ସୋନିଆ, ରାହୁଲଙ୍କୁ ଜେରା ପରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ କାର୍ଯ୍ୟାଳୟରେ ପଶିଲା ଇଡି

ଦେଶ ବିଦେଶ

ନୂଆଦିଲ୍ଳୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା ହେବା ପରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ କ‌ାର୍ଯ୍ୟାଳୟ ପରିସରରେ ଚଢ଼ାଉ କରିଛି।

ଇଡି ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ ସୋନିଆଙ୍କୁ ୩ ଥର ଜେରା କରି ସାରିଲାଣି। ତୃତୀୟ ଥର ସୋନିଆଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିଲା ଇଡି। ତାପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା ହୋଇଥିଲା।

ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୋନିଆଙ୍କୁ ପ୍ରଥମ ପର୍ଯ୍ୟାୟ ଜେରା ସମୟରେ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ଦ୍ବିତୀୟ ଜେରା କାଳରେ ବିରୋଧ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା କୁ ବି ପୁଲିସ୍‌ ଧରି ଅଟକ ରଖିଥଲା। ପ୍ରଥମ ଥର ଓ ଦ୍ବିତୀୟ ଥର ଜେରା ବେଳେ ସୋନିଆଙ୍କ ସହ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଯାଇଥିବା ବେଳେ ତୃତୀୟ ଥର ଜେରା ସମୟରେ ମାଆଙ୍କ ସାଥୀରେ ପ୍ରିୟଙ୍କା ନଜର ଆସିଥିଲେ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.