲେ ହେଁ ଭଗତ୍ ସିଂହଙ୍କ ନାଁ ଯେତେବେଳେ ଆମେ ଶୁଣିଥାଉ ସ୍ୱାଧିନତାର ଚିହ୍ନ ଆମ ଆଖି ଆଗରେ ନାଚି ଉଠେ । ତେବେ ଯେଉଁଠାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ଯେଉଁଠାରେ ନିଜର ବାଲ୍ୟକାଳର ସମୟ ବିତାଇଥିଲେ ସେ ଘର ଏବେ ପାକିସ୍ତାନରେ ରହିଛି ।

୨୮ ସେପ୍ଟେମ୍ବର ୧୯୦୭ ଫେସଲାବାଦ ଜିଲ୍ଲା ଜରାଂବାଲା ତହସିଲ୍ ସ୍ଥିତ ବଂଗା ଗାଁରେ ତାଙ୍କ ଜନ୍ମ । ପୂର୍ବଜ ମହାରାଣା ରଣଜିତ୍ ସିଂହ ସେନାରେ କାର୍ଯ୍ୟରତ ଥିଲେ । ବାପା ଏବଂ ଦାଦା ମିଶି ଗଦ୍ଦର ନାମକ ଏକ ପାର୍ଟିରେ ଥିଲେ । ଏହି ପାର୍ଟି ବ୍ରିଟିଶ୍ ବିରୁଦ୍ଧରେ କ୍ରାନ୍ତିକାରୀ ଆନ୍ଦୋଳନ ଚଲାଉଥିଲେ । ଏଥିପାଇଁ ପିଲାବେଳୁ ହିଁ ଭଗତ୍ ସିଂହଙ୍କ ମଧ୍ୟରେ ବ୍ରିଟିଶ୍ ଙ୍କ ପ୍ରତି ଆନ୍ଦୋଳନର ବହ୍ନି ଜଳି ଉଠିଥିଲା । ସେ ରିପବ୍ଲିକାନ୍ ଆସୋସିଏସନ୍ ର ସଦସ୍ୟ ହେଲେ । ଯେଉଁଥିରେ ଚନ୍ଦ୍ରଶେଖର ଆଜାଦ୍ ,ରାମପ୍ରସାଦ ବିସମିଲ୍ , ଶୁଖଦେବ ଭଳି ମହାନ କ୍ରାନ୍ତିକାରୀ ଥିଲେ । ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସେ ହସି ହସି ଫାଶୀଖୁଣ୍ଟରେ ମଧ୍ୟ ଝୁଲିଗଲେ ।

Loading...

ସହିଦ୍ ଭଗତ୍ ସିଂହଙ୍କ ଘର ପାକିସ୍ତାନରେ ରହିଛି । ୪ ବର୍ଷ ପୂର୍ବେ ଏହି ସ୍ଥାନକୁ ହେରିଟେଜ୍ ସାଇଟ୍ ଭାବରେ ଘୋଷଣା କରାଯାଇଛି । ଏହାକୁ କିଛି ଦିନ ସଂରକ୍ଷଣ କରିବାପରେ ୨ ବର୍ଷ ପୂର୍ବେ ଏହାକୁ ପବ୍ଲିକ୍ ପାଇଁ ଖୋଲି ଦିଆଗଲା । ଦେଶ ବିଭାଜନ ସମୟରେ ଏହି ଘର ପାକିସ୍ତାନକୁ ଚାଲି ଯାଇଥିଲା । ଏହି ଘରେ ଭଗତ୍ ସିଂହଙ୍କ ମା’ଙ୍କ କିଛି ସାମଗ୍ରୀ ରହିଥିବା ବେଳେ ଏକ କାଠ ଟ୍ରଙ୍କ୍ ଏବଂ ଲୁହାର ଆଲମାରୀ ମଧ୍ୟ ସାମିଲ ହୋଇ ରହିଛି । ବର୍ତ୍ତମାନ ଏହି ସାମଗ୍ରୀ ଆଡମିନିଷ୍ଟ୍ରେସନ୍ ପାଖରେ ରହିଛି । ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖଟିକୁ ତାଙ୍କ ସ୍ମରଣରେ ଭଗତ ସିଂହ ମେଳା ଅର୍ଗନାଇଜ୍ କରାଯାଏ

Loading...
Share It
  • 138
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.