ଆଦର୍ଶ ଜୀବନର ମାର୍ଗଦର୍ଶକ ଭାବାତୀତ ଧ୍ୟାନ

ଜୀବନଚର୍ଯ୍ୟା ପ୍ରବନ୍ଧ ସାହିତ୍ୟ ସଂସ୍କୃତି

ନିଶିକାନ୍ତ ପାଢୀ (ସାମ୍ବାଦିକ)

ବେଦଭୂମି ତଥା ଦେବଭୂମି ଭାରତବର୍ଷର ମାଟି ଉପରେ ଅନେକ ଋଷୀ, ସୁନୀ ତଥା ଅନେକ ସାଧୁସହ ଜନ୍ମଗ୍ରହଣ କରି ଏ ମନୁଷ୍ୟ ଜାତିକୁ ଶାନ୍ତିରେ ବସବାସ କରିବାର ମାର୍ଗ ଦେଖାଇ ବିଦାୟ ଦେଇଛନ୍ତି । ପାତଞ୍ଜଳୀ, ଯୋଗଶାସ୍ତ୍ରକୁ ଭାରତୀୟମାନେ ଭଲଭାବେ ଜାଣନ୍ତି । ଯୋଗ, ଆସନ, ପ୍ରାଣାୟମ ଓ ଧ୍ୟାନ ବଳରେ ମନୁଷ୍ୟ କିପରି ନିଜର ଅନ୍ତତନାକୁ ଶୃଙ୍ଖଳିତ ତଥା ସଂଯମକରି ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିଥାଏ ତାହା ଭାରତୀୟ ଶାସ୍ତ୍ରମାନଙ୍କରେ ଅତି ପ୍ରାଞ୍ଜଳ ଭାବେ ଉଲ୍ଲେଖ କରାଯାଇଛି । ତେବେ କିଛି ସମୟ ପାଇଁ ପଥର ମୂର୍ତ୍ତୀ କିତ୍ସା କାଗଜ ଫଟୋ ଆଗରେ ଆଖି ବୁଜିଲେ ଯଦି ମନ ଓ ହୃଦୟ ମଧ୍ୟରେ ପ୍ରଶାନ୍ତି ଭରିଯାଉଛି । କୋଡ଼ିଏ ପଚିଶ ମିନିଟ୍ ଧ୍ୟାନକରି ଆମ୍ଭେମାନେ ଅଧୁକ ଶାନ୍ତି ଓ ଆନନ୍ଦକୁ ବା ଅନୁଭବ ନ କରି ପାରିବା କାହିଁକି ? ମନହେଉଛି ଆନନ୍ଦର ଉତ୍ସ। ଚିନ୍ତା ଓ ଚେତନା ହିଁ ପ୍ରତ୍ୟେକ କର୍ମର ମୂଳାଧାର । ମଣିଷ ଯେପରି ଚିନ୍ତାକରେ ସେପରି କାର୍ଯ୍ୟକରେ । ଚିନ୍ତା ଓ ଚେତନାର ବାସ୍ତବ ରୂପ କର୍ମରେ ପ୍ରକାଶ ପାଇଥାଏ ଆଉ ସେହି କର୍ମର ଫଳାଫଳକୁ ନେଇ ମଣିଷ ଜୀବନର ପଥ ଅତିକ୍ରମ କରିଥାଏ । ଏହି ଚିନ୍ତା, ଚେତନା ତଥା ମାନସିକ ସଂଯମତାକୁ ନେଇ ମହର୍ଷ ମହେଶ ଯୋଗୀ ଯେଉଁ ଧ୍ୟାହର ସନ୍ଧାନ ପାଇପାରିଲେ ତାହା ହେଉଛି – “ଭାବାତୀତ ଧ୍ୟାନ” ବା ଟ୍ରାଡେଣ୍ଟାଲ୍ ମେଡିସନ ସଂକ୍ଷେପରେ ଟି.ଏମ୍. ବୋଲି ମଧ୍ୟ କୁହାଯାଇଥାଏ । ଜଣେ ବୈଜ୍ଞାନିକ ଛାତ୍ର ହୋଇ ହିମାଳୟରେ ମଣିଷର ମନ, ଚିନ୍ତା ଓ ଚେତନାକୁ ନେଇ ମହର୍ଷ ଯେଉଁ ଯୋଗ ପ୍ରଣାଳୀ ଏ ମଣିଷ ସମାଜକୁ ଶିଖାଇଛନ୍ତି ତାହା ତାଙ୍କୁ ସବୁଦିନ ପାଇଁ କାଳଜୟୀ କରିରଖିଥବ । ଆଜି ମହର୍ଷ ମହେଶ ଯୋଗୀ ସନ୍ଦେହରେ ନାହାଁନ୍ତି, କିନ୍ତୁ ତାଙ୍କର ଭାବାତୀତ ଧ୍ୟାନ ଆଜି ବିଶ୍ଵ ଦରବାରରେ ଚର୍ଚ୍ଚିତ । ହଲାଣ୍ଡ, ଆମେରିକା ଫ୍ରାନ୍ସ,ଲଣ୍ଡନ ଆଦି ସ୍ଥାନମାନଙ୍କରେ ମହର୍ଷଙ୍କର ଭାବାତୀତ ଧ୍ୟାନ ଖୁବ୍ ଲୋକପ୍ରିୟ । ଏହି ଧ୍ୟାନ ମାଧ୍ୟମରେ ଜଣେ ବ୍ୟସ୍ତ, ଚିନ୍ତାଗ୍ରସ୍ତ ତଥା ଜୀବନ ପ୍ରତି ବିମୁଖ ହୋଇପଡୁଥବା ନିଃସଙ୍ଗ ମଣିଷମାନେ ଯେ କିପରି ଉଚିତ ପଥ ପାଇ ବଞ୍ଚିବା ପ୍ରତି ଆଶାବାଦୀ ହୋଇଛନ୍ତି ତାହା ଜଣେ ଅଭ୍ୟାସ ନ କରିଲେ ଜାଣିପାରିବ ନାହିଁ । ଏବେ ନହିଁଲେ ଇଣ୍ଟରନେଟରୁ ଭାବାତୀତ ଧ୍ୟାନ ସଂପର୍କରେ ଅନେକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ହୋଇପାରିବ । ମହର୍ଷାଙ୍କର ଭିଡିଓ ଶିକ୍ଷା ମଧ୍ୟ ୟୁଟ୍ୟୁବ୍ ମାନଙ୍କରେ ଉପଲବ୍ଧ ହେଉଛି । ଭାବାତୀତ ଧ୍ୟାନରେ ବୈଜ୍ଞାନିକ ବିଶ୍ଳେଷଣ ଖୁବ୍ ସହଜ ଏବଂ ସରଳ । ଭାବାତୀତ ଧ୍ୟାନର ପ୍ରଭାବ କିପରି ମଣିଷ ଶରୀରର ଏSକ୍ରାଇନ୍ ଗ୍ରାSକୁ ପ୍ରଭାବିତ କରୁଛି ତଥା ମସ୍ତିସ୍କର ସେବ୍ରମ୍, ସେବେଲମ ଏବଂ ମେଡୁଲା ଉପରେ କିପରି କାର୍ଯ୍ୟକରୁଛି ତାହାର ବିସ୍ତୃତ ବିବରଣୀ ଇଣ୍ଟରନେଟ୍‌ରୁ ମିଳିପାରିବ । ତେବେ ମହର୍ଷି ଯେଉଁ ବିଷୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ତାହା ହେଉଛି ଚେତନା (କସିଅସନେସ୍) । ମଣିଷର ମନ ସଦାସର୍ବଦା ଇତଃସ୍ତତ । ଏହାର କାରକମାନେ ହେଉଛନ୍ତି ଚିନ୍ତା ପୋଖରୀର ସ୍ଥିର ଜଳରେ ଟେକାଟିଏ ପଡିଲେ ଯେପରି ଲହରି ମାଳା ସୃଷ୍ଟିହୁଏ । ଏହି ଲହରୀ ଇନ୍ଦ୍ରିୟମାନଙ୍କୁ ସକ୍ରିୟ କରାଇ କର୍ମରେ ନିୟୋଜିତ କରିଥାନ୍ତି । ତେବେ ଚିନ୍ତା ମଧ୍ୟରେ ସକାରାସ୍ମକ ଚିନ୍ତାଧାରା ଓ ନକାରାତ୍ସକ ଚିନ୍ତାଧାରା ରହିଛି । ସକାରାତ୍ମକ ଚିନ୍ତା ମଣିଷକୁ ସୁକର୍ମ ତଥା ସମାଜ ମଙ୍ଗଳ କର୍ମ କରିବାକୁ ପ୍ରବର୍ତ୍ତାଇ ଥାଏ । କିନ୍ତୁ ନକାରାତ୍ମକ ଚିନ୍ତାଧାରା କୁକର୍ମ କରିବାର ପ୍ରୟାସ ସୃଷ୍ଟିକରିଥାଏ । ଲୋଭ, ମୋହ, କାମନା, ବାସନା, ଆଶକ୍ତି ଆଦି ନକାରାତ୍ମକ ଚିନ୍ତା ସୃଷ୍ଟିକାରୀ କାରକ ଅଟନ୍ତି । ମହାଭାରତ ପୃଷ୍ଠାର ଦୁଃଶାସନ ଅଥବା ରାମାୟଣର ରାବଣ, ଦ୍ବାପରର କଂସାସୁରଠାରୁ ଆରମ୍ଭକରି ଇତିହାସର ହିଟଲର, ଆଉରଙ୍ଗଜେବ ତଥା ସାଂପ୍ରତିକ । ସମାଜରେ ଘଟୁଥିବା ଚୋରୀ, ନାରୀ ବଳାତ୍କାର, ଦୁର୍ନୀତି, ଭ୍ରଷ୍ଟା ଦୂର ଆଦି ନକାରାତ୍ମକ ଚିନ୍ତାଧାରାର ପ୍ରଭାବ । ଯେଉଁ ମଣିଷର ମନରେ କାମନା ନାହିଁ, ବାସନା ନାହିଁ, ଲୋଭ, ମୋହ ନାହିଁ ସେ ମଣିଷ କେବେ ନକାରାସ୍ମକ ଚିନ୍ତାକୁ ପ୍ରଶୟ ଦେବନାହିଁ । ସକାରାସ୍ମକ ଚିନ୍ତାରେ କର୍ମ କରୁଥିବା ମଣିଷ କେବେ ଭୁଲ କି ଅପରାଧ କରିପାରିବ ନାହିଁ । ତେବେ ମହର୍ଷିଙ୍କ ବିଶ୍ଳେଷଣ ଅନୁସାରେ ମନୁଷ୍ୟର ମନକୁ ଏ ଦୁଇପ୍ରକାରର ଚିନ୍ତାଧାରା ଅନବରତ ଆସିଥାଏ ଏବଂ ମଣିଷର କର୍ମ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ତେବେ ଯେଉଁ ଚିନ୍ତାଧାରା ବଳବତ୍ତର ରହେ, ସେହି ଚିନ୍ତାଧାରା ଅନୁସାରେ ମଣିଷ କର୍ମକରି ‘ଲେ । ମହର୍ଷାଙ୍କର ନିର୍ଦେଶରେ ଧ୍ୟାନ ସମୟରେ ଆମେ ଦୁଇପ୍ରକାର ଚିନ୍ତାଧାରାକୁ ଅନୁଭବ କରିବା, କିନ୍ତୁ କୌଣସି ଚିନ୍ତାଧାରକୁ ଆମେ ରୋକିବା ନାହିଁ । ଚିନ୍ତା ଆସିବ ଆପେ ଆପେ ଦୂଲିଯିବ । ଚିନ୍ତାଗୁଡିକୁ ଧରି ରଖିବା ପାଇଁ ସତେ ଯେପରି ଆମର ମନ ବ୍ୟାକୁଳ ହୁହେଁ । ଚିନ୍ତା ଆସୁଛି ଆସୁ ଖରାପ ଚିନ୍ତା ଆସୁଛି ଠିକ୍ ଅଛି ତାକୁ ଆସିବାକୁ ଦିଅ । ଭଲଚିନ୍ତା ଆସୁଅଛି ଠିଅଛି ତାକୁ ବି ଆସିବାକୁ ଦିଅ । ଚିନ୍ତାମାନେ ଆସିବେ ଆଉ ଆପେ ଆପେ ଦୂଲିଯିବେ । ଶେଷରେ ଏପରି ଏକ ସମୟ ଆସିବ ମସ୍ତିଷ୍କ ମଧ୍ୟରେ ନା ଭଲ ଚିନ୍ତାଧୁବ ନା ଖରାପ ଚିନ୍ତା ଥୁବ । ଏହି ସମୟଟା ହେଉଛି ସମାଧ ସମୟ। ଧ୍ୟାନରେ ସମାଧ ଅବସ୍ଥା ନ ଆସିଲେ ତାହାକୁ ସଂପୂର୍ଣ୍ଣ ଭାବାତୀତ ଧ୍ୟାନ କୁହାଯାଇ ପାରିବ ନାହିଁ । ସମାଧୁ ପ୍ରାପ୍ତି ଭାବାତୀତ ଧ୍ୟାନର ସର୍ବଶ୍ରେଷ୍ଠ ଲକ୍ଷ୍ୟ । ଅଭ୍ୟାସ ଫଳରେ ମନୁଷ୍ୟ ନିଜର ଚିନ୍ତା ଓ ଚେତନାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ । ଅଧୁକ ଦୁଃଖ ସମୟରେ ସେ ଭାଙ୍ଗି ନ ପଡି ଛାତିକୁ ପଥର କରିଥାଏ ଆଉ ଅଧୁକ ସୁଖ ସମୟରେ ସେ କେବେ ଭାବ ବିହଳ ହୋଇ ନ ଥାଏ । ସୁଖ ତଥା ଦୁଃଖ ସମୟକୁ ଜଣେ ଭାବାତୀତ ଧ୍ୟାନ ଅଭ୍ୟାସ କରୁଥିବା ବ୍ୟକ୍ତି ଏକ ମନେକରେ । ପ୍ରତିଦିନ ଭାବାତୀତ ଧ୍ୟାନ ଅଭ୍ୟାସ କରୁଥିବା ମଣିଷର ମନରୁ ଲୋଭ, ମୋହ, ଅଶାନ୍ତି ତଥା କାମନାର ମାତ୍ରା ଧରେ ଧୂରେ କମିଆସେ । ଫଳରେ ମଣିଷର ମନ ଆଉ ଇତସ୍ତତଃ ହୋଇ ନ ଥାଏ କି ଅସ୍ଥିର ହୋଇ ନ ଥାଏ । ସଦାସର୍ବଦା ମଣିଷର ମନରେ ପ୍ରଶାନ୍ତି ବିରାଜମାନ କରିଥାଏ । ଗୌତମବୁଦ୍ଧ କହିଥଲେ – “କାମନାର ବିନାଶରେ ଦୁଃଖର ବିନାଶ” । ବାସ୍ତବିକ୍ ଆଜି ଏ ସମାଜରେ ଯେତେ ଅଘଟଣ ଘଟୁଛି, ଯେତେ ଅଶାନ୍ତି ତଥା ଅପ୍ରୀତିକର ଘଟଣାମାନ ଘଟୁଛି ସବୁରି ପଛରେ କାମନା ହିଁ ରହିଛି । ତେବେ ଏହି କାମନାକୁ ବିନାଶ କରିବାର ଉପଯୁକ୍ତ ପଥ ହେଉଛି ଭାବାତୀତ ଧ୍ୟାନ ଯାହାକି ମହର୍ଷ ମହେଶ ଯୋଗୀଙ୍କର ସାରାବିଶ୍ଵବାସୀଙ୍କୁ ଏକ ଶ୍ରେଷ୍ଠ ଅବଦାନ । ଆଜି ଆମ୍ଭମାନଙ୍କର ଟଙ୍କା ପଇସା କି ଧନ ସଂପତ୍ତା ନାହିଁ ବୋଲି ଆମେ ନିଜକୁ ଖୁବ୍ ଛୋଟ ମନେ କରୁଛେ । ଧନୀହେବାର ପ୍ରବଳ ଇଛାକୁ ଚରିତାର୍ଥ କରି ନ ପାରି ଅଶାନ୍ତିରେ କାଳ କାଟୁଛେ । ରାତିରେ ନିଦ ହେଉନାହିଁ ବୋଲି ନିଦ ବଟିକା ଖାଉଛେ । ସ୍ତ୍ରୀର କଥାକୁ ସହି ନ ପାରି ଆତ୍ମହତ୍ୟା କରୁଛୁ । ଛୋଟ ଛୋଟ କଥାକୁ ନେଇ ମହାଭାରତ ସୃଷ୍ଟିକରୁଛେ, କିନ୍ତୁ ପାଶ୍ଚାତ୍ୟ ଧନୀ ରାଷ୍ଟ୍ରମାନଙ୍କରେ । ସମସ୍ତଙ୍କର ଧନର ପ୍ରାଚୁର୍ଯ୍ୟ ତଥା ବିଳାସ ବ୍ୟସନ ଥାଇ ମଧ୍ୟ ସେମାନଙ୍କ ମନ ମଧ୍ୟରେ ଶାନ୍ତି ନ ଥାଏ । ସେମାନେ ମହର୍ଷାଙ୍କୁ ଟିକେ ଶାନ୍ତି ପାଇଁ କେତେ ନିବେଦନ କରନ୍ତି । କେତେ କାକୁତି ମିନତୀ ହୁଅନ୍ତି । ମହର୍ଷା ସେମାନଙ୍କୁ ବୁଝାନ୍ତି । ମନରେ ପ୍ରଶାନ୍ତି ପ୍ରାର୍ଥିବ ଦ୍ରବ୍ୟ ଭିତରେ ନ ଥାଏ ବରଂ ଚେତନା ଭିତରେ ଥାଏ । ମାତ୍ର ଷଡ଼ ରିପୁ ସେହି ଚେତନାର ପ୍ରଶାନ୍ତିକୁ ଜବରଦସ୍ତ ମାଡିବସି ଧରିଥାନ୍ତି । ଅନ୍ତର୍ନିହିତ ଚେତନା ଷତ ରିପୁ ସୁକ୍ତ ହେଲେ ମନରେ ଅପୂର୍ବ ପ୍ରଶାନ୍ତି ଭରିଯାଏ । ହୃଦୟ ମଧ୍ୟରେ ଆନନ୍ଦର । ଫଲଗୁର ଉଦବେଳନ ଘଟେ । ମହର୍ଷା ସେମାନଙ୍କୁ ଭାବାତୀତ ଧ୍ୟାନର ପ୍ରଣାଳୀ ଶିଖାନ୍ତି । ଯମ, ନିୟମ, ଆସନ, ପ୍ରାଣାୟମ ପରେ ହିଁ ଭାବାତୀତ ଧ୍ୟାନରେ ସମାଧସୁ ହେବାକୁ ପଡେ । ଜୋର ଜବରଦସ୍ତ ହୁହେଁ ମନକୁ ହାଲୁକା ଫୁଲକା କରି ତଥା ମନକୁ ଚିନ୍ତାଗୁଡିକରୁ ସୁକ୍ତକରି ସମାଧସ୍ତ ହେବାକୁ ହୋଇଥାଏ । ସମାଧସ୍ତ ହେବା ସମୟରେ ମଣିଷ ନିଜକୁ ହାଲୁକା ମନେକରି ଉପରକୁ ଡେଇଁ କୁଦାମାରିବାକୁ ଲାଗେ। ଭାବାତୀତ ଧ୍ୟାନରେ କେତେକ ସିଦ୍ଧି ସୁତ୍ର ନେବାକୁ ପଡିଥାଏ । ସର୍ବଶେଷ ସିଦ୍ଧି ସୁତ୍ର ହେବା ସମୟରେ ମଣିଷ ମନରେ ଅପୂର୍ବ ଆନନ୍ଦର ପ୍ରବାହ ଘଟିଥାଏ । ମଣିଷ ଆଜି ଶାନ୍ତି ଖୋଜୁଛି । ଧନ ଓ ପ୍ରାଚୁର୍ଯ୍ୟ ଭିତରେ ବିଳାସ ବ୍ୟସନ ଭିତରେ । ସୁନ୍ଦରୀ ନାରୀ ଭିତରେ । ନିଶା ଓ ମାଦକ ଦ୍ରବ୍ୟ ମଧ୍ୟରେ । ଏସବୁ କେବଳ ସାମୟିକ ଆନନ୍ଦ ଦେଇପାରନ୍ତି ଏବଂ ପରେ ଦୁଃଖ ଓ ଯନ୍ତ୍ରଣାକୁ ଡାକି ଆଣିଥାନ୍ତି । କିନ୍ତୁ ପ୍ରକୃତ ଶାନ୍ତି ରହିଛି ମଣିଷର ମନ ଓ ଚେତନା ମଧ୍ୟରେ । ଯେଉଁ ମଣିଷ ନିଜର ମନ ଓ ଚେତନାକୁ ଯେତେ ସଂଯତ କରିପାରିଛି ସେହି ମଣିଷ ସେତିକି ଶାନ୍ତି ଅନୁଭବ କରିପାରିଛି । ତେବେ ମହର୍ଷି ମହେଶ ଯୋଗୀଙ୍କର ଭାବାତୀତ ଧ୍ୟାନ ଆଦର୍ଶ ଜୀବନର ମାର୍ଗଦର୍ଶକ ଏହା କେବେ ଅସୀକାର କରାଯାଇ ନ ପାରେ ।

Loading...

ନନ୍ଦିଗ୍ରାମ, ନାଉଗାଁ ହାଟ (ଶେଷଦେବ)

ଜଗତସିଂହପୁର ମୋ: ୯୦୪୦୦୨୮୬୦୪

Loading...
Share It
  • 17
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.